life imprisonment Photograph: (Sambad.in)
ଭଦ୍ରକ: ଗତ ୨୦୨୨ ମସିହାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଆହାରପଦା ଗ୍ରାମର ବିଦ୍ୟାଧର ମାଝୀ ଓରଫ ବିଦୁ ହତ୍ୟା ମାମଲାର ହତ୍ୟାକାରୀ ଆଦିତ୍ୟ କୁମାର ରାଉତ ଓରଫ ଗୁଡ଼ୁକୁ ଭଦ୍ରକ ଜିଲ୍ଲା ତଥା ଦୌରାଜଜ ସଂଗ୍ରାମ କେଶରୀ ପଟ୍ଟନାୟକ ଆଜୀବନ ଜେଲ ସହ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ପୁଣି ୬ ମାସ ଜେଲ ଦଣ୍ଡ ଭୋଗିବାକୁ ବିଚାରପତି ତାଙ୍କ ରାୟରେ ଆଦେଶ ଦେଇଛନ୍ତି I
ଘଟଣାରୁ ପ୍ରକାଶ ଯେ, ଗତ ୨୦୨୨ ଜୁଲାଇ ମାସ ୪ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଆହାରପଦା ଗାଁର ବିଦ୍ୟାଧର ମାଝୀଙ୍କ ଜଣେ ସମ୍ପର୍କୀୟଙ୍କର ବିବାହ ପୌରପାଳିକା ବିଜୁ କଲ୍ୟାଣ ମଣ୍ଡପରେ ହେଉଥିଲା | ଉକ୍ତ ବିବାହ ଭୋଜିକୁ ଆଦିତ୍ୟକୁ ମଧ୍ଯ ନିମନ୍ତ୍ରଣ ହୋଇଥିଲା। ମାତ୍ର ଖାଇବା ବେଳକୁ ମାଂସ ତରକାରୀ ସରି ଯାଇଥିବାରୁ ସେ ଏହାର ପ୍ରତିବାଦ କରିଥିଲା I ଏହାକୁ ନେଇ ବିଦ୍ୟାଧର ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଆଦିତ୍ୟ ଉତ୍ତ୍ୟକ୍ତ ହୋଇ ଆହାରପଦା ଫେରିବା ରାସ୍ତାରେ ବିଜେଗଙ୍ଗାଧରପୁର ଛକରେ ଆକ୍ରମଣ କରିବାକୁ ଯୋଜନାବଦ୍ଧଭାବେ ଅପେକ୍ଷା କରି ରହିଥ୍ଲା I
ଆହୁରି ପଢ଼ନ୍ତୁ: Speech Union Minister Ashwini Vaishnav: ଓଡ଼ିଶାକୁ ଉନ୍ନତ ମାନର ଶିଳ୍ପ ଆସିବା ସ୍ବପ୍ନ ଏବେ ସଫଳ ହେଉଛି: କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ
ବିଚାରାଧୀନ ବନ୍ଦୀ ଭାବରେ ଜେଲରେ ଅଟକ ରହିଥିଲା ଆଦିତ୍ୟ
ବିଦ୍ୟାଧର ସେହି ରାସ୍ତାରେ ନିଜ ଘର ଆହାରପଦାକୁ ବିଳମ୍ବିତ ରାତିରେ ଫେରିବା ବେଳେ ଆଦିତ୍ୟ ଏକ ଧାରୁଆ ଛୁରିରେ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା I ଏ ଘଟଣା ନେଇ ମୃତକଙ୍କ ଭାଇ ମଧୁସୂଦନ ମାଝୀଙ୍କ ଏତଲାକ୍ରମେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇ ପୁଲିସ ଆଦିତ୍ୟକୁ ଗିରଫ କରି ଜେଲ ପଠାଇଥିଲା I ସେହି ଦିନ ଠାରୁ ଆଦିତ୍ୟ ବିଚାରାଧୀନ ବନ୍ଦୀ ଭାବରେ ଜେଲରେ ଅଟକ ରହିଥିଲା I ପରେ ଏହି ମାମଲା (ସ୍ପେଶାଲ କେଶ ନଂ-୧୮୮/୨୨) -୮/୨୨) ର ବିଚାର ହୋଇଥିଲା। ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ପବନ କୁମାର ଶର୍ମା ମକଦ୍ଦମା ପରିଚାଳନା କରୁଥିଲେ ।
Follow Us