କୁଡୁମୀ ସେନା ଓଡ଼ିଶାର ପ୍ରତିଷ୍ଠା ଦିବସ

Advertisment

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁନ ୩ ତାରିଖରେ କୁଡୁମୀ ସେନାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ରାଇରଙ୍ଗପୁରସ୍ଥିତ ମହୁଲଡିହା ଡାକବଙ୍ଗଳାଠାରେ ବାମନଘାଟି କୁଡୁମୀ ସେନା ପକ୍ଷରୁ ୧୩ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁନ ୩ ତାରିଖରେ କୁଡୁମୀ ସେନାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ରାଇରଙ୍ଗପୁରସ୍ଥିତ ମହୁଲଡିହା ଡାକବଙ୍ଗଳାଠାରେ ବାମନଘାଟି କୁଡୁମୀ ସେନା ପକ୍ଷରୁ ୧୩ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା।

Kudumi Sena

Kudumi Sena Photograph: (sambad.in )

ରାଇରଙ୍ଗପୁର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁନ ୩ ତାରିଖରେ କୁଡୁମୀ ସେନାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ରାଇରଙ୍ଗପୁରସ୍ଥିତ ମହୁଲଡିହା ଡାକବଙ୍ଗଳାଠାରେ ବାମନଘାଟି କୁଡୁମୀ ସେନା ପକ୍ଷରୁ ୧୩ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା।

ଏହି ଜାତିକୁ ୧୯୫୦ ମସିହା ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ମିଳିଥିଲା। କିନ୍ତୁ ପରେ ସମ୍ବିଧାନରୁ ଆଦିବାସୀ ମାନ୍ୟତା ହଟାଇ ଦିଆଗଲା। ପୁନଃ ଆଦିବାସୀ ମାନ୍ୟତା ପାଇଁ ଏହି ସମ୍ପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି ଦାବି ରଖି ଆସୁଛନ୍ତି। ତେବେ ଓଡ଼ିଶାରେ କ୍ରାନ୍ତିକାରୀ ଯୁବ ନେତା ଜୈମୁନୀ ମହାନ୍ତଙ୍କ ନେତୃତ୍ୱରେ କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ଏକାଠି କରି ୨୦୧୨ ଜୁନ ୩ରେ ସ୍ଵାଧୀନତା ସଂଗ୍ରାମୀ କାଳିଆ ମହାନ୍ତ ମାଟି ବେତନଟି ଠାରେ କୁଡୁମୀ ସେନା ଗଠନ କରି କୁଡୁମୀ ଲୋକଙ୍କର ସାମାଜିକ, ଅର୍ଥନୈତିକ, ଭାଷା, ସଂସ୍କୃତିର ସୁରକ୍ଷା ଓ କୁଡୁମୀ ଜାତିକୁ ପୁନଃ ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ୧୨ ବର୍ଷ ଧରି ଜ଼ିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ଆୟୋଜନ କରି ଆସୁଛନ୍ତି। ଆଜିର ଦିନରେ ବାମନଘାଟୀ କୁଡୁମୀ ସେନା ଦାବି ହାସଲ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରଖିବା ପାଇଁ ଦୃଢ଼ ପ୍ରତିଜ୍ଞା କଲେ।

କୁଡୁମୀ ଜାତିକୁ ୧୯୫୦ ମସିହା ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ମିଳିଥିଲା। କିନ୍ତୁ ପରେ ସମ୍ବିଧାନରୁ ଆଦିବାସୀ ମାନ୍ୟତା ହଟାଇ ଦିଆଗଲା। ପୁନଃ ଆଦିବାସୀ ମାନ୍ୟତା ପାଇଁ ଏହି ସମ୍ପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି ଦାବି ରଖି ଆସୁଛନ୍ତି।

ଏହି ସଭାରେ କୁଡୁମୀ ଛାତ୍ର ସେନା ସଭାପତି ବରୁଣ କୁମାର ମହାନ୍ତ ଅନ୍ୟ ଛାତ୍ରନେତାମାନଙ୍କ ମଧ୍ୟରୁ ସିପୁନ୍ ମହାନ୍ତ, ତୁଷାର ମହାନ୍ତ, ଗୌରବ ମହାନ୍ତ, ସ୍ୱାଗତ ମହାନ୍ତ, ବିଟୁ ମହାନ୍ତ ଉପସ୍ଥିତ ଥିଲେ। କୁଡୁମୀ ସେନା ଉପଦେଷ୍ଟା ସୁବାଷ ଚନ୍ଦ୍ର ମହାନ୍ତ, କୁଡୁମୀ ମହିଳା ସେନା ସଭାନେତ୍ରୀ ସୁଜାତା ମହାନ୍ତ, ଉପସଭାପତି ସୁମନା ମହାନ୍ତ, ସୌଭାଗ୍ୟ ମହାନ୍ତ, ସୁକୁମାରୀ ମହାନ୍ତ, ରାଇରଙ୍ଗପୁର ମୁନିସିପାଲିଟି ସଭାପତି ଭଜହରି ମହାନ୍ତ କୁଡୁମୀ ସେନା କାର୍ଯ୍ୟକର୍ତ୍ତା ଲକ୍ଷ୍ମୀଧର ମହାନ୍ତ, ରାଜା ମହାନ୍ତ, ଆନନ୍ଦ ମହାନ୍ତ, ବିରେନ୍ଦ୍ର ନାଥ ମହାନ୍ତ, କ୍ଷୀରୋଦ ଚନ୍ଦ୍ର ମହାନ୍ତ ପ୍ରମୁଖ ବହୁ କର୍ମୀ ଯୋଗଦେଇଥିଲେ।

 Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe