ପ୍ରତିବର୍ଷ ବନ୍ୟାରେ ଉଜୁଡ଼ି ଯାଉଛି ଖେତ, ଭାଙ୍ଗି ଯାଉଛି ଘରଦ୍ୱାର

Advertisment

ଭଦ୍ରକ ନଦୀବନ୍ଧ ସୀମାରେ ୭ଟି ଏସ୍କେଫ ରହିଥିବା ବେକେ ଏହି ସବୁ ଏସ୍କେଫ ଦେଇ ବନ୍ୟା ଜଳ ଭଦ୍ରକ ସୀମାକୁ ମାଡି ଆସୁଛି। ଦୁର୍ବଳ ନଦୀବନ୍ଧକୁ ସୁଦୃଢ଼ କରିବା ପାଇଁ ବର୍ଷ ବର୍ଷ ଧରି ଲୋକେ ଦାବି କରୁଛନ୍ତି।

ଭଦ୍ରକ ନଦୀବନ୍ଧ ସୀମାରେ ୭ଟି ଏସ୍କେଫ ରହିଥିବା ବେକେ ଏହି ସବୁ ଏସ୍କେଫ ଦେଇ ବନ୍ୟା ଜଳ ଭଦ୍ରକ ସୀମାକୁ ମାଡି ଆସୁଛି। ଦୁର୍ବଳ ନଦୀବନ୍ଧକୁ ସୁଦୃଢ଼ କରିବା ପାଇଁ ବର୍ଷ ବର୍ଷ ଧରି ଲୋକେ ଦାବି କରୁଛନ୍ତି।

New Project (25)

ଭଦ୍ରକ (ହରିହର ନାୟକ): କେନ୍ଦୁଝର ଜିଲ୍ଲାରୁ ଉତ୍ପତିଲାଭ କରିଥିବା ବୈତରଣୀ ନଦୀ ଭଦ୍ରକ ଓ ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ହୋଇ ଚାନ୍ଦବାଲି ବ୍ଲକର ଧାମରା ମୁହାଣରେ ସମୁଦ୍ରରେ ମିଶିଛି। ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ବ୍ଲକ ସୀମା ଦେଇ ବୈତରଣୀ ନଦୀ ପ୍ରବାହିତ ହେଉଛି। ବୈତରଣୀର ଦକ୍ଷିଣ ପାର୍ଶ୍ଵ ନଦୀବନ୍ଧ ଯାଜପୁର ସୀମାରେ ରହିଥିବା ବେଳେ ବମ ପାର୍ଶ୍ଵ ନଦୀବନ୍ଧ ଭଦ୍ରକ ସୀମାରେ ରହିଛି। ଭଦ୍ରକ ନଦୀବନ୍ଧ ଦୁର୍ବଳ ହୋଉଥିବା ବେଳେ ପ୍ରତିବର୍ଷ ବନ୍ୟାରେ ଭଦ୍ରକ ଜିଲ୍ଲାର  ୪ ଟି ବ୍ଲକର ୪୦୦ ଗ୍ରାମ କ୍ଷତି ଗ୍ରସ୍ଥ୍ ହେଉଛି।

ଭଦ୍ରକ ନଦୀବନ୍ଧ ସୀମାରେ ୭ଟି ଏସ୍କେଫ ରହିଥିବା ବେକେ ଏହି ସବୁ ଏସ୍କେଫ ଦେଇ ବନ୍ୟା ଜଳ ଭଦ୍ରକ ସୀମାକୁ ମାଡି ଆସୁଛି। ଦୁର୍ବଳ ନଦୀବନ୍ଧକୁ ସୁଦୃଢ଼ କରିବା ପାଇଁ ବର୍ଷ ବର୍ଷ ଧରି ଲୋକେ ଦାବି କରୁଛନ୍ତି। ମାତ୍ର ଏହି ନଦୀ ବନ୍ଧ କୁ କ୍ୟାପିଟାଲ ଆମ୍ବକ ମେଣ୍ଟ କରିବା ପାଇଁ ସ୍ବତନ୍ତ୍ର ଅନୁଦାନ ବିଭାଗ ପାଖ୍ୟରୁ ଦିଆଯାଉ ନଥିବାରୁ ଭଦ୍ରକ ଦୀମାର ନଦୀବନ୍ଧ ଦୁର୍ବଳ ହୋଇରହିଛି। ବୈତରଣୀ ନଦୀର ପ୍ରଳୟଙ୍କରୀ ବନ୍ୟା ଭଦ୍ରକ ଜିଲ୍ଲାର ଲୋକଙ୍କୁ ପ୍ରତିବର୍ଷ ବୁଡ଼ାଇ ମାରୁଛି। ଚାଷ ବାସ ଉଜାଡି ଦେଉଛି। ଗୃହ ପାଳିତ ପଶୁ ପକ୍ଷୀଙ୍କର ଜୀବନ ଯାଉଛି। ରାସ୍ତା ଘାଟ ନଷ୍ଟ ହୋଇଯାଉଛି।  

ବିଶେଷ କରି ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲି ବ୍ଳକର ବହୁ ଜନସାଧାରଣଙ୍କ ଘରଦ୍ଵାର, ରାସ୍ତାଘାଟ, ଚାଷବାସ, ଗୃହପାଳିତ ପଶୁ, ଧନଜୀବନ ନଷ୍ଟ ହେଉଛି।  ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ୟା ନିୟନ୍ତ୍ରଣ କରିବା ପାଇଁ ଏବେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ। ଭଦ୍ରକ ଜିଲ୍ଲାର  ଆଖୁଆପଦା ସନ୍ନିକଟ ନିକଟରେ ବନ୍ୟାଜଳ ବିପଦସଙ୍କେତ ସ୍ତରର ଉପରକୁ ଉଠିଲେ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଠି ହେଉଛି। ଏଠାରେ ବିପଦ ସଂକେତ ସ୍ତର ହେଉଛି ୧୭.୮୩ ମିଟର ରହିଛି। ଏହା ଉପରେ ନଦୀର ଜଳ ସ୍ତର  ୧୯ ରୁ ୨୦ ମିଟର ଜଳ ସ୍ତର ପ୍ରବାହିତ ହେଲେ ଭଦ୍ରକ ଜିଲ୍ଲାରେ ଲୋକେ ବନ୍ୟା ଜଳରେ ଉବୁଟୁବୁ ହେଉଛନ୍ତି। 

୧୯୬୦ ମସିହାରୁ ୨୦୨୫ ପର୍ଯ୍ୟନ୍ତ ୭ ଥର ପ୍ରଳୟଙ୍କରୀ ବନ୍ୟା ହୋଇଛି। ୧୯୬୦ ମସିହା ବନ୍ୟାରେ ବୈତରଣୀ ବନ୍ୟାରେ ଆଖୁଆପଦା ଠାରେ ୬୯.୫୦ ମିମି ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ଏହି ବନ୍ୟାରେ ସେତେବେଳେ ଜିଲ୍ଲାରେ ବ୍ୟାପକ ଧାନ ଜୀବନ ନଷ୍ଟ ହୋଇଥିଲା।

ସେହିପରି ୧୯୭୫ ବନ୍ୟାରେ ୭୯ ମିମି ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ୧୯୯୯ ମହାବାତ୍ୟା ବନ୍ୟାରେ ଏଠାରେ ୨୦. ୭୭ ମିମି ବନ୍ୟାଜଳ ପ୍ରବାହିତ ହୋଇ ବ୍ୟାପକ ଅଞ୍ଚଳ, ଖେତ, ଘାଟ ଦ୍ବାର ନଷ୍ଠ କରିଥିଲା। ସେହିପରି ୨୦୧୧ ମସିହାରେ ୨୦.୮୫ ମିମୀ ବନ୍ୟା ଜଳ ପ୍ରବାହିତ ହୋଇଥିଲା ବେଳେ ୨୦୧୪ ରେ ୨୦.୬୯ ମୀମୀ ବନ୍ୟାଜଳ ଆଖୁଆପଦା ଆନିକଟ ନିକଟରେ ପ୍ରବାହିତ ହୋଇଥିଲା। ୨୦୨୦ ମସିହା ବନ୍ୟାରେ ୨୦.୪ ମିଲିମିଟର ବନ୍ୟାଜଳ ପ୍ରବାହିତ ହେଉଥିଲା। ଏବେ ୨୦୨୫  ମସିହା ବନ୍ୟାରେ ଆଖୁଆପଦା ନିକଟରେ ବନ୍ୟା ଜଳ ୧୯ ମିଲି ମିଟର ଉଚ୍ଚରେ ପ୍ରବାହିତ ହୋଇ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ବ୍ଲକର ବ୍ୟାପକ ଅଞ୍ଚଳ ଚାଷ ଜମି ଓ ପାଣି ପରିବା କ୍ଷେତ ନଷ୍ଟ କରି ଦେଇଛି। ରାସ୍ତାଘାଟରେ ବନ୍ୟାଜଳ ବୁଡ଼ିି ରହିଥିବା ବେକେ ଅନେକ ରାସ୍ତା ନସ୍ଥ ହୋଇଯାଇଛି।

ତିନି ଦିନ ତଳେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ଭଦ୍ରକ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିଥିବା ବେକେ କ୍ଷୟକ୍ଷତିର ଆକଳନ ରିପୋର୍ଟ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଭଦ୍ରକ ଜିଲ୍ଲାକୁ ସ୍ଥାୟୀ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ଏକ ସୁଦୃଢ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାବାସୀ ଦାବି କରିଥିବା ବେକେ ରାଜ୍ୟ ସରକାର ଏ ଦିଗରେ ଆଗାମୀ ଦିନରେ କି ପ୍ରକାର ପଦକ୍ଷେପ ନେଉଛନ୍ତି। ତାହା ଉପରେ ରହିଛି ଲୋକଙ୍କ ନଜର। 

ଭଦ୍ରକ ଜିଲ୍ଲାକୁ ବୈତରଣୀ ନଦୀର ବାମ ପାର୍ଶ୍ଵ ନଦୀବନ୍ଧର ଭଣ୍ଡାରିପୋଖରୀ ନିକଟବର୍ତ୍ତୀ 'ବାଲିପୋଖରୀ’ ଓ ‘କଣ୍ଟିଘାଇ’ ଏସ୍କେପ। ଧାମନଗର ବ୍ଲକରେ ରହିଛି ବୈତରଣୀ ନଦୀର ଗୌରାଙ୍ଗପୁର ଓ ମଲ୍ଲି ମାହାରା ଏସ୍କେପ। ସେହିପରି ବୈତରଣୀର ଶାଖା ନଦୀ ଗେଙ୍ଗୁଟି ନଦୀରେ ରହିଛି ‘କନକେଇ’, ‘ଗାଇଛନ୍ଦା’ ଓ ‘ମଠମାହାରା’ ଭଳି  ଅନ୍ୟ ତିନୋଟି ବୃହତ ଏସ୍କେପ। ଏହି ସାତୋଟି ବୃହତ ଏସ୍କେପ ମଧ୍ୟରୁ କଣ୍ଟିଘାଇ’ ଏସକେଫ ଦେଇ ବୈତରଣୀ ନଦୀରୁ ପ୍ରଥମ ବନ୍ୟାଜଳ ଭଦ୍ରକ ସୀମାକୁ ପ୍ରବେଶ କରେ। ଏହି କଣ୍ଟି ଘାଇ ଏସ୍କେଫ୍ ନିର୍ମାଣ ଓ ଏହାର ସୁଦୃଢ଼ୀକରଣ ପାଇଁ ୪ କୋଟି ଟଙ୍କାର  ଅନୁଦାନ ରାଶି ଯୋଗାଇ ଦିଆଯାଇ କାମ ଆରମ୍ଭ କରାଯାଇଥିଲେ ମଧ୍ୟ ଏହି କାର୍ଯ୍ୟ ବିଳମ୍ବ ହେଉଛି।

ପ୍ରଳୟଙ୍କରୀ ବନ୍ୟାରେ ନଦୀରେ ଆସୁଥୁବା ପ୍ରାୟ ଚାରିଲକ୍ଷ ଷୋହଳ ହଜାର କ୍ୟୁସେକ ଜଳ ମଧ୍ୟରୁ ପ୍ରାୟ ତିନିଲକ୍ଷ କ୍ଲାସେକ୍ ଜଳ ଏହି ସାତୋଟି ଏସ୍କେପ ଦେଇ ଭଦ୍ରକ ଜିଲ୍ଲାର ଜନବସତିକୁ  ପ୍ରବେଶ କରି ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରୁଛି। ବନ୍ୟା ନିୟନ୍ତ୍ରଣ ଓ ଜଳସେଚନ ସୁବିଧା ପାଇଁ  ନ‌ଦୀର ଦୃଢ଼ ଭିଭିଭୂମି ଥିବା ଆଖୁଆପଦା ଠାରେ ବ୍ୟାରେଜ ନିର୍ମାଣ ଆରମ୍ଭ ବିଳମ୍ବିତ ହେବା ଯୋଗୁ ଏପରି ଭୟଙ୍କର ବନ୍ୟାକୁ ସମ୍ମାନ କରିବାକୁ  ପଡୁଛି। ବନ୍ୟା ନିୟନ୍ତ୍ରଣ ପାଇଁ ବିଜେଡି ସରକାର କିଛି କରିମ୍ ନଥିବା ବେକେ ବାଲି ବସ୍ଥା ପକାଇ କୋଟି କୋଟି ତାଙ୍କର ଅନୁଦାନ ଲୁଟ କରିଛି। ଏବେ ବିଜେପି ସରକାର କ୍ଷମତାକୁ ଆସୁଥିବା ବେଳେ ଦଳର ଜଣେ ଦକ୍ଷ ଯୁବ ନେତା ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଧାମନଗର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ଵ କରିଥିବାବେଳେ ଭଦ୍ରକ ଜିଲ୍ଲାବାସୀ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ କରିବା ଦିଗରେ ଆଶା ରଖିଛନ୍ତି।

 Bhadrak | Baitarani river 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe