ପୁରୀ ସ୍ବର୍ଗଦ୍ବାରରେ ହେବ ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀଙ୍କର ଅନ୍ତିମ ସଂସ୍କାର

‘କିଟ୍’ ବିଶ୍ବବିଦ୍ୟାଳୟରେ ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀଙ୍କର ଆଜି ଏମ୍ସରେ ଶବବ୍ୟବଚ୍ଛେଦ କରାଯିବ।  ମୃତାଙ୍କ ପିତାମାତା ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନେ ଶବକୁ ନେପାଳ ନେବାଲାଗି ଅମଙ୍ଗ ହୋଇଥିଲେ। ପୁରୀ ସ୍ବର୍ଗଦ୍ବାରରେ ମୃତା ନେପାଳୀ ଛାତ୍ରୀଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି।

ସରକାରୀ ଶିକ୍ଷାନୁଷ୍ଠାନର ନୈରାଶ୍ୟଜନକ ପ୍ରଦର୍ଶନ, ପାହା‌ଚେ ଖସିଲା ଉତ୍କଳ

ଭୁବନେଶ୍ବର: ‘କିଟ୍’ ବିଶ୍ବବିଦ୍ୟାଳୟରେ ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀଙ୍କର ଆଜି ଏମ୍ସରେ ଶବବ୍ୟବଚ୍ଛେଦ କରାଯିବ।  ମୃତାଙ୍କ ପିତାମାତା ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନେ ଶବକୁ ନେପାଳ ନେବାଲାଗି ଅମଙ୍ଗ ହୋଇଥିଲେ। ପୁରୀ ସ୍ବର୍ଗଦ୍ବାରରେ ମୃତା ନେପାଳୀ ଛାତ୍ରୀଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି।

ଏଣେ ‘କିଟ୍’ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କର ଆତ୍ମହତ୍ୟା ଘଟଣାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗୁରୁତ୍ବର ସହ ନେଇଛି। ଘଟଣାର ତଦନ୍ତ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି। ଇଗ୍ନୋର ପୂର୍ବତନ କୁଳପତି ପ୍ରଫେସର ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ୍ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ୍ (ଏନ୍ଆଇଇପିଏ)ର କୁଳପତି ପ୍ରଫେସର ଶଶିକଳା ୱାଞ୍ଜାରି, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଦକ୍ଷିଣ ବିହାରର ପୂର୍ବତନ କୁଳପତି ପ୍ରଫେସର ଏଚ୍ସିଏସ୍ ରାଠୋର ସଦସ୍ୟ ରହିଛନ୍ତି। ୟୁଜିସି ଯୁଗ୍ମ ସଚିବ ସୁନିତା ସିୱାଚ୍ ସଂଯୋଜକ ଅଧିକାରୀ ରହିଛନ୍ତି।
ଏହି କମିଟି ୧୦ ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରି ୟୁଜିସି ନିକଟରେ ଦାଖଲ କରିବ ବୋଲି ୟୁଜିସି ସଚିବ ମନୀଷ ଯୋଶୀ କହିଛନ୍ତି।
ସୂଚନାଯୋଗ୍ୟ, ଅଢ଼େଇ ମାସ ତଳେ ‘କିଟ୍’ ବିଶ୍ବବିଦ୍ୟାଳୟରେ ନେପାଳର ବିଟେକ୍ ଦ୍ବିତୀୟ ବର୍ଷ ଛାତ୍ରୀ ପ୍ରକୃତି ଲାମ୍ସାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲା ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ବିଚାରାଧୀନ ରହିଛି। ଠିକ୍ ଏମିତି ସମୟରେ ଉକ୍ତ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ରୀ ତ୍ରିସା ସ ଓରଫ ଶନି(୧୮) ଆତ୍ମହତ୍ୟା କରିଛନ୍ତି। ଏ ନେଇ ଇନ୍ଫୋସିଟି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରୁ ମୃତ ଛାତ୍ରୀଙ୍କ ମୋବାଇଲ୍, ଲ୍ୟାପ୍ଟପ୍ ଓ କିଛି ଖାତାକୁ ଜବତ କରି ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍ ଲାବ୍ (ଏସ୍ଏଫ୍ଏସ୍ଏଲ୍)କୁ ପଠାଯାଇଛି। ଏହି ଘଟଣାରେ ନେପାଳର ବୈଦେଶିକ ମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି।

‘କିଟ୍’ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କର ଆତ୍ମହତ୍ୟା ଘଟଣାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗୁରୁତ୍ବର ସହ ନେଇଛି। ଘଟଣାର ତଦନ୍ତ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି। ଇଗ୍ନୋର ପୂର୍ବତନ କୁଳପତି ପ୍ରଫେସର ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ୍ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ୍ (ଏନ୍ଆଇଇପିଏ)ର କୁଳପତି ପ୍ରଫେସର ଶଶିକଳା ୱାଞ୍ଜାରି, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଦକ୍ଷିଣ ବିହାରର ପୂର୍ବତନ କୁଳପତି ପ୍ରଫେସର ଏଚ୍ସିଏସ୍ ରାଠୋର ସଦସ୍ୟ ରହିଛନ୍ତି। ୟୁଜିସି ଯୁଗ୍ମ ସଚିବ ସୁନିତା ସିୱାଚ୍ ସଂଯୋଜକ ଅଧିକାରୀ ରହିଛନ୍ତି।
ଏହି କମିଟି ୧୦ ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରି ୟୁଜିସି ନିକଟରେ ଦାଖଲ କରିବ ବୋଲି ୟୁଜିସି ସଚିବ ମନୀଷ ଯୋଶୀ କହିଛନ୍ତି।

ସୂଚନା ମୁତାବକ, ତ୍ରିସା ଗତ ୮ ମାସ ହେଲା କମ୍ପ୍ୟୁଟର ସାଇନ୍ସ ବିଭାଗରେ ନାମ ଲେଖାଇଥିଲେ। ୪ ମାସ ହେବ ‘କିଟ୍’ ହଷ୍ଟେଲରେ ରହୁଥିଲେ। ଚଳିତ ଗ୍ରୀଷ୍ମ ଛୁଟିରେ ନେପାଳର ସମସ୍ତ ଛାତ୍ରଛାତ୍ରୀ ଘରକୁ ଚାଲିଯାଇଥିଲେ ହେଁ କ୍ୟାମ୍ପସ୍ ପରୀକ୍ଷା ପାଇଁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ହଷ୍ଟେଲରେ ରହିଥିଲେ। ଗୁରୁବାର ସନ୍ଧ୍ୟାରେ ତ୍ରିସାଙ୍କ ସାଙ୍ଗମାନେ ବାହାରକୁ ଯାଇଥିଲେ ହେଁ ସେ ହଷ୍ଟେଲ୍ରେ ରହିଥିଲେ। ପୁରୁଷବନ୍ଧୁଙ୍କ ସହ ପାଟିତୁଣ୍ଡ ଯୋଗୁ ସେ ମାନସିକ ଚାପରେ ଥିଲେ ବୋଲି କୁହାଯାଉଛି। ତେବେ ସନ୍ଧ୍ୟାରେ ହଷ୍ଟେଲ କର୍ମଚାରୀ ଉପସ୍ଥାନ ଯାଞ୍ଚ କରିବା ବେଳେ ତ୍ରିସା କବାଟ ଖୋଲି ନ ଥିଲେ। ବହୁ ସମୟ ଧରି କବାଟ ନ ଖୋଲିବାରୁ ସନ୍ଦେହ ବଢ଼ିଥିଲା। ଝରକା ପଟେ ସେ ଫ୍ୟାନ୍ରେ ଝୁଲୁଥିବା ଦେଖି କର୍ମଚାରୀମାନେ ପୁଲିସକୁ ଜଣାଇଥିଲେ। କେନ୍ଦ୍ରାଞ୍ଚଳ ଆର୍ଡିସି, ପୁଲିସ କମିସନର୍, ଅତିରିକ୍ତ ସିପି, ଡିସିପି, ଉପଜିଲ୍ଲାପାଳ, ଦୁଇଜଣ ଅତିରିକ୍ତ ଡିସିପି, ସ୍ଥାନୀୟ ଜୋନ୍ ଏସିପି ଓ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ କବାଟ ଭାଙ୍ଗି ଛାତ୍ରୀଙ୍କୁ ଉଦ୍ଧାର କରାଯାଇ କିମ୍ସ ପଠାଯାଇଥିଲା। ସେଠାରେ ଡାକ୍ତର ତ୍ରିସାଙ୍କୁ ମୃତ ଘୋଷଣା କରିଥିଲେ। ଇନ୍ଫୋସିଟି ଥାନା ପୁଲିସ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଛି। ଅନ୍ୟପକ୍ଷରେ ପୁଲିସ ହଷ୍ଟେଲ୍ କର୍ତ୍ତୃପକ୍ଷ ଓ କିଛି ସହପାଠୀଙ୍କୁ ମିଶାଇ ୧୦ ଜଣଙ୍କୁ ପଚରାଉଚରା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe