ଛାତ୍ରୀ ମୃତ୍ୟୁ ନେଇ ଉତ୍ତେଜନା: ମୃତଦେହ ରଖି ମୁଖ୍ୟରାସ୍ତା ଅବରୋଧ

Advertisment

କସ୍ତୁରବା ବାଳିକା ଛାତ୍ରୀନିବାସରେ ଜନୈକା ଷଷ୍ଠ ଶ୍ରେଣୀ ଛାତ୍ରୀର ଗତକାଲି ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ଆଜି ରାସ୍ତା ଉପରେ ମୃତଦେହ ରଖି ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି।

କସ୍ତୁରବା ବାଳିକା ଛାତ୍ରୀନିବାସରେ ଜନୈକା ଷଷ୍ଠ ଶ୍ରେଣୀ ଛାତ୍ରୀର ଗତକାଲି ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ଆଜି ରାସ୍ତା ଉପରେ ମୃତଦେହ ରଖି ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି।

Mayurbhanj

Photo: Sambad

କୁଆମରା: ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ଖୁଣ୍ଟା କସ୍ତୁରବା ବାଳିକା ଛାତ୍ରୀନିବାସରେ ଜନୈକା ଷଷ୍ଠ ଶ୍ରେଣୀ ଛାତ୍ରୀର ଗତକାଲି ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ଆଜି ରାସ୍ତା ଉପରେ ମୃତଦେହ ରଖି ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ।

ସୂଚନା ମୁତାବକ ଖୁଣ୍ଟା ବ୍ଲକ ଅନ୍ତର୍ଗତ ବଡପଥରା ପଞ୍ଚାୟତ ଅଧିନ କୁସୁମଘାଟି ଗ୍ରାମର ପ୍ରଭାକର ବେହେରାଙ୍କ ଝିଅ ମଧୁସ୍ମିତା (୧୨) ଷଷ୍ଠ ଶ୍ରେଣୀ କସ୍ତୁରବା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପାଠ ପଢୁଥିଲେ। ସେ ଗତ ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଯାଇ ପୁଣି ୨୧ ତାରିଖ ବୁଧବାର ଦିନ ଫେରିଥିଲେ। ତେବେ ସେହି ଦିନ ଠାରୁ ସେ ସାମାନ୍ୟ ଅସୁସ୍ଥ ଜଣା ପଡୁଥିଲେ ବୋଲି ସାଙ୍ଗମାନେ କହିଛନ୍ତି। ମାତ୍ର ଶନିବାର ସକାଳେ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ ମଧ୍ୟ ହଷ୍ଟେଲ କର୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ନେବାକୁ ଆଗ୍ରହ ପ୍ରକାଶ କରିନଥିଲେ। ଫଳରେ ଅବହେଳା କରିଥିବା ନେଇ ଅଭିଯୋଗ ଉଠାଇଛନ୍ତି ପରିବାର ଲୋକେ।

ଗତରାତି ୯ଟାରେ ୱାଡେନ ମିନତୀ ମହାପାତ୍ର ଖୁଣ୍ଟା ଡାକ୍ତରଖାନାକୁ ନେବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ। ମାତ୍ର ମଧୁସ୍ମିତା କୁଂ ଡାକ୍ତର ମୃତ ଘୋଷଣା କରିଥିଲେ। ଛାତ୍ରୀ କଂ ମୃତ୍ୟୁ କୁ ନେଇ ଆଜି ସକାଳେ ପରିବାର ତଥା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଚିକିତ୍ସା ଅବହେଳା ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଆଜି ମୃତଦେହକୁ ୧୯ ନମ୍ବର ରାଜ୍ୟ ରାଜପଥ ଉଦଳା-ବାରିପଦା ରାସ୍ତାର ଖୁଣ୍ଟା ମୁଖ୍ୟ ଛକରେ ରଖି ନ୍ୟାୟ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଥିଲେ। ଫଳରେ ଦିନ ତମାମ ଯାନ ବାହନ ଚଳାଚଳ ବାଧାପ୍ରାପ୍ତ ଘଟିଥିଲା।

ଏହି ଖବର ପଢ଼ନ୍ତୁ: ବର୍ଷାଋତୁରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛନ୍ତି ଗ୍ରାମବାସୀ

ଖବର ପାଇ ଖୁଣ୍ଟା ଓ ଉଦଳା ଉପଖଣ୍ଡ ପୁଲିସ ପହଞ୍ଚି  ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ଆନ୍ଦୋଳନରୁ ଓହରି ନଥିଲେ। ପରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ସମେତ ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଲକର ତହସିଲଦାର, ବିଡିଓ, ଶିକ୍ଷାବିଭାଗ, ଉପଖଣ୍ଡ ପୁଲିସ ଅଧିକାରୀ ପହଞ୍ଚି ଆଲୋଚନା କରିଥିଲେ।

ଏହି ଖବର ପଢ଼ନ୍ତୁ: ମରାମତି ହେଉନି ସୋଲାର ପାନୀୟ ଜଳ ପ୍ରକଳ୍ପ

ତେବେ ଦାବି ମୁତାବକ ୱାଡେନକୁ ବହିଷ୍କାର କରାଯାଇଛି। ପ୍ରଧାନଶିକ୍ଷୟିତ୍ରୀ ଗାୟତ୍ରୀ ସେଠୀଙ୍କୁ ନିଲମ୍ବିତ କରାଯିବା ପାଇଁ ଓଡିଶା ଉଚ୍ଚ ଶିକ୍ଷା ବିଭାଗ ଡାଇରେକ୍ଟରଙ୍କୁ ଚିଠି କରାଯାଇଛି। ଏତତ୍ ବ୍ୟତୀତ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ତହସିଲ ପକ୍ଷରୁ ୧୦ ହଜାର, ବ୍ଲକ ଶିକ୍ଷା ଅଧିକାର କଂ କାର୍ଯ୍ୟାଳୟ ତରଫରୁ ୧୦ ହଜାର, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୦ ହଜାର ଟଙ୍କାର ଅନୁକମ୍ପା ମୂଳକ ଅର୍ଥ ରାଶି ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ମିଳିବା ସହ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଅପରାହ୍ନରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe