ରେଳଧାରଣା ଉପରେ ଧସିଲା ମାଟି: ବର୍ତ୍ତିଲେ ଯାତ୍ରୀ, ୨ଟି ଟ୍ରେନ୍‌ ବାତିଲ

Advertisment

ପ୍ରବଳ ବର୍ଷାର ପ୍ରଭାବରେ ରେଳଧାରଣା ଉପରେ ମାଟି ଧସିଛି। ଟ୍ରେନ ଆସିବାର କିଛି ସମୟ ପୂର୍ବରୁ ପାହାଡ଼ ଧସି ରେଳଲାଇନ୍‌ ଅବରୋଧ ହୋଇଛି। ରେଳଧାରଣା ଉପରେ ମାଟି ଧସିବା କାରଣରୁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି।

ପ୍ରବଳ ବର୍ଷାର ପ୍ରଭାବରେ ରେଳଧାରଣା ଉପରେ ମାଟି ଧସିଛି। ଟ୍ରେନ ଆସିବାର କିଛି ସମୟ ପୂର୍ବରୁ ପାହାଡ଼ ଧସି ରେଳଲାଇନ୍‌ ଅବରୋଧ ହୋଇଛି। ରେଳଧାରଣା ଉପରେ ମାଟି ଧସିବା କାରଣରୁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି।

Train

କୋରାପୁଟ: ପ୍ରବଳ ବର୍ଷାର ପ୍ରଭାବରେ ରେଳଧାରଣା ଉପରେ ମାଟି ଧସିଛି। ଟ୍ରେନ ଆସିବାର କିଛି ସମୟ ପୂର୍ବରୁ ପାହାଡ଼ ଧସି ରେଳଲାଇନ୍‌ ଅବରୋଧ ହୋଇଛି। ରେଳଧାରଣା ଉପରେ ମାଟି ଧସିବା କାରଣରୁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। କୋରାପୁଟ-ଜୟପୁର ରେଳପଥର ଜରଟି ନିକଟରେ ଆଜି ଏହି ଘଟଣା  ଘଟିଛି। ରେଳବାଇ ପକ୍ଷରୁ କୁହାଯାଇଛି ଏହି ଅପ୍ରୀତିକର ଘଟଣା ଯୋଗୁଁ ୨ଟି ଟ୍ରେନ୍‌ ବାତିଲ କରାଯାଇଛି।

ଜଗଦଲପୁରରୁ ଆସୁଥିବା ରାଉରକେଲା ଏକ୍ସପ୍ରେସ୍‌ ଓ ଭୁବନେଶ୍ବର ଅଭିମୁଖେ ବାହାରିଥିବା ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ କୋରାପୁଟ ପହଞ୍ଚିବାରେ ବିଳମ୍ୱ ହେଉଛି। ସେହିପରି ବିଶାଖାପାଟଣା-କିରଣ୍ଡୁଲ ଟ୍ରେନ୍‌ ପ୍ରଭାବିତ ହୋଇଛି। ଜରଟି-ମାଲିଗୁଡ଼ା ମଧ୍ୟରେ ୨୦୮ କିମି ଠାରେ ଭୂସ୍ଖଳନ ହୋଇଛି।

ଆଜି ଅପରାହ୍‌ଣ ପ୍ରାୟ ୩ଟା ସମୟରେ କେକେ ଲାଇନ୍‌ର କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଜରଟି ରେଳ ଷ୍ଟେସନ ନିକଟରେ ଏହି ଘଟିଛି ଘଟଣା। ଜଗଦଲପୁରରୁ ଆସୁଥିବା ରାଉରକେଲା ଏକ୍ସପ୍ରେସ୍‌ ଓ ଭୁବନେଶ୍ବର ଅଭିମୁଖେ ବାହାରିଥିବା ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ କୋରାପୁଟ ପହଞ୍ଚିବାରେ ବିଳମ୍ୱ ହେଉଛି। ସେହିପରି ବିଶାଖାପାଟଣା-କିରଣ୍ଡୁଲ ଟ୍ରେନ୍‌ ପ୍ରଭାବିତ ହୋଇଛି। ଜରଟି-ମାଲିଗୁଡ଼ା ମଧ୍ୟରେ ୨୦୮ କିମି ଠାରେ ଭୂସ୍ଖଳନ ହୋଇଛି। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରେଳଧାରଣାରୁ ମାଟି ସଫା କରାଯିବାକୁ ତ୍ବରିତ ପଦକ୍ଷେପ ନିଆଯାଇଛି। ଯଥା ଶୀଘ୍ର ରେଳଲାଇନ୍‌ରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଉଛି।   

ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନର ବରିଷ୍ଠ ପ୍ରବନ୍ଧକ (ବ୍ୟବସାୟିକ) କେ ସନ୍ଦୀପ କହିଛନ୍ତି, ବର୍ଷା ଯୋଗୁଁ କୋରାପୁଟ-କିରଣ୍ଡୁଲ ଲାଇନର ମାଲିଗୁଡ଼ା-ଜରଟି ଷ୍ଟେସନ ମଝିରେ ଭୂସ୍ଖଳନ ହୋଇଛି। ଏହି ଅଘଟଣ ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳବାଇର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଟ୍ରେନ୍‌ ନମ୍ବର ୧୮୪୪୮ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ୍‌ ଆଜି ପାଇଁ ଜଗଦଲପୁରରୁ ବାତିଲ କରାଯାଇଛି। ସେହିପରି ଟ୍ରେନ୍‌ ନମ୍ବର ୧୮୫୧୬ କିରଣ୍ଡୁଲ-ବିଶାଖାପାଟଣା ରାତ୍ରୀକାଳୀନ ଏକ୍ସପ୍ରେସ୍‌ ଆଜି ପାଇଁ କିରଣ୍ଡୁଲରୁ ବାତିଲ କରାଯାଇଛି। ଯାତ୍ରୀମାନଙ୍କର ଅସୁବିଧା ପାଇଁ ଆମେ ଦୁଃଖପ୍ରକାଶ କରୁଛୁ। 

Indian Railways | Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe