ଥାନାବାବୁଙ୍କୁ ମାଡ଼ ଘଟଣା: ନିରପେକ୍ଷ ତଦନ୍ତ ଦାବି, ଆନ୍ଦୋଳନ ଚେତାବନୀ

Advertisment

ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଧିକାରୀ ମାତାଲ ହୋଇ ଦବଙ୍ଗିରି ଦେଖାଇଥିବାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୁଲିସ କରୁଥିବା ତଦନ୍ତକୁ ସନ୍ଦେହ କରି ଦେଓଗାଁର ସଚେତନ ନାଗରିକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ସ୍ଥାନୀୟ ଜନତା ରବିବାର ସନ୍ଧ୍ୟାରେ ଦେଓଗାଁ ପୁଲିସକୁ ଏକ ଦାବିପତ୍ର ଦେଇଛନ୍ତି।

Updated On

ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଧିକାରୀ ମାତାଲ ହୋଇ ଦବଙ୍ଗିରି ଦେଖାଇଥିବାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୁଲିସ କରୁଥିବା ତଦନ୍ତକୁ ସନ୍ଦେହ କରି ଦେଓଗାଁର ସଚେତନ ନାଗରିକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ସ୍ଥାନୀୟ ଜନତା ରବିବାର ସନ୍ଧ୍ୟାରେ ଦେଓଗାଁ ପୁଲିସକୁ ଏକ ଦାବିପତ୍ର ଦେଇଛନ୍ତି।

ଅଦ୍ୟତନ ହୋଇଛି
Deogaon

Photo: Sambad

ଦେଓଗାଁ: ୨୬ ନମ୍ବର ଜାତୀୟ ରାଜପଥ ବଲାଙ୍ଗୀର ଦେଓଗାଁ ରାସ୍ତାର ସୋନଗଡ଼ ନଦୀ ବ୍ରିଜ ଉପରେ ମାତାଲ ତୁଷୁରା ଥାନା ଅଧିକାରୀ ଦେଖାଇଥିବା ଦବଙ୍ଗିରି କୁନେଇ ଅସନ୍ତୋଷ ବଢ଼ିବାରେରେ ଲାଗିଛି। ପୁଲିସ କରୁଥିବା ତଦନ୍ତକୁ ସନ୍ଦେହ କରି ଦେଓଗାଁର ସଚେତନ ନାଗରିକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ସ୍ଥାନୀୟ ଜନତା ରବିବ‌ାର ସନ୍ଧ୍ୟାରେ ଦେଓଗାଁ ପୁଲିସକୁ ଏକ ଦାବିପତ୍ର ଦେଇଛନ୍ତି। ନିଶା ଖାଇଥିବା ତୁଷୁରା ଥାନା ଅଧିକାରୀ ଶଶୀଭୂଷଣ ମିଶ୍ର ଓ କନେଷ୍ଟବଳ ଅରୁଣ ଜେନା ବିନା କାରଣରେ ଦେଓଗାଁର ରବୀନ୍ଦ୍ର ସାଙ୍କୁ ମାଡ଼ମାରି ଲହୁଲୁହାଣ କରିବା ପରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଜଣେ ଯୁବକଙ୍କ ମୋବାଇଲକୁ ଫିଙ୍ଗଦେଇଥିଲେ। ଏହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଦୁଇଟି ମମାଳା ରୁଜୁ କରିଛି। କିନ୍ତୁ ଏହି ଘଟଣାର ସଠିକ ତଦନ୍ତ ହେଉନଥିବାରୁ ପୁଲିସ ପ୍ରତି ସନ୍ଦେହ ଦେଖାଦେଇଛି। ତେଣୁ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଥାନା ଘେରାଉ କରି ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଏହି ଖବର ପଢ଼ନ୍ତୁ: ଛାତ୍ରୀ ମୃତ୍ୟୁ ନେଇ ଉତ୍ତେଜନା

ସୂଚନାଯୋଗ୍ୟ ଗତ ଗୁରୁବାର ସନ୍ଧ୍ୟାରେ ତୁଷୁରା ଥାନା ଅଧିକାରୀ ଓ କନେଷ୍ଟବଳ ଦେଓଗାଁ ସୋନ ଗଡ଼ ନଦୀ ବ୍ରିଜ ଉପରେ ଦବାଙ୍ଗିରି ଦେଖାଇ ରବୀନ୍ଦ୍ର ସା ନାମକ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ଥାନା ବାବୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ କିଛି ଲୋକ। ଏନେଇ ଦେଓଗାଁ ପୁଲିସ ଥାନାବାବୁଙ୍କୁ ଉଦ୍ଧାର କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିଲେ ବି ବରଦିପ୍ରେମ ଦେଖାଇ କୋହଳ ମନୋଭାବ ରଖୁଥିବାରୁ ଦେଓଗାଁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏଣୁ ଏ ଦିଗରେ ପୁଲିସ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

ଏହି ଖବର ପଢ଼ନ୍ତୁ: ଆଇଆଇସିକୁ ମାଡ଼ ମାରିଲେ ଉତ୍ତେଜିତ ଜନତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe