ନିଜ ପଦବି ବଜାୟ ରଖିଲେ କୋରକୋଣ୍ଡା ବ୍ଲକ ଅଧ୍ୟକ୍ଷ

ଅନସ୍ଥା ପ୍ରସ୍ତାବ ପାଇଁ ଆବେଦନ କରିବା ପରେ ଆଜି ଥିଲା ଭୋଟ ଗ୍ରହଣ କାର୍ଯ୍ୟକ୍ରମ` ସମସ୍ତ ସମିତି ସଭ୍ୟ, ସରପଞ୍ଚ, ସାଂସଦ ଏବଂ ବିଧାୟକଙ୍କ ଉପସ୍ଥିତି ସମୟ ଧାର୍ଯ୍ୟ ହୋଇଥିଲା। ଏହି ସମୟ ପରେ ଆସିଲେ କୌଣସି ପ୍ରକାରେ ନିର୍ବାଚନରେ ସାମିଲ ହୋଇପାରିବେ ନାହିଁ ବୋଲି ସଫା ସଫା କୁହାଯାଇଥିଲା।

Mkg Korukonda chairman win

ମାଲକାନଗିରି: ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକର ଅଧ୍ୟକ୍ଷ ଜିତୁ ବୁରୁଡି ନାମରେ ସମସ୍ତ ସମିତି ସଭ୍ୟ ଓ ସଭ୍ୟା ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ପାଇଁ ଆବେଦନ ପତ୍ର ଦାଖଲ କରିଥିଲେ। ଆବେଦନ ପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡି ସରକାରଙ୍କ ନିୟମ କାନୁନକୁ ନମାନି ନିଜର ନିୟମ ବ୍ଲକରେ ଚଳାଇବା ସହ ସମସ୍ତଙ୍କୁ ଅଣଦେଖା କରୁଥିଲେ। ସମତି ସଭ୍ୟ ଓ ସଭ୍ୟା ପଞ୍ଚାୟତ ସମିତିର ଯୋଜନାଗୁଡିକ ସଂପର୍କରେ ପଚାରିଲେ କୌଣସି ସୂଚନା ଦେଉନଥିଲେ ଏବଂ ମନଇଛା ବ୍ୟବହାର କରୁଥିଲେ।

ଅନସ୍ଥା ପ୍ରସ୍ତାବ ପାଇଁ ଆବେଦନ କରିବା ପରେ ଆଜି ଥିଲା ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଦିନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସମସ୍ତ ସମିତି ସଭ୍ୟ, ସରପଞ୍ଚ, ସାଂସଦ ଏବଂ ବିଧାୟକଙ୍କ ଉପସ୍ଥିତି ସମୟ ଧାର୍ଯ୍ୟ ହୋଇଥିଲା। ଏହି ସମୟ ପରେ ଆସିଲେ କୌଣସି ପ୍ରକାରେ ନିର୍ବାଚନରେ ସାମିଲ ହୋଇପାରିବେ ନାହିଁ ବୋଲି ସଫା ସଫା କୁହାଯାଇଥିଲା। ଦିନ ୧୧ଟା ବାଜିଥିଲେ ମଧ୍ୟ କେହି ଲୋକ ପ୍ରତିନିଧି ଭୋଟ ଗ୍ରହଣ କେନ୍ଦ୍ର ଭିତରେ ପଶିନଥିଲେ।ଯାହାଫଳରେ ଏହି ନିର୍ବାଚନକୁ ରଦ୍ଦ କରାଯାଇଥିଲା। ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡି ପୁଣି ନିଜର ପଦବିକୁ ବଜାୟ ରଖିଲେ ବୋଲି ଘୋଷଣା କରାଯାଇଥିଲା।

ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ନିର୍ଦେଶରେ ଚିତ୍ରକୋଣ୍ଡା ତହସିଲଦାର ନତେବ ଗରଡା ନିର୍ବାଚନ ଦାୟୀତ୍ବରେ ରହିଥିଲେ। ମାଜିଷ୍ଟ୍ରେଟ ଦାୟୀତ୍ବରେ ମାଲକାନଗିରି ତହସିଲଦାର ଉପସ୍ଥିତ ଥିଲେ। ନିର୍ବାଚନରେ ଯେପରି ଶାନ୍ତିଶଙ୍ଖଳା ବଜାୟ ରହିବ ସେଥିପାଇଁ ପୁଲିସ ତରଫରୁ ଏସଡିପିଓ ସଚିନ ପାଟିଲଙ୍କ ନେତୃତ୍ବରେ ପୁଲିସର ଏକ ଟିମ ଦାୟିତ୍ବରେ ରହିଥିଲେ।

ସୂଚନାଯୋଗ୍ୟ ଯେ ଜିତୁ ବୁରୁଡି ବିଜେଡିର ସମର୍ଥିତ ପ୍ରାର୍ଥୀ। ଅନାସ୍ଥା ପ୍ରସ୍ତାବ ନେଇ ଉପଜିଲ୍ଲାପାଳଙ୍କ ନିର୍ଦେଶ ପରେ ବିଜେଡି ମହଲରେ ତତ୍ପରତା ପ୍ରକାଶ ପାଇଥିଲା। ତୁରନ୍ତ ଦୁଇ ତୃତୀୟାଂଶ ଭୋଟରଙ୍କୁ ବିଜେଡି ଅନ୍ୟତ୍ର ନେଇଯାଇଥିଲେ। କେବଳ କିଛି ଲୋକ ପ୍ରତିନିଧି ହିଁ ଅନ୍ୟ ଦଳ ହାତରେ ରହିଥିଲେ। ଏହି ଅନାସ୍ଥା ପ୍ରସ୍ତାବ ଆଣିଥିବା ଲୋକ ପ୍ରତିନିଧିମାନେ କୁଆଡେ ଗଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଥିଲା। ସମସ୍ତେ ପୁଣି ଏକତ୍ର ହୋଇଯାଇଥିବାରୁ ଏଭଳି ନିର୍ବାଚନରେ କେହି ଆସିଲେ ନାହିଁ ବୋଲି କୁହାଯାଇଛି।ରା ଜନୀତିରେ ସବୁ ସମ୍ଭବ ବୋଲି କୋରକୋଣ୍ଡାରେ ଆଲୋଚନା ଜୋର ଧରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe