ପରିବେଶବିତ୍‌ ଲଳିତ ମହାନ୍ତଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର

Advertisment

ପରିବେଶବିତ୍‌ ଲଳିତ ମହାନ୍ତଙ୍କୁ ଜଙ୍ଗଲ ସୁରକ୍ଷା ଓ ପରିବେଶ ରକ୍ଷା ନିମନ୍ତେ ଓଡ଼ିଶା ସରକାରଙ୍କର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି।

ପରିବେଶବିତ୍‌ ଲଳିତ ମହାନ୍ତଙ୍କୁ ଜଙ୍ଗଲ ସୁରକ୍ଷା ଓ ପରିବେଶ ରକ୍ଷା ନିମନ୍ତେ ଓଡ଼ିଶା ସରକାରଙ୍କର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି।

Lalit Mohanta gets award.

Lalit Mohanta gets award. Photograph: (sambad.in)

ରାଇରଙ୍ଗପୁର: ପରିବେଶବିତ୍‌ ଲଳିତ ମହାନ୍ତଙ୍କୁ ଜଙ୍ଗଲ ସୁରକ୍ଷା ଓ ପରିବେଶ ରକ୍ଷା ନିମନ୍ତେ ଓଡ଼ିଶା ସରକାରଙ୍କର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ଜିଲ୍ଲାସ୍ତରୀୟ ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ଏହି ପୁରସ୍କାର ଶ୍ରୀ ମହାନ୍ତଙ୍କୁ ବାରିପଦାସ୍ଥିତ ସଂକଳ୍ପ କନ୍‌ଫରେନ୍ସ୍‌ ହଲରେ ଆୟୋଜିତ ଉତ୍ସବରେ ପ୍ରଦାନ କରାଯାଇଛି।

ଏହି ଉତ୍ସବରେ ମୟୂରଭଞ୍ଜ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦାଃ, ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗିନାନୀ,ବାରିପଦା ବନଖଣ୍ଡ ଅଧିକାରୀ ଉମା ମହେଶ, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବପ୍ରସାଦ ରଥ, ଜିଲ୍ଲା ପରିବେଶ ସମିତି ଉପସଭାପତି ବିଜୟ କୁମାର ଅଗ୍ରୱାଲ, ଅବକାରୀ ଅଧିକ୍ଷକ ପ୍ରହ୍ଲାଦ କହଁର, ପରିବେଶ ସମିତି ଯୁଗ୍ମସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିଗଣ ଶ୍ରୀମହାନ୍ତଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ କରି ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ।

ବିଶିଷ୍ଟ ସ୍ତମ୍ଭକାର, ଶ୍ରୀ ମହାନ୍ତ ଜଣେ କବି ଲବ୍‌ଧ ପ୍ରତିଷ୍ଠିତ ସୁସାହିତ୍ୟିକ ଭାବେ ଯେପରି ଜଣାଶୁଣା ସେହିପରି ପ୍ରକୃତିର ଉପାସକ ଭାବେ ବେଶ ସୁପରିଚିତ। 

ଚଳିତବର୍ଷ ରାଇରଙ୍ଗପୁର ବନଖଣ୍ଡରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ବନ୍ୟଜନ୍ତୁ ସହ ସହାବସ୍ଥାନ ଓ ପରିବେଶ ସନ୍ତୁଳତା ପାଇଁ ସଚେତନତା ସୃଷ୍ଟି ନିମନ୍ତେ "ଦେବତା ଆଖିରେ ଲୁହ" ନାମକ ଏକ ପଥପ୍ରାନ୍ତ ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ରାଇରଙ୍ଗପୁର କଲେଜର ଓଡିଆ ଅଧ୍ୟାପକ ଡକ୍ଟର ମିଲନ ମହାନ୍ତଙ୍କ ରଚିତ ଏହି ନାଟକଟି ସମଗ୍ର ବନଖଣ୍ତ ଅଂଚଳରେ ୧୬ଥର ମଂଚସ୍ଥ ହୋଇ ଲୋକଙ୍କୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ପ୍ରଭାବିତ କରିପାରିଥିଲା। ନାଟକଟିରେ ମୁଖ୍ୟ ପ୍ରଯୋଜକ ଥିଲେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବପ୍ରସାଦ ରଥ। ତେଣୁ ଶ୍ରୀ ରଥ ଓ ଡକ୍ଟର ମହାନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe