ଶଙ୍ଖ ଭବନରେ କୋରାପୁଟ ନେତା: ୭ ଘଣ୍ଟା ଚାଲିଲା ମାନସ ମନ୍ଥନ

Advertisment

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ସାଙ୍ଗଠନିକ ସମୀକ୍ଷା ବୈଠକରେ ନେତା, କର୍ମୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି। ବିଦ୍ବେଷ ଭୁଲ। ମିଳିମିଶି ଲଢ଼। ଲୋକଙ୍କ ଆଶୀର୍ବାଦ ଆମ ଉପରେ ଅଛି ବୋଲି କହିଛନ୍ତି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ସାଙ୍ଗଠନିକ ସମୀକ୍ଷା ବୈଠକରେ ନେତା, କର୍ମୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି। ବିଦ୍ବେଷ ଭୁଲ। ମିଳିମିଶି ଲଢ଼। ଲୋକଙ୍କ ଆଶୀର୍ବାଦ ଆମ ଉପରେ ଅଛି ବୋଲି କହିଛନ୍ତି।

ଜୟପୁର: ବିଦ୍ବେଷ ଭୁଲ। ମିଳିମିଶି ଲଢ଼। ଲୋକଙ୍କ ଆଶୀର୍ବାଦ ଆମ ଉପରେ ଅଛି। ପୁଣି ଥରେ ବିଜେଡିକୁ କ୍ଷମତାକୁ ଆଣିବା ପାଇଁ ସବୁସ୍ତରରେ ହେଉ ଉଦ୍ୟମ। 

ଭୁବନେଶ୍ୱର ଶଙ୍ଖ ଭବନରେ ଅନୁଷ୍ଠିତ କୋରାପୁଟ ଜିଲ୍ଲା ସାଙ୍ଗଠନିକ ସମୀକ୍ଷା ବୈଠକରେ ନେତା, କର୍ମୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନୀ ପରାଜୟକୁ ନେଇ ଆଜି ସମୀକ୍ଷା ବୈଠକରେ ହୋଇଥିଲା ମାନସ ମନ୍ଥନ। ୭ ଘଣ୍ଟା ଧରି ଚାଲିଥିବା ବୈଠକରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର, ରାଜ୍ୟସଭା ସାଂସଦ ମୁନା ଖାନ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପ୍ରମୁଖ ଉପସ୍ଥିତ ରହି ଦଳୀୟ ସ୍ଥିତିକୁ ସୁଦୃଢ଼ ନେଇ ଆଲୋଚନା କରିଥିଲେ। ଜିଲ୍ଲାର ୫ ନିର୍ବାଚନ ମଣ୍ଡଳୀ ସମ୍ପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ସମସ୍ତ ତୁଙ୍ଗ ନେତା ବୈଠକରେ ଉପସ୍ଥିତି ଥିବାବେଳେ କ'ଣ ଓ କେଉଁ କାରଣ ପାଇଁ ଦଳ ହାରିଲା ତାକୁ ନେଇ ସବୁ ନେତା ଓ କର୍ମୀଙ୍କଠାରୁ ମତ ସଂଗ୍ରହ କରିଥଲା ଦଳ।

publive-image

ସ୍ଥିତି ସୁଦୃଢ଼ ଥିବା ସ୍ୱତେ ଦଳ କୋରାପୁଟ, ଜୟପୁର, କୋଟପାଡ଼, ପଟାଙ୍ଗୀ, ଲକ୍ଷ୍ମୀପୁରରେ କାହିଁକି ହାରିଲା ତାକୁ ନେଇ ଚିନ୍ତା ପ୍ରକାଶ କରିଥିଲା ଦଳ। ଦଳୀୟ ଗୋଷ୍ଠୀ କନ୍ଦଳ ଏହା ପଛରେ ମୁଖ୍ୟକାରଣ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ବି କିଛି ଦାୟୀ କରିଥିଲେ। ନିଜ ଅଞ୍ଚଳ ଛାଡି ଦଳୀୟ ପର୍ଯ୍ୟବେକ୍ଷକ ଅନ୍ୟ ନିର୍ବାଚନ ମଣ୍ଡଳୀରେ ମୁଣ୍ଡ ପୁରାଇବା କାରଣରୁ ଦଳର ବିପର୍ଯ୍ୟୟ ଘଟିଲା ବୋଲି କିଛି ନେତା ମତ ରଖିଥିଲେ। ଶଙ୍ଖ ଭବନ ବୈଠକ ପରେ ସମସ୍ତ ନେତା ନବୀନ ନିବାସ ଯାଇ ସୁପ୍ରିମୋଙ୍କୁ ଭେଟିଥିଲେ। ସଭିଙ୍କୁ ନବୀନ କହିଥିଲେ ମିଳିମିଶି ଲଢ଼ି ପୁଣି ଦଳକୁ ବିଜୟୀ କରିବା। 

ନିଜ ଅଞ୍ଚଳ ଛାଡି ଦଳୀୟ ପର୍ଯ୍ୟବେକ୍ଷକ ଅନ୍ୟ ନିର୍ବାଚନ ମଣ୍ଡଳୀରେ ମୁଣ୍ଡ ପୁରାଇବା କାରଣରୁ ଦଳର ବିପର୍ଯ୍ୟୟ ଘଟିଲା ବୋଲି କିଛି ନେତା ମତ ରଖିଥିଲେ। ଶଙ୍ଖ ଭବନ ବୈଠକ ପରେ ସମସ୍ତ ନେତା ନବୀନ ନିବାସ ଯାଇ ସୁପ୍ରିମୋଙ୍କୁ ଭେଟିଥିଲେ। ସଭିଙ୍କୁ ନବୀନ କହିଥିଲେ ମିଳିମିଶି ଲଢ଼ି ପୁଣି ଦଳକୁ ବିଜୟୀ କରିବା। 

ବୈଠକରେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିନ ହିକକା, କେସିସି ବ୍ୟାଙ୍କ ସଭାପତି ଈଶ୍ୱର ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ପୂର୍ବତନ ବିଧାୟକ ରଘୁରାମ ପଡାଲ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ଦୁର୍ଗା ମିଶ୍ର, ଉତ୍କଳ ରଞ୍ଜନ ନାୟକ, ଵାଲା ରାୟ, ସସ୍ମିତା ମେଲେକା, ରଘୁ ଜାନି, ଅନୁପ ପାତ୍ର, ଶିବ ପଟନାୟକ, ରମାକାନ୍ତ ରାଉଳ, ମୁନା ରଥ, ଟି. କୋରାପୁଟ ପୌରାଧକ୍ଷ ଲଲାଟ ରଞ୍ଜନ ସେଠି, ଟି. କିରଣ କୁମାର, ସୁରେଶ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଖବର ପଢ଼ନ୍ତୁ: ଦଳ ବଦଳ ଆଇନ ବିଲ୍ ଆଗତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe