କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କୁନମୁରୁ  ପଞ୍ଚାୟତ ଲମଲୋଇସ୍ଥିତ ଓସିଏଲ ଆଇରନ ଏଣ୍ଡ ଷ୍ଟିଲ ଲିମିଟେଡ଼ରେ କାର୍ଯ୍ୟରତ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ଜଣକ ରାଜଗାଙ୍ଗପୁର ଥାନା କୁନମୁରୁ ପଞ୍ଚାୟତର ତେତେରକେଲା ଗ୍ରାମର ପ୍ରଦୀପ ଲାକ୍ରା (୩୬)।

Dead

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କୁନମୁରୁ  ପଞ୍ଚାୟତ ଲମଲୋଇସ୍ଥିତ ଓସିଏଲ ଆଇରନ ଏଣ୍ଡ ଷ୍ଟିଲ ଲିମିଟେଡ଼ରେ କାର୍ଯ୍ୟରତ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ଜଣକ ରାଜଗାଙ୍ଗପୁର ଥାନା କୁନମୁରୁ ପଞ୍ଚାୟତର ତେତେରକେଲା ଗ୍ରାମର ପ୍ରଦୀପ ଲାକ୍ରା (୩୬)।

ପ୍ରଦୀପ ଅନ୍ୟଦିନ ଭଳି ଆଜି ମଧ୍ୟ  ସ୍ଥାନୀୟଓସିଏଲ ଆଇରନ ଏଣ୍ଡ ଷ୍ଟିଲ ସ୍ପଞ୍ଜ ଆଇରନ କାରଖାନାର ଡିଆରଆଇ ଲ୍ୟାବରେ ବି ସିପ୍ଟରେ କାମ କରୁଥିବା ସମୟରେ ହଠାତ ଅପରାହ୍ନରେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ କାରଖାନା ଆମ୍ବୁଲାନ୍ସରେ ଯୋଗେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା।

ସେଠାରେ ଡାକ୍ତର ଯାଞ୍ଚ ପରେ ତାଙ୍କୁ ମୃତଘୋଷଣା କରିଥିଲେ। ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଆଶଙ୍କା କରାଯାଉଛି। ଘଟଣା ଜଣାପଡିବା ପରେ ମୃତକଙ୍କ ପରିଜନ ଓ କାରଖାନା କତ୍ତୃପକ୍ଷ ସିଏଚସି ପହଞ୍ଚିଥିଲେ। ସିଏଚସିର ଶବ ଗୃହରେ ମୃତଦେହକୁ ରଖାଯାଇଥିବା ବେଳେ ଆସନ୍ତା କାଲି ତାଙ୍କ ମୃତଦେହ ବ୍ୟବଛେଦ କରାଯିବ। କର୍ମଚାରୀଙ୍କ ଅକସ୍ମାତ ମୃତ୍ୟୁ ଘଟିବା ପରେ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

sundargarh | dead 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe