ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଖଇରଭାଡ଼ି ଠାରେ ଇକୋ ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟ ଘଟିଛି l ମୃତକ ଜଣକ ହେଉଛନ୍ତି ଛତିଶଗଡ଼ ଦେଓଭୋଗ ଥାନା ଅଧିନ ଅମେଡ଼ ଗ୍ରାମର ପିତାମ୍ବର ବିଶିl  

Chandahandi

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଖଇରଭାଡ଼ି ଠାରେ ଇକୋ ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟ ଘଟିଛି l ମୃତକ ଜଣକ ହେଉଛନ୍ତି ଛତିଶଗଡ଼ ଦେଓଭୋଗ ଥାନା ଅଧିନ ଅମେଡ଼ ଗ୍ରାମର ପିତାମ୍ବର ବିଶିl  

ଛତିଶଗଡ଼ ଦେଓଭୋଗ ଥାନା ଅଧିନ ଅମେଡ଼ ଗ୍ରାମର ପିତାମ୍ବର ବିଶି ଆଜି ବାଇକ୍‌ରେ ଯିବା ବେଳେ ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଖଇରଭାଡ଼ି ଠାରେ ଏକ ଗାଡ଼ି ଧକ୍କା ଦେଇଥିଲା। ଇକୋ ଗାଡିର ଡ୍ରାଇଭର ଛତିଶଗଡ଼ ଅମଲିପଦର ଥାନା ଅଧିନ ଦାବିରୀଗୁଡା ଗ୍ରାମର ଧନସିଂ ୟାଦବ  ବୋଲି ଜଣାଡ଼ିଛିl

ଖବର ପାଇ ଚନ୍ଦାହାଣ୍ଡି ଥାନା  ଏସଆଇ ବିଜୁରାମ ବାଘ ହାବିଲଦାର କୀରଣ କୁମାର ଦୋରା ଘଟଣାସ୍ଥଳରେ ପହଞ୍ଚି ଶଵ ଜବତ କରିଛନ୍ତି l ଡ୍ରାଇଭରକୁ ପୁଲିସ ଗିରଫ କରିଥିବା ନେଇ ପୋଲିସ ସୂଚନା ଦେଇଛିl  

ଅନ୍ୟପଟରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରେ ଶବ ରଖି  ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତିl  ଗାଡ଼ିର ଡ୍ରାଇଭର ଧନସିଂ ଯାଦବ ପ୍ରଚୁର ମଦପାନ କରି ଗାଡ଼ି ଚଲାଉ ଥିବା ବେଳେ ତାର ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବା ଜଣାପଡ଼ିଛି। ସେପଟେ କଂଗ୍ରେସ ନେତା କ୍ଷେମରାଜ ବାଘଙ୍କ ନେତୃତ୍ୱରେ ମୃତକଙ୍କ ସମ୍ପର୍କୀୟ ଏବଂ ଗ୍ରାମବାସୀ ଖଇରାଭାଡ଼ି ରାସ୍ତା ଅବରୋଧ କରି କ୍ଷତି ପୂରଣ ଦାବି କରିଛନ୍ତି।

ଘଟଣାସ୍ଥଳରେ ଚନ୍ଦାହାଣ୍ଡି ଆଇଆଇସି ଯୁଗଳ କିଶୋର ସା ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ରହିବା ସହଖବର ଲେଖା ହେବା ସୁଦ୍ଧା ରାସ୍ତା ରୋକ ହଟିନଥିଲା। ଖବର ଲେଖା ହେବା ସୁଦ୍ଧା ଚନ୍ଦାହାଣ୍ଡି ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ସୂତ୍ରରୁ ଜଣା ପଡିଛି।

 Accident | Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe