Lady Forester Demands Bribe ଖୋଲାଖୋଲି ଲାଞ୍ଚ ମାଗିଲେ ମହିଳା ଫରେଷ୍ଟର, ଟ୍ରାକ୍ଟର ଅଟକାଇଲେ

Advertisment

ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନରେ କାର୍ଯ୍ୟରତ lady forester ଲକ୍ଷ୍ମୀ ମହାପାତ୍ରଙ୍କ ଦବଙ୍ଗଗିରି l "ଖୁଲମ ଖୁଲା କହୁଛନ୍ତି ସବୁ ଆଡେ ଟଙ୍କା ଖାଉଛୁ, ଖାଲି ଏଇଠି ଆମେ ଟଙ୍କା ପାଇନୁ ବୋଲି ଗାଡ଼ି ଅଟକାଇଛୁ l ପଇସା ଖାଇବା ପାଇଁ ମୁଁ ଚାକରି କରିଛି l" 

ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନରେ କାର୍ଯ୍ୟରତ lady forester ଲକ୍ଷ୍ମୀ ମହାପାତ୍ରଙ୍କ ଦବଙ୍ଗଗିରି l "ଖୁଲମ ଖୁଲା କହୁଛନ୍ତି ସବୁ ଆଡେ ଟଙ୍କା ଖାଉଛୁ, ଖାଲି ଏଇଠି ଆମେ ଟଙ୍କା ପାଇନୁ ବୋଲି ଗାଡ଼ି ଅଟକାଇଛୁ l ପଇସା ଖାଇବା ପାଇଁ ମୁଁ ଚାକରି କରିଛି l" 

Untitled

lady forester demands bribe Photograph: (sambad.in)

ବେତନଟୀ : ଦିନ ଦ୍ବିପ୍ରହରରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନରେ କାର୍ଯ୍ୟରତ ମହିଳା ଫରେଷ୍ଟର ଲକ୍ଷ୍ମୀ ମହାପାତ୍ରଙ୍କ ଦବଙ୍ଗଗିରି l "ଖୁଲମ ଖୁଲା କହୁଛନ୍ତି ସବୁ ଆଡେ ଟଙ୍କା ଖାଉଛୁ, ଖାଲି ଏଇଠି ଆମେ ଟଙ୍କା ପାଇନୁ ବୋଲି ଗାଡ଼ି ଅଟକାଇଛୁ l ପଇସା ଖାଇବା ପାଇଁ ମୁଁ ଚାକରି କରିଛି l" 

ଗାଡ଼ିକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ 

ସୂଚନା ଅନୁଯାୟୀ, ଗୁରୁବାର ମଧ୍ୟାହ୍ନରେ ସ୍ଥାନୀୟ ସରପଞ୍ଚଙ୍କ ନିର୍ଦେଶରେ ବେତନଟୀ ବ୍ଲକ ଅଧୀନ ଦାରିହା ଗ୍ରାମର ଏକ ଅନ୍ତ୍ୟୋଦୟ ଯୋଜନାରେ ଗୃହ ନିର୍ମାଣ ପରେ ବଳି ପଡିଥିବା ମାଟି ମିଶ୍ରିତ ବାଲି ବୋଝେଇ କରି ରାଜେଶ କବାଟ ନିଜ ଟ୍ରାକ୍ଟରରେ ଅନ୍ୟ ଏକ ଗୃହ ନିର୍ମାଣ ପାଇଁ ନେଉଥିବା ସମୟରେ ହଠାତ ବେତନଟୀ ଫରେଷ୍ଟର ଆସି ଟ୍ରାକ୍ଟର ଅଟକାଇଥିଲେ l ପରେ ରାଜେଶ ତାଙ୍କୁ ସରପଞ୍ଚଙ୍କ ଲିଖିତ କାଗଜ ଦେଖାଇଥିଲେ ଵି ସେ ଗାଡ଼ିକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ l

ଆହୁରି ପଢ଼ନ୍ତୁ Climate change : ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ, ବଲାଙ୍ଗୀରରେ ବଢ଼ୁଛି ବାଦୁଡ଼ି ସଂଖ୍ୟା

ପରେ ସ୍ଥାନୀୟ ସରପଞ୍ଚଙ୍କ ସହିତ ତାଙ୍କ ଉପରିସ୍ଥ ଅଧିକାରୀ ମଧ୍ୟ ଗାଡ଼ି ଛାଡିବାକୁ କହିଥିଲେ ଵି ସେ ନିଜ ଜିଦରେ ଅଟଳ ରହିଥିଲେ ଓ କହିଥିଲେ କି ଆମେ ଟଙ୍କା ଖାଇବାକୁ ଚାକିରି କରିଛୁ l ଏଇଠୁ ଟଙ୍କା ପାଇନୁ ବୋଲି ଗାଡ଼ି ଅଟକ ରଖିଛୁ l ଯେଉଁଥିପାଇଁ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା l ପରେ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ସେ ଟ୍ରାକ୍ଟରକୁ ଛାଡ଼ିଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe