୮୬କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ କୋରାପୁଟ ନୂଆ ବସ୍‌ଷ୍ଟାଣ୍ଡ

Advertisment

କୋରାପୁଟ ପୌରପରିଷଦ ଅଧୀନରେ ଥିବା ବସଷ୍ଟାଣ୍ଡ ୩୦ବର୍ଷ ତଳେ ନିର୍ମାଣ କରାଯାଇଥିଲା। ଏହି କୋଠାର ତଳ ମହଲାରେ ଦୋକାନ ଘର ସହ ଯାତ୍ରୀମାନେ ବସିବା ପାଇଁ ପିଣ୍ଡି ରହିଛି। ବର୍ତ୍ତମାନ ଏହା ବିପଦ ସଂକୁଳ ସ୍ଥିତିରେ ରହିଛି।

କୋରାପୁଟ ପୌରପରିଷଦ ଅଧୀନରେ ଥିବା ବସଷ୍ଟାଣ୍ଡ ୩୦ବର୍ଷ ତଳେ ନିର୍ମାଣ କରାଯାଇଥିଲା। ଏହି କୋଠାର ତଳ ମହଲାରେ ଦୋକାନ ଘର ସହ ଯାତ୍ରୀମାନେ ବସିବା ପାଇଁ ପିଣ୍ଡି ରହିଛି। ବର୍ତ୍ତମାନ ଏହା ବିପଦ ସଂକୁଳ ସ୍ଥିତିରେ ରହିଛି।

Koraput bus stand

Koraput bus stand Photograph: (sambad.in)

କୋରାପୁଟ: ବିପଦ ସଂକୁଳ ଅବସ୍ଥାରେ ରହିଛି ୩୦ବର୍ଷର କୋରାପୁଟ ବସ୍‌ଷ୍ଟାଣ୍ଡ। କୋଠା ଉପରୁ କେତେବେଳେ ଇଟା ଖସୁଛି ତ ଆଉକେବେ ସିମେଣ୍ଟ୍ ଖଣ୍ଡ। ଏହାର ପୁନଃରୁଦ୍ଧାର କିମ୍ବା ମରାମତି କି ପ୍ରସ୍ତାବିତ ନୂଆ ବସ୍‌ଷ୍ଟାଣ୍ଡ ଟର୍ମିନାଲ ନିର୍ମାଣ ଦିଗରେ ରାଜ୍ୟ ସରକାର ଗୁରୁତ୍ବ ଦେଉ ନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା।

ନୂଆ ବସଷ୍ଟାଣ୍ଡ ଟର୍ମିନାଲ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ଯାଇଥିବା ୮୯କୋଟିର ପ୍ରସ୍ତାବିତ ଡିପିଆରକୁ ଅନୁମୋଦନ କରିବା ପାଇଁ କୋରାପୁଟ ପୌରପାଳିକା ଅଧ୍ୟକ୍ଷ ଲଲାଟ ରଂଜନ ସେଠୀ ଓ ସମସ୍ତ କାଉନସିଲର ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଥିଲେ। ରାଜ୍ୟସରକାର ନୂଆ ଆଦର୍ଶ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୮୬କୋଟିର ଅନୁମୋଦନ କରିଥିବା କହିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ। 

କୋରାପୁଟ ପୌରପରିଷଦ ଅଧୀନରେ ଥିବା ବସଷ୍ଟାଣ୍ଡ ୩୦ବର୍ଷ ତଳେ ନିର୍ମାଣ କରାଯାଇଥିଲା। ଏହି କୋଠାର ତଳ ମହଲାରେ ଦୋକାନ ଘର ସହ ଯାତ୍ରୀମାନେ ବସିବା ପାଇଁ ପିଣ୍ଡି ରହିଛି। ସରକାରୀ ବସ୍ ଟିକେଟ୍ ଗୃହ, ଘରୋଇ ବସ୍ ଟିକଟ୍ ଗୃହ ସହ କେତେକ ଉଠା ଦୋକାନି ମଧ୍ୟ ସେଠାରେ ବସୁଛନ୍ତି। 

ସେହିପରି ଉପର ତଥା ପ୍ରଥମ ମହଲା ନିର୍ମାଣ ହୋଇଥିଲେ ମଧ୍ୟ ଏହା ଅବ୍ୟବହୃତ ଅବସ୍ଥାରେ ରହିଛି। ଏହି ବସ୍‌ଷ୍ଟାଣ୍ଡରୁ ନିୟମିତ ରାଜ୍ୟର କୋଣ ଅନୁକୋଣ ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼କୁ ବହୁ ଦ୍ରୁତଗାମୀ ବସ୍‌ ସହ ଜିଲ୍ଲାର ବିଭିନ୍ନ ସ୍ଥାନକୁ ସରକାରୀ ଓ ଘରୋଇ ବସ ଚଳାଚଳ କରୁଛି। ଏହି ଅସୁରକ୍ଷିତ କୋଠା ତଳେ ପ୍ରତିଦିନ ଶହଶହ ଲୋକ ବସ୍‌କୁ ଅପେକ୍ଷା କରି ବସି ରହୁଛନ୍ତି।

ତତ୍କାଳୀନ ସରକାର ସ୍ୱତନ୍ତ୍ର ବସ୍ ଟର୍ମିନାଲ ନିର୍ମାଣ ପାଇଁ ଯୋଜନା କରିଥିଲେ। ଏନେଇ ଜିଲ୍ଲା ପ୍ରଶାସନକୁ ଜାଗା ଚିହ୍ନଟ କରିବା ସହ ପ୍ଲାନ୍ ଓ ଡିଜାଇନ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ବସଷ୍ଟାଣ୍ଡ ସହ ଲାଗି ରହିଥିରବା ହକି ପଡିଆକୁ ମିଶାଇ ଏହି ସ୍ଥାନରେ ଟର୍ମିନାଲ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇଥିଲା। ଏଠାରେ ଥିବା ସମସ୍ତ ଦୋକାନ ବଜାରକୁ ଭାଙ୍ଗି ନୂଆ ପରିସର ନିର୍ମାଣ ସହ ଅତ୍ୟାଧୁନିକ ବସ୍ ଟର୍ମିନାଲ ପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇଥିଲା। ଏହାର ବଜେଟ୍ ପ୍ରାୟ ୮୯ କୋଟି ଟଙ୍କା ମଧ୍ୟରେ ରହିଥିଲା।

ଏହି ପ୍ରସ୍ତାବ ପାଇବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଫାଇଲ୍ ଯାଇ ଅନୁମୋଦନ ପାଇଁ ଲଟକି ରହିଥିଲା। ପରବ ମହୋତ୍ସବରେ ଯୋଗ ଦେବାକୁ ଆସିଥିବା ମୁଖ୍ୟମନ୍ତ୍ରୀ ମୋବହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଜିଲ୍ଲାର ପର୍ଯ୍ୟଟନର ବିକାଶ କରିବାକୁ ଘୋଷଣା କରିଥିଲେ। ପୌରଅଧ୍ୟକ୍ଷ, କାଉନସିଲରମାନେ ଅନୁରୋଧପତ୍ର ଦେବା ପରେ ପୁଣି ବସଷ୍ଠାଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ କରାଯାଇଥିବା ଡିପିଆରରେ ହକି ପଡିଆରେ ନୂଆ ଟର୍ମିନାଲ ଆରମ୍ଭ ହେବ ଏବଂ ପୁରୁଣା ବସଷ୍ଟାଣ୍ଡକୁ ସଂଲଗ୍ନ କରି ନୂଆ ଆଦର୍ଶ ବସଷ୍ଟାଣ୍ଡ ୮୬କୋଟିରେ ର୍ନିମାଣ ହେବ ବୋଲି କହିଛନ୍ତି ବିଧାୟକ। 

Koraput 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe