ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ

ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ ଶ୍ରୀରାମ ମନ୍ଦିରରେ ଥିବା ପାଠାଘର କକ୍ଷରେ ଗୁରୁବାର ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ପଦ୍ମାଲାଭ ବିଶ୍ୱାଳ ପୌରାହିତ୍ୟ କରିଥିଲେ।

Labour day

Labour day Photograph: (sambad.in)

ଜଂକିଆ: ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ ଶ୍ରୀରାମ ମନ୍ଦିରରେ ଥିବା ପାଠାଘର କକ୍ଷରେ ଗୁରୁବାର ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ପଦ୍ମାଲାଭ ବିଶ୍ୱାଳ ପୌରାହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ପୂର୍ବତନ ସରପଞ୍ଚ ବିପିନ କୁମାର ଜୟସିଂହ, ମୁଖ୍ୟ ବକ୍ତା ଡ଼ ପୂର୍ଣଚନ୍ଦ୍ର ଦାଶ, ପୂର୍ବତନ ଅଧ୍ୟାପକ ଚନ୍ଦ୍ର ଶେଖର ଦାଶ, ରାମଦାୟ ପରିଷଦର ସମ୍ପାଦକ ଗଙ୍ଗାଧର ତ୍ରିପାଠୀ, ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ମାନସ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅତିଥିଭାବରେ ଯୋଗ ଦେଇ ଦୁଇ ଜଣ ନିର୍ମାଣ ଶ୍ରମିକଙ୍କୁ ମାନପତ୍ର, ଫୁଲଗୁଚ୍ଛ ଓ ଉପଢୌକାନ ଦେଇ ସମ୍ବର୍ଦ୍ଧନା କରିଥିଲେ।

ଶେଷରେ ସାମ୍ବାଦିକ ହିମାଂଶୁ ଭୂଷଣ ଚମ୍ପତ୍ତିରାୟ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଖବରଦାତା ଉମେଶ ଚନ୍ଦ୍ର ପଟ୍ଟନାୟକ, ସୁକାନ୍ତ ଜିତ ପଟ୍ଟନାୟକ, ମନୋଜ କୁମାର ନାଇ ଦାମୋଦର ସାହୁ, ପ୍ରକାଶ କୁମାର ବଳିୟାରସିଂହ, ଶ୍ୟାମାସୁନ୍ଦର ପଟ୍ଟନାୟକ, ମନୋଜ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Khordha

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe