‘ଆକାଶ’ର ମୃତ୍ୟୁ ପରେ ନନ୍ଦନକାନନରେ ସିଂହ ସଂଖ୍ୟା ୨୨କୁ ହ୍ରାସ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବର୍ଣ୍ଣଶଙ୍କର (ହାଇବ୍ରିଡ଼) ପ୍ରଜାତିର ସିଂହ ‘ଆକାଶ’ର  ମୁତ୍ୟୁ ହୋଇଛି। ସେ ଗତ କିଛି ମାସ ହେବ ବାଦ୍ଧର୍କ୍ୟଜନିତ ରୋଗରେ ପୀଡ଼ିତ ଥିଲା। ସ୍ନାୟୁଗତ ସମସ୍ୟା କାରଣରୁ ପକ୍ଷଘାତରେ ଆକ୍ରାନ୍ତ ହୋଇଥିଲା।

Akash lion

Akash lion Photograph: (sambad.in)

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବର୍ଣ୍ଣଶଙ୍କର (ହାଇବ୍ରିଡ଼) ପ୍ରଜାତିର ସିଂହ ‘ଆକାଶ’ର  ମୁତ୍ୟୁ ହୋଇଛି। ସେ ଗତ କିଛି ମାସ ହେବ ବାଦ୍ଧର୍କ୍ୟଜନିତ ରୋଗରେ ପୀଡ଼ିତ ଥିଲା। ସ୍ନାୟୁଗତ ସମସ୍ୟା କାରଣରୁ ପକ୍ଷଘାତରେ ଆକ୍ରାନ୍ତ ହୋଇଥିଲା। ଫଳରେ ପଛ ଗୋଡ଼ ଚାଲିରେ ଅସୁବିଧା ସୃଷ୍ଟି ହେଉଥିଲା।

ଅସୁସ୍ଥତା କାରଣରୁ ଆକାଶକୁ ଖାଦ୍ୟଗ୍ରହଣ କକ୍ଷ ମଧ୍ୟରେ ରଖାଯାଇ ଭିଟାମିନ ଓ ରୋଗ ପ୍ରତିରୋଧକ ଔଷଧ ଦେଇ ଚିକିତ୍ସା କରାଯାଉଥିଲା। ଅଣ୍ଡା ଓ କୁକୁଡା ମାଂସ ଗୁଣ୍ଡ ଖାଇବାକୁ ଦିଆଯାଉଥିଲା। ଧୀରେଧୀରେ ଆହର ଛାଡିବା ପରେ ଆଜି ମୃତ୍ୟୁବରଣ କରିଛି। ମୃତ୍ୟୁ ପରେ ଆକାଶ'ର ଶବକୁ ବ୍ୟବଚ୍ଛେଦ କରି ପୋଡି ଦିଆଯାଇଛି।

ସୂଚନାଯୋଗ୍ୟ, ସିଂହ ‘ଆକାଶ’କୁ ୨୦୧୪ ମସିହାରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁସ୍ଥିତ ବନେରୁଘାଟା ଚିଡ଼ିଆଖାନାରୁ ଅନ୍ୟ ତିନି ସିଂହ ନରସିଂହା, ରାଧା ଓ ରୁକ୍ମିଣୀଙ୍କ ସହିତ ଅଣାଯାଇଥିଲା। ଆସିବା ପରଠାରୁ ଆକାଶ ମିଳନରୁ କୌଣସି ସିଂହୀ ଗର୍ଭଧାରଣ କରି ନାହାଁନ୍ତି। ‘ଆକାଶ' ମୃତ୍ୟୁ ଫଳରେ ନନ୍ଦନକାନନର ହାଇବ୍ରିଡ଼ ସିଂହ ସଂଖ୍ୟା ୬କୁ ହ୍ରାସ ପାଇଛି। ୧୩ ସିଂହ ଓ ୯ ସିଂହୀଙ୍କୁ ମିଶାଇ ମୋଟ ସିଂହ ସଂଖ୍ୟା ୨୨କୁ ହ୍ରାସ ପାଇଛି। ଏହା ମଧ୍ୟରେ ୧୬ ଏସୀୟ ଓ ସମାନ ସଂଖ୍ୟକ ସିଂହ ଓ ସିଂହୀଙ୍କୁ ମିଶାଇ ମୋଟ ୬ ହାଇବ୍ରିଡ୍ ଅଛନ୍ତି।

Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe