ଦିନ ଦି’ପ୍ରହରରେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି

ଘର କାର୍ଯ୍ୟ ସାରି ଦୁଇ ଭାଇ ଦିନ ୧୦ ଘଣ୍ଟ ସମୟରେ ଘରେ ତାଲା ପକାଇ ଦୋକାନକୁ ଯାଇଥିଲେ। ଠିକ୍ ଏହି ସମୟରେ ଘରେ କେହି ନ ଥିବା ସୁଯୋଗ ଦେଖି ଅଜଣା ଦୃର୍ବୁତ୍ତ କାନ୍ଥ ଡେଇଁ ପରିସର ମଧ୍ୟରେ ପ୍ରବେଶ କରିଥିଲା।

Stolen from business man

Stolen from business man Photograph: (sambad.in)

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ହାଟପଦା ତଳସାହିରେ ଜଣେ ଯୁବ ବ୍ୟବସାୟୀଙ୍କ ଘରେ କେହି ନ ଥିବା ବେଳେ ସୋମବାର ଦିନ ଦ୍ବିପହରରେ ଘର ତାଲା ଭାଙ୍ଗି ଦୃର୍ବୁତ୍ତ ଲକ୍ଷାଧିକ ଟଙ୍କା ଚୋରି କରି ନେଇଛନ୍ତି। ବ୍ୟବସାୟୀ ଜଣକ ହାଟପଦାତଳ ସାହିର ମହମ୍ମଦ ନଫିସ। ଏ ନେଇ ମହମ୍ମଦ ନଫିସ୍ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ଡାବୁଗାଁ ସଦର ହାଟପଦା ତଳସାହିରେ ମହମ୍ମଦ ନଫିସ ନିଜ ସ୍ତ୍ରୀ ଦୁଇ ଛୁଆ ଓ ସାନ ଭାଇ ସହ ରୁହନ୍ତି। ଭୈରବ ମନ୍ଦିର ସମ୍ମୁଖରେ ଏକ ୱେଲ୍ଡିଂ ଦୋକାନ କରି ପରିବାର ଚଳାନ୍ତି। ଗତ କିଛି ଦିନ ହେଲା ନିଜ ସ୍ତ୍ରୀ ଦୁଇ ଛୁଆଙ୍କୁ ଧରି ଉତ୍ତର ପ୍ରଦେଶ ନିଜ ଶ୍ଵଶୁର ଘରକୁ ଯାଇଥିବା ବେଳେ ଦୁଇ ଭାଇ ଘରେ ରହୁଥିଲେ।

ସୋମବାର ଘର କାର୍ଯ୍ୟ ସାରି ଦୁଇ ଭାଇ ଦିନ ୧୦ ଘଣ୍ଟ ସମୟରେ ଘରେ ତାଲା ପକାଇ ଦୋକାନକୁ ଯାଇଥିଲେ। ଠିକ୍ ଏହି ସମୟରେ ଘରେ କେହି ନ ଥିବା ସୁଯୋଗ ଦେଖି ଅଜଣା ଦୃର୍ବୁତ୍ତ କାନ୍ଥ ଡେଇଁ ପରିସର (ବାଉଣ୍ଡରି) ମଧ୍ୟରେ ପ୍ରବେଶ କରିଥିଲା। ଘରର ମୁଖ୍ୟ କବାଟରେ ଲାଗିଥିବା ତାଲା ଭାଙ୍ଗି ଘର ମଧ୍ୟରେ ପ୍ରବେଶ କରିଥିଲା। ଘର ମଧ୍ୟରେ ଥିବା ସିମେଣ୍ଟ ଥାକରେ ବ୍ୟବସାୟୀ ଜଣକ ସାହୁକାର ଙ୍କୁ ଦେବା ପାଇଁ ରଖିଥିବା ୨ ଲକ୍ଷ ୩୦ ହଜାର ୬୯୦ ଟଙ୍କା ଓ ଏକ ମାଟି କୁଣ୍ଡିରେ ସଞ୍ଚିତ ଥିବା ପ୍ରାୟ ୧୧ ହଜାର ଟଙ୍କା ମାଟି କୁଣ୍ଡି ଭାଙ୍ଗି ନେଇ ଯାଇଥିଲା। 

ତେବେ ଚୋର ଜଣକ ଘରର ଅନ୍ୟ କୌଣସି ଆସବାବ ପତ୍ର ନେଇ ନ ଥିବା ବେଳେ କେବଳ ୨ ଲକ୍ଷ ୪୧ ହଜାର ୬୯୦ ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲା। ଦିନ ୧ ଘଣ୍ଟ ସମୟରେ ବ୍ୟବସାୟୀ ମହମ୍ମଦ ହଫିସ ଘରେ ଆସି ଦେଖିବା ବେଳକୁ ଘରର ତାଲା ଭାଙ୍ଗି କେହି ଦୁର୍ବୃତ୍ତ କ୍ଷାଧିକ ଟଙ୍କା ଚୋରି କରି ନେଇଥିବା ଜାଣି ପାରିଥିଲେ। ଏନେଇ ଆଜି ମହମ୍ମଦ ନଫିସ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Nabarangpur | Odisha police | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe