କୋଟିଆ ଝାଡୁ ଗଲା ଛତିଶଗଡ଼

ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକର କୋଟିଆ ନିକଟସ୍ଥ ଉପରବାରବନ୍ଦ ଗାଁର ମହିଳାମାନେ କୁହନ୍ତି, ବାପା ଜେଜେ ଅମଳରୁ ଏହାକୁ କରୁଥିଲି। ହେଲେ ଏତେ ଲାଭ ହେଉନଥିଲା। ମାତ୍ର ଏବେ ଫୁଲଝାଡୁ ବିକ୍ରିକରି ମୋର କିଛିଟା ଲାଭ ହୋଇଛି।

Kotiya jhadu

Kotiya jhadu Photograph: (sambad.in)

କୋରାପୁଟ: ଓରମାସ ଓ ପଟାଙ୍ଗୀ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ସଂଧ୍ୟାରେ କୋଟିଆରୁ ପଟାଙ୍ଗୀ ଏଗ୍ରୋ ପ୍ରଡକ୍ଟ ପ୍ରଡ୍ୟୁସର ସହଯୋଗରେ ଛତିଶଗଡ ଯାଇଛି କୋଟିଆ ଝାଡୁ। 

କୋରାପୁଟ ଜିଲ୍ଲାର ପାହାଡ଼ରେ ମିଳୁଥିବା ସ୍ୱତନ୍ତ୍ର ଘାସରୁ ଫୁଲଝାଡୁ ପ୍ରସ୍ତୁତ କରାଯାଇ ବ୍ୟବହାର କରାଯାଏ। ପୂର୍ବରୁ ଆଦିବାସୀ ମହିଳାମାନେ ଯଦିଓ ଏହି ଫୁଲଝାଡୁ ପ୍ରସ୍ତୁତ କରୁଥିଲେ ହେଲେ ଏହା ଯେ କେବେ ତାଙ୍କ ପାଇଁ ଲାଭକାରୀ ବ୍ୟବସାୟରେ ପରିଣତ ହେବ ସେକଥା ଜାଣିନଥିଲେ।

ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକର କୋଟିଆ ନିକଟସ୍ଥ ଉପରବାରବନ୍ଦ ଗାଁର ମହିଳାମାନେ କୁହନ୍ତି, ବାପା ଜେଜେ ଅମଳରୁ ଏହାକୁ କରୁଥିଲି। ହେଲେ ଏତେ ଲାଭ ହେଉନଥିଲା। ମାତ୍ର ଏବେ ଫୁଲଝାଡୁ ବିକ୍ରିକରି ମୋର କିଛିଟା ଲାଭ ହୋଇଛି। ମୋ ଭଳି ଗାଁର ପ୍ରାୟ ୩୦ ପରିବାର ଏବେ ଫୁଲଝାଡୁ ବ୍ୟବସାୟ କରି ନିଜର ଗୁଜୁରାଣ ମେଂଟାଇ ପାରୁଛନ୍ତି। ପାଖ ଗାଁର ପାହାଡ ଉପରୁ ଆମେ କଂଚାମାଲ ସଂଗ୍ରହ କରି ଆଣି ଝାଡୁ ତିଆରି କରୁଛୁ।

 ୬ ବର୍ଷ ହେବ ଅଂଚଳବାସୀ ଏହି କାମରେ ଲିପ୍ତ। ଏହି ଘାସ ସଂଗ୍ରହ କରି ତାକୁ ଆଣି ଆମେ ଖରାରେ ୧୦ରୁ ୧୨ ଦିନ ଶୁଖାଉ। ପରେ ତାକୁ ପ୍ଲାଷ୍ଟିକ୍ ସୂତାରେ ବାନ୍ଧି ଫୁଲ ଝାଡୁ ତିଆରି କରୁ। ଅକ୍ଟୋବର ମାସରୁ ଏହାକୁ ଆମେ ସଂଗ୍ରହ କରିବା ଆରମ୍ଭ କରୁ। ପାଖାପାଖି ୪୦୦ ଟନ୍ ଫୁଲଝାଡୁ ସବୁ ବର୍ଷ ଏଠାରୁ ରାୟପୁର, ଜଗଦଲପୁର, ଆନ୍ଧ୍ରପ୍ରଦେଶ, ହାଇଦ୍ରାବାଦ, ବିଜୟୱାଡାକୁ ଯାଏ। ପୂର୍ବରୁ ବେପାରୀମାନେ ଶାଗ ମାଛ ଦରରେ ନେଉଥିଲେ। କିନ୍ତୁ ଏବେ ସରକାର ଆମଠାରୁ ସିଧାସଳଖ ନେଲା ପରେ ଆମେ ଆଉ ବେପାରୀଙ୍କୁ ଏହା ବିକୁନୁ ଆଉ ଭଲ ଲାଭ ମଧ୍ୟ ପାଉଛୁ।

ଜିଲ୍ଲାର ପଟାଙ୍ଗୀ, ସେମିଳିଗୁଡା ଓ ନାରାୟଣପାଟଣା ବ୍ଲକ୍ରେ ଥିବା ବିଭିନ୍ନ ପାହାଡ଼ରୁ ଏହାକୁ ସଂଗ୍ରହ କରାଯାଇଥାଏ। ଆଦିବାସୀ ମହିଳାମାନେ ଏହାକୁ ଜଙ୍ଗଲରୁ ସଂଗ୍ରହ କରି ଆଣି ଜମା କରନ୍ତି ଓ ପରେ ଏହାକୁ ଖରାରେ ଶୁଖାଇ ଝାଡୁ ପାଇଁ ପ୍ରସ୍ତୁତ କରନ୍ତି। ଓର୍ମାସ ଗୋଟିଏ ଝାଡୁ ପ୍ରସ୍ତୁତ ପାଇଁ ଜଣେ ମହିଳାଙ୍କୁ ୩ଟଙ୍କା ୫୦ ପଇସା ଦେଉଥିବା ବେଳେ ଜଣେ ମହିଳା ଦିନକୁ ୫୦ଟି ଝାଡୁ ପ୍ରସ୍ତୁତ କରିଥାଏ। କୋରାପୁଟ ଜିଲ୍ଲା ପଟାଙ୍ଗୀରେ ଥିବା କୋଟିଆ ପଂଚାୟତର ଆଦିବାସୀମାନଙ୍କ ଦ୍ୱାରା ସ୍ଥାନୀୟ ହସ୍ତଶିଳ୍କ ଭାବେ ଏହା ଉତ୍ପାଦିତ ହେଉଛି। ଯାହାକି ଆମାଜନ୍ ଭଳି ଇ କମର୍ସ ସାଇଟ୍ରେ ବିକ୍ରି ହେବା ଆରମ୍ଭ ହେଲାଣି। 

Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe