ରଥଯାତ୍ରାରେ ଦେଢ଼ ଗୁଣା ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା: ଆଇନ୍‌ ମନ୍ତ୍ରୀ

ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଅହେତୁକ ବିଳମ୍ବରେ ଗଡ଼ିଛି। ସଂଧ୍ୟା ୭ଟା ୪୫ ମିନିଟରେ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ବାହାରିଛି। ବିଦ୍ଧି ଅନୁସାରେ ଅଳ୍ପ ବାଟ ଗଡ଼ିଲା ପରେ ରଥଟଣା ବନ୍ଦ କରାଯାଇଛି।

Prithivraj Harichandan

ପୁରୀ: ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଅହେତୁକ ବିଳମ୍ବରେ ଗଡ଼ିଛି। ସଂଧ୍ୟା ୭ଟା ୪୫ ମିନିଟରେ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ବାହାରିଛି। ବିଦ୍ଧି ଅନୁସାରେ ଅଳ୍ପ ବାଟ ଗଡ଼ିଲା ପରେ ରଥଟଣା ବନ୍ଦ କରାଯାଇଛି। ଫଳରେ ଆସନ୍ତାକାଲି ପୁଣି ଥରେ ରଥଟଣା ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଆସନ୍ତାକାଲି ପୂର୍ବାହ୍‌ଣ ସାଢ଼େ ୯ଟାରେ ରଥ ଟଣାଯିବ। 

ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ପ୍ରଭୁ ବଳଭଦ୍ରଙ୍କ ରଥ ‘ତାଳଧ୍ବଜ’ ଶରଧାବାଲି ଅଭିମୁଖେ ପ୍ରଥମେ ଗଡ଼ିଥିଲା। ଏହା ବଳଗଣ୍ଡି ଛକରେ ଅଟକି ଥିବା ବେଳେ ସନ୍ଧ୍ୟା ପ୍ରାୟ ୬ଟାରେ ବାହାରିଥିବା ଦର୍ପଦଳନ ଟାଉନ୍ ଥାନା ଅଧିନ ମରିଚିକୋଟରେ ଅଟକିଛି। 

GucqdBRboAApjCB

ରଥ ଟଣାରେ ବିଳମ୍ବ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନିର୍ଦ୍ଧାରିତ ସମୟରେ ସବୁ ନୀତିକାନ୍ତି ଶେଷ ହୋଇଥିଲା। ଅପରାହ୍ନ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହୋଇଥିଲା । କିନ୍ତୁ ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ସମୟ ଲାଗିଥିଲା। ସେହିପରି ଅନୁକୂଳ ପାଗ ଯୋଗୁଁ ରଥଯାତ୍ରାରେ ଦେଢ଼ ଗୁଣା ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଆଶା ଅନୁସାରେ ଏଥର ଅଧିକ ଲୋକ ହୋଇଥିଲେ। ବିଧି ରକ୍ଷା କରି ନନ୍ଦିଘୋଷ ରଥ ଟଣା ଯାଇଥିଲା। 

ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଜି ସନ୍ଧ୍ୟାରେ ରଥଟଣା ସ୍ଥଗିତ ରଖାଯାଇଛି। ବଳଭଦ୍ରଙ୍କ ତାଳଧ୍ବଜ ବଳଗଣ୍ଡି ଠାରେ ଅଟକି ଥିବା ବେଳେ ମରିଚିକୋଟରେ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିଛି। ବିଶ୍ବନିୟନ୍ତା କାଳିଆ ଠାକୁର ଅଳ୍ପ ଦୂର ଆଗକୁ ବଢ଼ିଛନ୍ତି। ଆସନ୍ତାକାଲି ପୁଣି ଥରେ ମହାପ୍ରଭୁଙ୍କ ରଥ ଗଡ଼ିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସବୁ କିଛି ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି। ଆସନ୍ତାକାଲି ପୁଣି ରଥ ଟଣା ହେବ।

GucqfyVbAAAOIjD

ରଥଯାତ୍ରା ଅବସରରେ ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ନୀତିକାନ୍ତି ଆରମ୍ଭ ହୋଇଥିଲା। ଅପରାହ୍‌ଣ ୪ଟା ସୁଦ୍ଧା ତିନି ରଥରୁ ଚାରମାଳ ଫିଟା ଯାଇଥିଲା। ଅପରାହ୍‌ଣ ପ୍ରାୟ ୪ଟା ୧୦ରେ ତାଳଧ୍ବଜ ରଥ ଶରଧାବାଲି ଅଭିମୁଖେ ବାହାରିଥିଲେ। ପ୍ରାୟ ୬ଟାରେ ସଭଦ୍ରାଙ୍କ ଦର୍ପଦଳନ ବାହାରିଥିବା ବେଳେ ୭ଟା ୪୫ରେ ନନ୍ଦିଘୋଷରେ ମହାପ୍ରଭୁ ଜଗନ୍ନାଥ ଆଗକୁ ବଢ଼ିଥିଲେ। ଆସନ୍ତାକାଲି ପୂର୍ବାହ୍‌ଣ ସାଢ଼େ ୯ଟାରେ ପୁଣି ଥରେ ରଥ ଟଣାଯିବ।

ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶେଷରେ ଶରଧାବାଲି ଅଭିମୁଖେ ବାହାରିଥିଲା। କାଳିଆ ଠାକୁରଙ୍କ ନନ୍ଦିଘୋଷଙ୍କୁ ଭକ୍ତମାନେ ଶ୍ରଦ୍ଧାର ସହିତ ଟାଣିଟାଣି ନେଇଥିଲେ। ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଭିତରେ ହରିବୋଲ ଓ ହୁଳିହୁଳି ସହିତ ଘଣ୍ଟ, ଶଙ୍ଖରେ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ନନ୍ଦିଘୋଷ ପୂର୍ବରୁ ଦେବୀ ସୁଭଦ୍ରା ନିଜର ଦର୍ପଦଳନରେ ଆଗକୁ ବଢ଼ିଥିଲା। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କର ତାଳଧ୍ବଜ ସିଂହଦ୍ବାର ସାମ୍ନାରୁ ବାହାରି ଥିଲା।  

 puri | Puri Jagannath temple | Prithiviraj Harichandan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe