ମହାନଦୀ ଜଳ ପ୍ରସଙ୍ଗ: ବିଜେଡିକୁ ତୀବ୍ର ସମାଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ମହାନଦୀ ଜଳ ପ୍ରସଙ୍ଗରେ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି ଆଇନ୍ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ବିଜେଡିର ଜ୍ଞାନ ଦରକାର ନାହିଁ। ଅଯଥାରେ ମହାନଦୀକୁ ନେଇ ବିଜେଡି ତାର ରାଜନୈତିକ ରୁଟି ସେକିବାର ଆବଶ୍ୟକତା ନାହିଁ। ଯାହା କରିବା କଥା, ଆମ ସରକାର ହିଁ କରିବେ।

bh

ଭୁବନେଶ୍ବର: ମହାନଦୀ ଜଳ ପ୍ରସଙ୍ଗରେ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି ଆଇନ୍ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ବିଜେଡିର ଜ୍ଞାନ ଦରକାର ନାହିଁ। ୨୦୧୬ରେ କେନ୍ଦ୍ର ସରକାର ଆଲୋଚନାକୁ ଦୁଇ ରାଜ୍ୟକୁ ଡାକିଥିଲେ। ବିଜେଡି ସରକାରରେ ଥିବା ବେଳେ ଥରେ ଗଲେ ଆଉ ଦୁଇ ଥର ଆଲୋଚନାକୁ ଗଲେନି। ଅଯଥାରେ ମହାନଦୀକୁ ନେଇ ବିଜେଡି ତାର ରାଜନୈତିକ ରୁଟି ସେକିବାର ଆବଶ୍ୟକତା ନାହିଁ। ଯାହା କରିବା କଥା, ଆମ ସରକାର ହିଁ କରିବେ। ବିଜେଡିର ଆଜି ଯେଉଁଭଳି ଉଚ୍ଚ ସ୍ୱରରେ କହୁଛି, ସେତେବେଳେ କେଉଁଠି ଥିଲା ବୋଲି ପୃଥ୍ୱୀରାଜ ପ୍ରଶ୍ନ କରିଛନ୍ତି ।

୨୦୧୬ରେ କେନ୍ଦ୍ର ସରକାର ଆଲୋଚନାକୁ ଦୁଇ ରାଜ୍ୟକୁ ଡାକିଥିଲେ। ବିଜେଡି ସରକାରରେ ଥିବା ବେଳେ ଥରେ ଗଲେ ଆଉ ଦୁଇ ଥର ଆଲୋଚନାକୁ ଗଲେନି। ଅଯଥାରେ ମହାନଦୀକୁ ନେଇ ବିଜେଡି ତାର ରାଜନୈତିକ ରୁଟି ସେକିବାର ଆବଶ୍ୟକତା ନାହିଁ। ଯାହା କରିବା କଥା, ଆମ ସରକାର ହିଁ କରିବେ। ବିଜେଡିର ଆଜି ଯେଉଁଭଳି ଉଚ୍ଚ ସ୍ୱରରେ କହୁଛି, ସେତେବେଳେ କେଉଁଠି ଥିଲା ବୋଲି ପୃଥ୍ୱୀରାଜ ପ୍ରଶ୍ନ କରିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ତିନୋଟି ସ୍ଥାନରେ ବିଜେପିର ସରକାର । ହେଲେ ମହାନଦୀ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛି । ଏହାସତ୍ତ୍ୱେ ବି ରାଜ୍ୟ ସରକାର ଏହାକୁ ନେଇ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ବିଧାନସଭା ଭିତରେ ଓ ବିଧାନସଭା ବାହାରେ ଓଲଟା କଥା କହୁଛି। କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ସେତେବେଳେ ସେମାନେ ଅଗ୍ରାହ୍ୟ କରିଥିଲେ। ଛତିଶଗଡ଼ ସରକାରଙ୍କ ଆଲୋଚନା ପାଇଁ ଆଗ୍ରହ ଦେଖାଇନଥିଲେ। ତେଣୁ ଆଜିର ତାରିଖରେ କାନ୍ଦିବାର ମାନେ କିଛି ନାହିଁ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ତିନୋଟି ସ୍ଥାନରେ ବିଜେପିର ସରକାର । ହେଲେ ମହାନଦୀ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛି। ଏହାସତ୍ତ୍ୱେ ବି ରାଜ୍ୟ ସରକାର ଏହାକୁ ନେଇ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ବିଧାନସଭା ଭିତରେ ଓ ବିଧାନସଭା ବାହାରେ ଓଲଟା କଥା କହୁଛି। କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ସେତେବେଳେ ସେମାନେ ଅଗ୍ରାହ୍ୟ କରିଥିଲେ। ଛତିଶଗଡ଼ ସରକାରଙ୍କ ଆଲୋଚନା ପାଇଁ ଆଗ୍ରହ ଦେଖାଇନଥିଲେ। ତେଣୁ ଆଜିର ତାରିଖରେ କାନ୍ଦିବାର ମାନେ କିଛି ନାହିଁ। 

ଗତ ୮ ବର୍ଷ ଧରି ଜଣେ ଦକ୍ଷିଣ ଭାରତୀୟ ଲୋକଙ୍କ କଥାରେ ବିଜେଡି ପରିଚାଳିତ ହୋଇଥିଲା। ଏବେ ଜଣେ ଦକ୍ଷିଣ ଭାରତୀୟ ନେତାଙ୍କ ଇସାରାରେ ଚାଲିବାରେ ଅସୁବିଧା କଣ। କୁଆଡ଼େ ଗଲା ବିଜେଡିର ସମଦୂରତା ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।

BJP

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe