ଲଗାଣ ବର୍ଷା ଜାରି: ଫୁଲୁଛି ବୁଢ଼ାବଳଙ୍ଗ, କତରା ନଦୀ

ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ଦିନ ସାରା ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି। ତହସିଲଦାର ସୀତାଂଶୁ ଶେଖର ଦାସ ଓ ବିଡ଼ିଓ ମାନସ କୁମାର ଦଣ୍ଡପାଟ ଦିନ ସାରା ନଦୀ କୂଳିଆ ଅଞ୍ଚଳ ବୁଲିଛନ୍ତି।

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ଦିନ ସାରା ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି। ତହସିଲଦାର ସୀତାଂଶୁ ଶେଖର ଦାସ ଓ ବିଡ଼ିଓ ମାନସ କୁମାର ଦଣ୍ଡପାଟ ଦିନ ସାରା ନଦୀ କୂଳିଆ ଅଞ୍ଚଳ ବୁଲିଛନ୍ତି। ବୁଢ଼ାବଳଙ୍ଗ ଓ କତରା ନଦୀର ଜଳସ୍ତର ବୃଦ୍ଧି ପାଉ ଥିବାରୁ ନଦୀ କୂଳରେ ବସବାସ କରୁଥିବା ପଥୁରୀ, ଅସନା, ଗୋଲାମୁଣ୍ଡା କଟା, ବ୍ରାହ୍ମଣ ଗାଁ ଅଞ୍ଚଳ ର କିଛି ପରିବାର କୁ ବିଦ୍ୟାଳୟ, ଅଙ୍ଗନବାଡ଼ିରେ ରହିବାର ବ୍ୟବସ୍ଥା କରାଯାଉଛି ବୋଲି ତହସିଲଦାର ସୀତାଂଶୁ ଶେଖର ଦାସ କହିଛନ୍ତି।

ବର୍ଷା ପରିମାଣ ଦୁଇ ଦିନ ବଢ଼ିବ ବୋଲି ଆକଳନ କରାଯାଇଛି। ଫଳରେ ବୁଢ଼ାବଳଙ୍ଗ ଓ କତରା ନଦୀରେ ବନ୍ୟା ଆସିପାରେ ବୋଲି ଆକଳନ କରାଯାଇଛି। ଏବେ ଜଳସ୍ତର ଆସ୍ତେ ଆସ୍ତେ ଉପରକୁ ଉଠୁଥିବାରୁ ବିଳମ୍ବିତ ରାତିରେ ବନ୍ୟା ପାଣି ପ୍ରବାହିତ ହୋଇ ପାରେ ବୋଲି ପ୍ରଶାସନ ଆକଳନ କରିଛି।

publive-image

ମୟୁରଭଞ୍ଜ ଜିଲ୍ଲାପାଳ ହିମାକାନ୍ତ, ତହସିଲଦାର ଓ ବିଡ଼ିଓଙ୍କୁ ନେଇ ନଦୀ କୂଳିଆ ଅଞ୍ଚଳ ବୁଲିଛନ୍ତି। ଯଦି କିଛି  କ୍ଷୟକ୍ଷତି ହୁଏ ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ବାସିନ୍ଦାଙ୍କୁ କହିଛନ୍ତି। ଜିଲ୍ଲାପାଳ ବାଙ୍ଗିରିପୋଷି, କାଳିଆମି, ଗୋଲାମୁଣ୍ଡା କଟା, ଅସନା, ନୂୟା ବସାଣର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି। ନଦୀ କୂଳିଆ ଅଞ୍ଚଳର ଜନସାଧାରଣଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ବ୍ଲକ ପ୍ରଶାସନକୁ  ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବୁଢ଼ାବଳଙ୍ଗ ଓ କତରା ନଦୀ ପାଖକୁ ଯାଇ ପରିସ୍ଥିତି ସମୀକ୍ଷା କରିଛନ୍ତି।

ସବିଶେଷ ତଥ୍ୟ ଅନୁସାରେ କୁସୁମ ବନ୍ଧ ପଞ୍ଚାୟତର ନେପାଳି ବେହେରାଙ୍କ ଏକ ମାଟିଘର ପଡ଼ିଥିବା ବେଳେ ପଥୁରୀ, ବ୍ରାହ୍ମଣ ଗାଁ ରେ କିଛି ପରିବାର କୁ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ରେ ରଖାଯାଇ ଖାଦ୍ୟ ଯୋଗାଇ ଦିଆଯାଇଥିବା ବିଡ଼ିଓ ମାନସ କୁମାର ଦଣ୍ଡପାଟ କହିଛନ୍ତି। ରାତି ସାରା ବର୍ଷା ହେଲେ ବନ୍ୟା ହେବା ର ଆଶଙ୍କା ସୃଷ୍ଟି ହୋଇଛି। ଲଗାଣ ବର୍ଷାରେ ଦୁଆର ଶୁଣି ଘାଟି ରାସ୍ତା ଦିନ ସାରା ଜାମ ଅଛି। ଆସ୍ତେ ଆସ୍ତେ ଯାନବାହାନ ଚଳାଚଳ କରୁଛି। ସ୍ଥାନୀୟ ପ୍ରଶାସନ ତିକ୍ଷଣ ଦୂଷ୍ଟି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe