ରାଉରକେଲା: ଶିଶୁକନ୍ୟା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ପୋକ୍‌ସୋ କୋର୍ଟର ବିଚାରପତି ପି. ସୂର୍ଯ୍ୟା ରାଓ ଅଭିଯୁକ୍ତକୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ଦୁଇ ବର୍ଷ ଜେଲ୍‌ ଶୁଣାଇଛନ୍ତି। ୧୫ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ, ୧୮ଟି ଦସ୍ତାବିଜ୍‌ ଓ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତି ଆଧାରରେ ବିଚାରପତି ଏହି ରାୟ ଶୁଣାଇଛନ୍ତି।

Advertisment

ଶିଶୁକନ୍ୟାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା କିଶୋର

 ଗିରଫ ଅଭିଯୁକ୍ତ ହେଲେ କୁଆରମୁଣ୍ଡାର କିଶୋର ତିର୍କି (୫୧)। ଏହି ଅଭାବନୀୟ ଘଟଣା ଗତ ୨୦୨୦ ମାର୍ଚ୍ଚ ୯ ତାରିଖରେ ଘଟିଥିଲା। ସାଢ଼େ ୬ ବର୍ଷର ଶିଶୁକନ୍ୟା ଘରେ ଏକାକୀ ଖେଳୁଥିଲେ। ଅଭିଯୁକ୍ତ କିଶୋର ଶିଶୁକନ୍ୟାକୁ ଏକାକୀ ଦେଖି ଘରକୁ ପଶିଥିଲା। ଶିଶୁକନ୍ୟାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: MSME Minister ‘୫-ଜ’କୁ ସରକାରଙ୍କ ପ୍ରାଥମିକତା, କାରଖାନା କରିବାକୁ ସ୍ବଚ୍ଛ ଶକ୍ତି କମ୍ପାନିଙ୍କୁ ଆମନ୍ତ୍ରଣ

ପରେ ପରିବାର ଲୋକ ଏ ସଂକ୍ରାନ୍ତରେ ବୀରମିତ୍ରପୁର ଥାନାରେ ଲିଖିତ ଏତଲା‌ ଦେଇଥିଲେ। ଲିଖିତ ଅଭିଯୋଗ ଆଧାରରେ ବୀରମିତ୍ରପୁର ପୁଲିସ ଫେରାର ଅଭିଯୁକ୍ତ କିଶୋରକୁ ଗିରଫ କରି କୋର୍ଟ ଚାଲାଣ କରିିଥିଲା। ସ୍ବତନ୍ତ୍ର ସରକାରୀ ଓକିଲ ପ୍ରମୋଦ କୁମାର ଦେବତା ମାମଲା ପରିଚାଳନା କରୁଥିଲେ।

ଆହୁରି ପଢ଼ନ୍ତୁ:Grants : ୨ ବର୍ଷ ହେଲା ଲିପିଶିକ୍ଷା ପାଇଁ ଅନୁଦାନ ବନ୍ଦ