ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-ଆପଣଙ୍କ କଳ୍ପନାଶକ୍ତି ଆପଣଙ୍କର ଆଶା ପୂରା କରିବାରେ ସହାୟକ ହେବ। ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। ଆପଣଙ୍କୁ କୌଣସି ନୂଆ ସଂପର୍କରୁ ଧନଲାଭ ହେବ।  ‌
ବୃଷ:-ଯୋଜନା ଆଗକୁ ବଢ଼ାଇବା ପାଇଁ ଚିନ୍ତା କରିବେ। କୌଣସି କାମରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। କାହାରିକୁ ଧାର ଦେଲେ ଠିକଣା ସମୟରେ ଅର୍ଥ  ଫେରସ୍ତ ପାଇବାର ଆଶା କମ୍। ‌
ମିଥୁନ:-ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ସବୁ କାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। ଘରର ବାତାବରଣ ଠିକ୍ ରହିବ। ମହିଳାଙ୍କୁ ଅଚାନକ ଧନଲାଭ ହେବ। ‌େ
କର୍କଟ:-ଆତ୍ମବିଶ୍ବାସ ସହ କାମ କରନ୍ତୁ ସଫଳତା ନିଶ୍ଚୟ ପାଇବେ। ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ଅନ୍ତରଙ୍ଗ ବନ୍ଧୁ କୌଣସି ଉପହାର ଦେଇପାରନ୍ତି। ‌

ସିଂହ:-ପୂର୍ବ କଥା ମନେ ପଡ଼ିବା ହେତୁ ମନ ପ୍ରସନ୍ନ ହୋଇଯିବ। ବ୍ୟବସାୟରେ ବଡ଼ ଡ଼ିଲ୍ କରିପାରନ୍ତି। ଆପଣଙ୍କର ନିଃସ୍ବାର୍ଥ ସମାଜ ସେବା ପାଇଁ ପ୍ରତିଷ୍ଠା ବଢ଼ିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ‌

କନ୍ୟା:-ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ସ୍ଥଗିତ କାମରେ କେହି ସାହାଯ୍ୟ କରିବେ। ବ୍ୟବସାୟରେ ଲାଭ ହେବ। ମହିଳାଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ। ‌
ତୁଳା:-ପୂର୍ବ କଥାକୁ ପାସୋରି ନୂଆ କାମ କରନ୍ତୁ। ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। ହୋଟେଲ ବ୍ୟବସାୟୀଙ୍କୁ ଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ। ‌
ବିଛା:-କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ଅଧ୍ୟାପକଙ୍କୁ ଘରୋଇ କଲେଜରେ ଭଲ ପେକେଜର ପ୍ରସ୍ତାବ ମିଳିବ। ‌
ଧନୁ:-ଆପଣଙ୍କ ଭିତରେ ନୂଆ ଶକ୍ତି ସଂଚାର ହେବ। ବ୍ୟବସାୟ ବୃଦ୍ଧି ପାଇଁ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଶିକ୍ଷାର୍ଥୀଙ୍କୁ ପରୀକ୍ଷାରେ କମ୍ ପରିଶ୍ରମର ଭଲ ଫଳ ମିଳିବ। ‌
ମକର:-ବ୍ୟବସାୟରେ ଜଲଦି ନିଷ୍ପତ୍ତି ନିଅନ୍ତୁ ଲାଭ ପାଇବେ। ଯାନ କିଣିବା ପାଇଁ ଦିନଟି ଶୁଭ। ଅଫିସରେ କାମ ସଂପୂର୍ଣ୍ଣ କରିବା ପାଇଁ ବାଧାର ସମ୍ମୁଖୀନ ହୋଇପାରନ୍ତି। ‌
କୁମ୍ଭ:-କୌଣସି ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ବିପଦଜନକ ପଦକ୍ଷେପ ନିଅନ୍ତୁ ନାହିଁ। କଳାକାରଙ୍କ ଲାଗି ଦିନଟି ଲାଭପ୍ରଦ। ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବାର ଯୋଗ ରହିଛି। ‌
ମୀନ:-ପରିବାରରେ କୌଣସି ନୂଆ ଦାୟିତ୍ବ ଆପଣଙ୍କୁ ମିଳିପାରେ। ଭାବିଥିବା ଯୋଜନା ଭଲ ପ୍ରମାଣିତ ହେବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ।

ଦୈନିକ ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe