ପ୍ରଧାନମନ୍ତ୍ରୀ ଏକ୍ସଲେନସ୍ ପୁରସ୍କାର ଗ୍ରହଣ କଲେ କୋରାପୁଟ ଜିଲ୍ଲାପାଳ

Advertisment

କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ୧୧ଟି ଯୋଜନାରେ ଉଲ୍ଲେଖନୀୟ ଉନ୍ନୟନ କାର୍ଯ୍ୟ ଓ ଯୋଜନାର ସଫଳ ରୁପାୟନ ପାଇଁ କୋରାପୁଟ ଜିଲ୍ଲାକୁ ଆଜି ମିଳିଛି ପ୍ରଧାନମନ୍ତ୍ରୀ ଏକ୍ସଲେନସ୍  ପୁରସ୍କାର।

Updated On

କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ୧୧ଟି ଯୋଜନାରେ ଉଲ୍ଲେଖନୀୟ ଉନ୍ନୟନ କାର୍ଯ୍ୟ ଓ ଯୋଜନାର ସଫଳ ରୁପାୟନ ପାଇଁ କୋରାପୁଟ ଜିଲ୍ଲାକୁ ଆଜି ମିଳିଛି ପ୍ରଧାନମନ୍ତ୍ରୀ ଏକ୍ସଲେନସ୍  ପୁରସ୍କାର।

ଅଦ୍ୟତନ ହୋଇଛି
Koraput collector

Koraput collector Photograph: (sambad.in)

କୋରାପୁଟ: କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ୧୧ଟି ଯୋଜନାରେ ଉଲ୍ଲେଖନୀୟ ଉନ୍ନୟନ କାର୍ଯ୍ୟ ଓ ଯୋଜନାର ସଫଳ ରୁପାୟନ ପାଇଁ କୋରାପୁଟ ଜିଲ୍ଲାକୁ ଆଜି ମିଳିଛି ପ୍ରଧାନମନ୍ତ୍ରୀ ଏକ୍ସଲେନସ୍ ପୁରସ୍କାର। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ସିଭିଲ ସର୍ଭିସେସ୍ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ କୋରାପୁଟ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳ ଭି କୀର୍ତ୍ତୀ ୱାସନ୍‌ ଏହାକୁ ଗ୍ରହଣ କରିଛନ୍ତି।  

୨୦୨୪ ମସିହାର ସାଧାରଣ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରତିଷ୍ଠିତ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇ ରାଜ୍ୟକୁ ଗର୍ବିତ କରିଛନ୍ତି। ଜିଲ୍ଲାଗୁଡ଼ିକୁ 'ଜିଲ୍ଲା ଗୁଡ଼ିକର ସମଷ୍ଟିଗତ ବିକାଶ' ବର୍ଗରେ ଏହାର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ୱୀକୃତି ମିଳିଛି। ଏହି ପୁରସ୍କାର ପାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟୁଇଟ୍ କରି ଜିଲ୍ଲା ପ୍ରଶାସନକୁ ଶୁଭେଚ୍ଛା ଜ୍ଞ‌ାପନ କରିଛନ୍ତି। ଏହା ଆଗାମୀ ଦିନରେ ଅନ୍ୟ ଜିଲ୍ଲାକୁ ମାର୍ଗଦର୍ଶନ ଦେବ ବୋଲି ଜଣାଇଛନ୍ତି। 

ପ୍ରକାଶଯୋଗ୍ୟ, କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ, ୩ଟି ପୌରାଚଂଳ, ଗୋଟିଏ ଏନଏସିରେ କୀର୍ତ୍ତି ଭାସନଙ୍କ ନେତୃତ୍ୱରେ, କେନ୍ଦ୍ର ସରକାରଙ୍କ ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜିଲି ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା, ହର ଘର ଜଳ ଯୋଜନା, ମିସନ ଇନ୍ଦ୍ରଧନୁଶ, ପିଏମଜେଏୱାଇ, ପିଏମ ଏସଭିଏ ନିଧି, ପିଏମ୍ ବିଶ୍ବକର୍ମା, ସକ୍ଷମ, କିଶାନ କ୍ରେଡିଟ୍ କାର୍ଡ , ପୋଷଣ ୨.୦ ପ୍ରମୁଖ ୧୧ ଟି କେନ୍ଦ୍ରୀୟ ଯୋଜନାର କୋରାପୁଟ ଜିଲ୍ଲା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି।

ଦେଶର ୭୧୨ଟି ଜିଲ୍ଲା ମଧ୍ୟରୁ ୫ଟି ଶ୍ରେଷ୍ଟ ଜିଲ୍ଲା ମଧ୍ୟରୁ କୋରାପୁଟ ଗୋଟିଏ। ସାର୍ବଜନୀନ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ହେଉଛି ସାମଗ୍ରିକ ବିକାଶ ପ୍ରତି କୋରାପୁଟ ଜିଲ୍ଲାର ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି। ଏହି ପୁରସ୍କାର କେବଳ ଜିଲ୍ଲା ପାଇଁ ଗର୍ବ ଆଣିବ ନାହିଁ ବରଂ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଉଥିବା ଅସାଧାରଣ କାର୍ଯ୍ୟକୁ ମଧ୍ୟ ପ୍ରଦର୍ଶିତ କରିବ। ସାର୍ବଜନୀନ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ପାଇଁ କୋରାପୁଟ ଜିଲ୍ଲାର ଚୟନ ସାମଗ୍ରିକ ବିକାଶ ଏବଂ ଅଭିନବ ଶାସନ ପ୍ରତି ଜିଲ୍ଲାର ପ୍ରତିବଦ୍ଧତାର ପ୍ରମାଣ।

Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe