ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

rasiya

ମେଷ: ଆପଣ ନିଜର ସାମର୍ଥ୍ୟ ଓ କାର୍ଯ୍ୟଦକ୍ଷତା ଦ୍ବାରା ଆଶା ଠାରୁ ଅଧିକ ଲାଭ ପାଇବେ। ମାନସିକ ଶାନ୍ତି ପାଇଁ ଏକାନ୍ତ ସ୍ଥାନରେ ସମୟ ବିତାନ୍ତୁ। ଅନ୍ୟମାନଙ୍କ ବ୍ୟକ୍ତିଗତ ମାମଲାରୁ ନିଜକୁ ଦୂରରେ ରଖନ୍ତୁ। ‌
ବୃଷ: ଆପଣ ନିଜର ବୁଦ୍ଧି ବଳରେ ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ। ବିବାହଯୋଗ୍ୟ ବ୍ୟକ୍ତିଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। କାର୍ଯ୍ୟ ପ୍ରତି ସମର୍ପିତ ରହନ୍ତୁ।‌
ମିଥୁନ: କାର୍ଯ୍ୟକ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ। ଅଫିସ ସଂପର୍କିତ ଗତିବିଧିରେ ସୁଧାର ଆସିବ। ନିଜର କାମ ସାବଧାନତାର ସହ କରନ୍ତୁ। 
କର୍କଟ: ବ୍ୟବସାୟରେ ଆପଣ ବଡ଼ ଅର୍ଡର୍‌ ପାଇବେ। ଜମି ସମ୍ବନ୍ଧୀୟ କାମରେ କୌଣସି ବଡ଼ ସଉଦା କରିବେ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ କାହାରିକୁ ଦଖଲ ଦେବାର ସୁଯୋଗ ଦିଅନ୍ତୁ ନାହିଁ। ପ୍ରେମ ଜୀବନ ଭଲ ରହିବ। 
ସିଂହ: ଆହ୍ବାନକୁ ସ୍ବୀକାର କରିନିଅନ୍ତୁ, ଆପଣଙ୍କ ଲାଗି ସଫଳତାର ମାର୍ଗ ଖୋଲିଯିବ। ପରିବାର ସହିତ ମନ୍ଦିରକୁ ଠକୁର ଦର୍ଶନ ପାଇଁ ଯିବେ। ଅସହାୟ ତଥା ବରିଷ୍ଠଙ୍କର ସେବା କରିବେ। ବେପାରରେ ଲାଭ ପାଇବେ। 

କନ୍ୟା: କୌଣସି ଗତିବିଧିରେ ବ୍ୟସ୍ତ ରହିବେ। ବ୍ୟବସାୟରେ ଲାଭର ନୂଆ ଉତ୍ସ ମିଳିବ। ଆପଣଙ୍କ ପରାମର୍ଶରେ ବନ୍ଧୁର ସମସ୍ୟା ସମାଧାନ ହେବ। 
ତୁଳା: ବ୍ୟାବସାୟିକ ଆଲୋଚନା ବେଳେ ଧୈର୍ଯ୍ୟ ଓ ସଂଯମ ରଖିବାର ଆବଶ୍ୟକତା ରହିଛି। କୌଣସି କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। 

ବିଛା: ବହୁତ ବଡ଼ ଆର୍ଥିକ ସଫଳତା ମିଳିପାରେ। ନିଜର କାର୍ଯ୍ୟକୁ ଯୋଜନାବଦ୍ଧ ଉପାୟରେ କରନ୍ତୁ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ। ମହିଳାମାନେ ନିଜର ବ୍ୟବସାୟ ଆରମ୍ଭ କରିପାରନ୍ତି। 
ଧନୁ: ବ୍ୟବସାୟ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଅଛି। ବକେୟା ଅର୍ଥ ଫେରସ୍ତ ମିଳିପାରେ। ଚାକିରିଆଙ୍କର ପଦୋନ୍ନତି ହେବ। ଛାତ୍ରଛାତ୍ରୀ ତର୍କବିତର୍କ ନକରି ପାଠପଢ଼ାରେ ଧ୍ୟାନ ଦିଅନ୍ତୁ। 
ମକର: ଦିନଟି ବହୁତ ସକାରାତ୍ମକ ଉପାୟରେ ଅତିବାହିତ କରିବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହାୟତାରେ ଅଧୁରା କାମ ସଂପୂର୍ଣ୍ଣ ହେବ। ଭାବପ୍ରବଣତାର ବଶବର୍ତ୍ତୀ ହୋଇ କାହାରିକୁ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ। 
କୁମ୍ଭ: ବ୍ୟାବସାୟିକ ଯାତ୍ରା ସଫଳ ହୋଇପାରେ। ଚାକିରିଆ ନିଜ କାମରେ ଅଧିକ ଧ୍ୟାନ ଦେବେ। ବିରୋଧୀ ପକ୍ଷ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ସାମାଜିକ ପରିସର ବୃଦ୍ଧି ହେବ। 
ମୀନ: ଆଜି ବହୁତ ପରିଶ୍ରମ କରିବାର ଅଛି। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ମିଳାମିଶା ବଢ଼ାନ୍ତୁ, ଲାଭ ହେବ। ଛାତ୍ରଛାତ୍ରୀ ନିଜର ପାଠପଢ଼ା ଓ କ୍ୟାରିଅର ନେଇ ଗମ୍ଭୀର ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe