କୋରାପୁଟର ଝିଅ ଏନ୍‌ସିଇଆରଟିର ବରିଷ୍ଠ ଶିକ୍ଷା ପରାମର୍ଶଦାତା

Advertisment

ଲକ୍ଷ୍ମୀପୁରର ଝିଅ ଡ.ପ୍ରତିମା ସାହୁ। ଗାଁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରିଥିବା ଗାଉଁଲି ଝିଅ ଆଜି ନୂଆଦିଲ୍ଲୀରେ ଥିବା ଜାତୀୟ ଶିକ୍ଷା ଓ ଗବେଷଣା ପରିଷଦ ଏନ୍‌ସିଇଆରଟିୀ ପରାମର୍ଶଦାତା ହୋଇଛନ୍ତି।

ଲକ୍ଷ୍ମୀପୁରର ଝିଅ ଡ.ପ୍ରତିମା ସାହୁ। ଗାଁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରିଥିବା ଗାଉଁଲି ଝିଅ ଆଜି ନୂଆଦିଲ୍ଲୀରେ ଥିବା ଜାତୀୟ ଶିକ୍ଷା ଓ ଗବେଷଣା ପରିଷଦ ଏନ୍‌ସିଇଆରଟିୀ ପରାମର୍ଶଦାତା ହୋଇଛନ୍ତି।

କୋରାପୁଟ: ଜିଲ୍ଲାର ଦୁର୍ଗମ ଗାଁ ଲକ୍ଷ୍ମୀପୁରର ଝିଅ ଡ.ପ୍ରତିମା ସାହୁ। ଗାଁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରିଥିବା ଗାଉଁଲି ଝିଅ ଆଜି ନୂଆଦିଲ୍ଲୀରେ ଥିବା ଜାତୀୟ ଶିକ୍ଷା ଓ ଗବେଷଣା ପରିଷଦ (ଏନସିଇଆରଟି) ତଥା କେନ୍ଦ୍ରୀୟ ବୈଷୟିକ ପ୍ରଦ୍ୟୋଗିକ ସଂସ୍ଥାନରେ ସେ ସ୍ବୟମ୍ ମୋକସ୍ ଏବଂ ନିଷ୍ଟା ପ୍ରକଳ୍ପରେ ବରିଷ୍ଠ ଶିକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟକରୁଛନ୍ତି। ଏପରି ଗର୍ବ ଓ ଗୌରବ ସେ ଆଣିଥିବାରୁ ତାଙ୍କ ପରିବାରବର୍ଗ ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହାକୁ ନେଇ ଖୁସିର ଲହରି ଖେଳିଯାଇଛି। 

ପ୍ରତିମା ଗାଁ ବିଦ୍ୟାଳୟରେ ପଢ଼ିବା ସମୟରେ ସବୁବେଳେ ଜିଲ୍ଲାର ଶିକ୍ଷାର ହାର କମ୍ ଓ ପିଲା ଅଧାରୁ ପାଠ ଛାଡ଼ିବା ସମ୍ପର୍କରେ ଜାଣି ସେ ଆଶ୍ଚର୍ଯ୍ୟ ହେଉଥିଲେ। ତାହା ତାଙ୍କ ମନକୁ ସବୁ ବେଳେ ଆନ୍ଦୋଳିତ କରି ଆସୁଥିଲା। କୋରାପୁଟ ଜିଲ୍ଲାରେ ପିଲାଙ୍କ ପାଠ ପଢ଼ାରେ ଆଂଚଳିକ ତଥା କହୁଥିବା ଭାଷା ସମସ୍ୟା କି ବୋଲି ଚିନ୍ତା କରି ଆସୁଥିଲେ। 

publive-image

ସ୍ନାତକୋତ୍ତର ପଢ଼ିବା ସମୟରେ ସେ ନିଜ ଗବେଷଣା ବେଳେ ଜିଲ୍ଲାର କୋଣ ଅନୁକୋଣର ଦୁର୍ଗମ ଗାଁର ୧୨୯ଟିସ୍କୁଲକୁ  ଯାଇ ଛାତ୍ରଛାତ୍ରୀ ଓ ଅଭିଭାବକ ସହ ମିଶି ତଥ୍ୟ ସଂଗ୍ରହ କରିଥିଲେ। ନିଜେ ପାଠ ପଢ଼ିଥିବା କଲେଜ ଲକ୍ଷ୍ମୀପୁର କଲେଜର ସୋସିଓଲୋଜୀ ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ବିକ୍ରମଦେବ ବିଶ୍ବବିଦ୍ୟାଳୟର ଶିକ୍ଷାଶାସ୍ତ୍ର ବିଭାଗରେ ସହକାରୀ ପ୍ରଫେସର, ଇଗ୍ନୋ ଇଷ୍ଟର୍ଣ୍ଣ ଜୋନର ଶିକ୍ଷା ପରାମର୍ଶଦାତା , ଭୋପାଳ ଏନସିଇଆରଟିରେ ସହକାରୀ ପ୍ରଫେସର, ବେଙ୍ଗାଲୁରୁର ଇଣ୍ଡୁସ୍ ଟ୍ରେନିଂ ଏଣ୍ଡ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟରେ ବରିଷ୍ଠ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ଏବେ ସେ ଏନସିଇଆରଟିର ସ୍ବୟମ୍ ମୋକସ୍ ଏବଂ ନିଷ୍ଟା ପ୍ରକଳ୍ପରେ ବରିଷ୍ଠ ଶିକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟକରୁଛନ୍ତି।

କେନ୍ଦ୍ର ଶିକ୍ଷାନିତୀରେ ସେ ଜଣେ ସାଧନକର୍ମୀ ଭାବେ କିଭଳି ବହୁଭାଷାଭାଷି ଛାତ୍ରଛାତ୍ରୀ କିଭଳି ଗୁଣାତ୍ମକ ଶିକ୍ଷା ଲାଭ କରିପାରିବେ ଏବଂ ଏହା ଡିଜିଟାଲ୍ ମାଧ୍ୟମରେ ହେବ ସେ ନେଇ ପ୍ରଶିକ୍ଷଣ ଦେଉଛନ୍ତି। ଶିକ୍ଷକମାନେ ହାତରେ ଧରିଥିବା ମୋବାଇଲ୍ ଜରିଆରେ ବି ଏହି ଶିକ୍ଷାଦାନ ଦେଇ ହେବ ବୋଲି କହିଛନ୍ତି ପ୍ରତିମା।  ଲକ୍ଷ୍ମୀପୁର ନିବାସୀ  ବିଜୟ କୁମାର ସାହୁ ଓ ପୁଷ୍ପାଂଜଳୀ ସାହୁଙ୍କ ଝିଅ ପ୍ରତିମା। ଗାଁ ସ୍କୁଲ ପରେ ଲକ୍ଷ୍ମୀପୁରର ସାଙ୍ଗନ୍ନା ଉଚ୍ଚବିଦ୍ୟାଳୟରେ ମାଟ୍ରିକ, ଦଶମନ୍ତପୁରର ରାଧାକୃଷ୍ଣ ଆଦିବାସୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ଯୁକ୍ତ ତିନି ପଢ଼ିଥିଲେ।

କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ସୋସିଓଲୋଜିରେ ସ୍ନାତକୋତ୍ତର ଓ ବିଏଡ୍‌, ପଣ୍ଡିଚେରୀ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଏମଏଡ୍ ପଢ଼ିଥିଲେ। ହାଇଦ୍ରାବାଦସ୍ଥିତ ଦି ଇଙ୍ଗଲିସ୍ ଏଣ୍ଡ ଫୋରେନ୍ ଲାଙ୍ଗୁଏଜ୍ ବିଶ୍ବବିଦ୍ୟାଳୟରେ ଆଦିବାସୀ ବହୁଭାଷାରେରେ ପିଏଚଡି କରିଥିଲେ। କୋରାପୁଟ ପରି ଶିକ୍ଷା କ୍ଷେତ୍ରରେ ପଛୁଆ ଅଂଚଳର ଆଗୁଆ ଝିଅ ପ୍ରତିମା ନିଜ ଇଚ୍ଛାଶକ୍ତି ଓ ଲକ୍ଷ୍ୟ ବଳରେ ଆଜି ଏହି ସ୍ଥାନରେ ପହଚିଂ ପାରିଛନ୍ତି। 

 Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe