ଅର୍ଥ କମିସନ ପ୍ରସ୍ତୁତି ବୈଠକରେ ସ୍ଥାନ ପାଇଲେ କୋଟପାଡ ଏନଏସି ଅଧ୍ୟକ୍ଷ

Advertisment

୧୬ତମ ଅର୍ଥ କମିସନ ଓଡିଶା ଗସ୍ତ ପୂର୍ବରୁ ରାଜ୍ୟର ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମର ମେୟରଙ୍କ ସହ କେଉଁଝରଗଡ଼, ରାଜଗାଙ୍ଗପୁର ପୌରପାଳିକା ଓ ଖରିଆର ରୋଡ ଓ କୋଟପାଡ ଏନଏସିର ଅଧ୍ୟକ୍ଷଙ୍କୁ ସ୍ଥାନ ମିଳିଛି।

Updated On

୧୬ତମ ଅର୍ଥ କମିସନ ଓଡିଶା ଗସ୍ତ ପୂର୍ବରୁ ରାଜ୍ୟର ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମର ମେୟରଙ୍କ ସହ କେଉଁଝରଗଡ଼, ରାଜଗାଙ୍ଗପୁର ପୌରପାଳିକା ଓ ଖରିଆର ରୋଡ ଓ କୋଟପାଡ ଏନଏସିର ଅଧ୍ୟକ୍ଷଙ୍କୁ ସ୍ଥାନ ମିଳିଛି।

ଅଦ୍ୟତନ ହୋଇଛି
sankar rao

sankar rao Photograph: (Sambad )

କୋରାପୁଟ/କୋଟପାଡ଼: ରାଜ୍ୟର ସହରାଂଚଳ ବିକାଶ ପାଇଁ ବୁଧବାର ଠାରୁ ୭ତାରିଖ ଯାଏଁ ହେବ ପ୍ରସ୍ତୁତି ବୈଠକ। ୧୬ତମ ଅର୍ଥ କମିସନ ଓଡିଶା ଗସ୍ତ ପୂର୍ବରୁ ରାଜ୍ୟର ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମର ମେୟରଙ୍କ ସହ କେଉଁଝରଗଡ଼, ରାଜଗାଙ୍ଗପୁର ପୌରପାଳିକା ଓ ଖରିଆର ରୋଡ ଓ କୋଟପାଡ ଏନଏସିର ଅଧ୍ୟକ୍ଷଙ୍କୁ ସ୍ଥାନ ମିଳିଛି। ଏହି କ୍ରମରେ କୋରାପୁଟ ଜିଲ୍ଲାର କୋଟପାଡ଼ ଏନଏସି ଅଧ୍ୟକ୍ଷ ଏମ୍ ଶଙ୍କର ରାଓଙ୍କୁ ଚୟନ କରାଯାଇଛି। 

ରାଜ୍ୟର ଗୁରୁତ୍ବପୁର୍ଣ୍ଣ ବୈଠକରେ କୋରାପୁଟ ପରି ପଛୁଆ ଜିଲ୍ଲାର ଜଣେ ଲୋକ ପ୍ରତିନିଧିଙ୍କୁ ସ୍ଥାନ ମିଳିଥିବାରୁ ବିଭିନ୍ନ ମହଲରେ ଅଧ୍ୟକ୍ଷ ଶ୍ରୀ ରାଓଙ୍କୁ ଶୁଭେଚ୍ଛା ଞାପନ କରାଯାଇଛି। ଜିଲ୍ଲାରେ ଥିବା ଜୟପୁର, କୋରାପୁଟ, ସୁନାବେଡ଼ା ପୌରପାଳିକା ଓକୋଟପାଡ ଏନଏସିର ଅଭାବ, ଅସୁବିଧା, ଆବଶ୍ୟକତା ଆଦିକୁ ସେ ନିଶ୍ଚିତ ରୁପେ ଏହି ବୈଠକରେ ଉପସ୍ଥାପନା କରିବେ ବୋଲି ଅଂଚଳବାସୀ ଆଶା ପ୍ରକଟ କରିଛନ୍ତି।

ଏହି ଅନୁଦାନରୁ ଆଗାମୀ ଦିନରେ ଏହି ଚାରି ପ୍ରମୁଖ ସହର ସହ ନୂଆରେ ଏନଏସି ହେବାକୁ ଉଜ୍ଜୀବିତ ହୋଇଛି। କୋଟପାଡ଼ ପରି ପଛୁଆ ଅଂଚଳର ଜଣେ ଲୋକପ୍ରତିନିଧି ଏଭଳି ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେବା ଅଂଚଳବାସୀ ପାଇଁ ଖୁସି ଖବର ବୋଲି କୋଟପାଡ଼ ‌ଏନଏସିର କାଉନସିଲର ଓ ବୁଦ୍ଧିଜୀବୀ ମାନେ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe