ସାମ୍ୱାଦିକଙ୍କ ପତ୍ନୀ ବିୟୋଗ, ଝିଅ ଦେଲେ ମୁଖାଗ୍ନି

ରାଜ୍ୟ ଜଣେ ଉଚ୍ଚ ଶିକ୍ଷିତ। ଝିଅ ନିଜ ମା’ଙ୍କ ମୃତ୍ୟୁ ପରେ ମୁଖାଗ୍ନି ଦେଇ ଉମରକୋଟ ସହରରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଉମରକୋଟର ବରିଷ୍ଠ ସାମ୍ବାଦିକ ହରିହର ଶତପଥୀଙ୍କ ପତ୍ନୀ କୁନ୍ତଳା କୁମାରୀ ଶତପଥୀ (୫୬) ଦୀର୍ଘ ବର୍ଷ ଧରି ଶଯ୍ୟାଶାୟୀ ଥିଲେ।

umarkote

ଉମରକୋଟ: ଜଣେ ଉଚ୍ଚ ଶିକ୍ଷିତ। ଝିଅ ନିଜ ମା’ଙ୍କ ମୃତ୍ୟୁ ପରେ ମୁଖାଗ୍ନି ଦେଇ ଉମରକୋଟ ସହରରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଉମରକୋଟର ବରିଷ୍ଠ ସାମ୍ବାଦିକ ହରିହର ଶତପଥୀଙ୍କ ପତ୍ନୀ କୁନ୍ତଳା କୁମାରୀ ଶତପଥୀ (୫୬) ଦୀର୍ଘ ବର୍ଷ ଧରି ଶଯ୍ୟାଶାୟୀ ଥିଲେ। ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ହରିହର ଶତପଥୀଙ୍କ ପୁଅ ନାହାନ୍ତି। ୨ ଅଛନ୍ତି। ମୁଖଗ୍ନି କିଏ କରିବେ ତାହା ସ୍ବାଭାବିକ ଭାବେ ପରିବାରରେ ଚିନ୍ତା ସୃଷ୍ଟି ହୋଇଥିଲା। ଏହି ସମୟରେ ହରିହରଙ୍କ ସାନ ଝିଅ ଲୋପାମୁଦ୍ରା ଯିଏ କି ଅବିବାହିତ ଓ ଏଲଏଲଏମ ପାଠ ପଢ଼ଛନ୍ତି, ସେ କହିଲେ ମୁ ଦେବି। ମୋ ମା’ଙ୍କୁ ଚିତ।ଗ୍ନି ଦେବି। ମୋର ଏଥିରେ କିଛି ଅସୁବିଧା ନାହିଁ। ବାପାଙ୍କୁ କହିଲେ ବାପା ମୋ ଭାଇ ନ ଥିଲେ କ’ଣ ହେଲା ମୁଁ ହିଁ ତୁମର ପୁଅ ଆଉ ଝିଅ।

ପରିବାରରେ ସମ୍ମତି ପ୍ରକାଶ ପାଇଲା ଓ ଝିଅ ଶ୍ମଶାନରେ ମୂଖାଗ୍ନି ଦେଲେ। ଉପସ୍ଥିତ ବ୍ୟକ୍ତିଙ୍କ ଆଖିରୁ ଲୁହ ବାହାରି ପଡ଼ିଥିଲା। ଶ୍ମଶାନକୁ ମହିଳାମାନେ ଯାଇଥାନ୍ତି। କିନ୍ତୁ ମୁଖାଗ୍ନି ଦେବା ପୂର୍ବରୁ ସ୍ମଶାନ ଛାଡ଼ି ପଳାଇ ଥାଆନ୍ତି। କିନ୍ତୁ ସାହସର ସହ ଲୋପାମୁଦ୍ରା ମୂଖାଗ୍ନି ଦେଇ ଶେଷ ବିଦାୟ ଜଣାଇ ହଟିଲେ।

ଲୋପାମୁଦ୍ରା ଏହି ସାହସିକ କାର୍ଯ୍ଯ କରି ଉମରକୋଟରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଆଗକୁ ଯେତେ ସବୁ ମା’ଙ୍କ କାର୍ଯ୍ୟ ଯାହା ବି ହେବ ସେ ସବୁ ମୁଁ ହିଁ କରିବି ବୋଲି କହିଛନ୍ତି ଲୋପାମୁଦ୍ରା। କୁନ୍ତଳା ଜଣେ ଧର୍ମପରାୟଣ ମହିଳା ଭାବେ ସୁପରିଚିତ। ସେ ଗାୟତ୍ରୀ ପରିବାର ସହ ଜଡ଼ିତ ରହି ଗାଁଗାଁ ବୁଲି ହିନ୍ଦୁ ଧର୍ମ ପ୍ରଚାର ପାଇଁ କାର୍ଯ୍ୟ କରୁଥିଲେ। ଉମରକୋଟ ଠାରେ ଗାୟତ୍ରୀ ଧର୍ମ ଆରମ୍ଭ କରିଥିଲେ। ଶକୁନ୍ତଳାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ସମଗ୍ର ସହରରେ ଶୋକର ଛାୟା ଖେଳିଯାଇଛି। ଆଜି ପେଣ୍ଡରାଣୀ ମନ୍ଦିର ଠାରୁ ଏକ ବିଶାଳ ଶୋଭା ଯାତ୍ରାରେ ଶକୁନ୍ତଳାଙ୍କ ଶବ ଶ୍ମଶାନକୁ ଆଣି ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ଶେଷ ଯାତ୍ରାରେ ସହରର ବିଶିଷ୍ଟ ବ୍ୟକ୍ତିଙ୍କ ସହ ଗାୟତ୍ରୀ ପରିବାରର ବହୁ ସଦସ୍ୟ ଉପସ୍ଥିତ ଥିଲେ।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe