ବାଲି ଅଭାବ ନେଇ ସ୍ମାରକପତ୍ର ପ୍ରଦାନ: ଚେତିଲେ ସାଧାରଣ ଲୋକ ଓ ଶ୍ରମିକ

ବଂଶଧାରା କୂଳରେ ଅବସ୍ଥିତ ଗୁଣପୁର ସହରରେ ପ୍ରାୟ ୫ ମାସ ହେଲା ବାଲିର ଅଭାବ ଦେଖା ଯାଇଥିବା ବେଳେ ବେଳକୁ ବେଳ ଗୃହ ନିର୍ମାଣ କାମ ଠାରୁ ଉନ୍ନୟନ କାର୍ଯ୍ଯ ଏକ ପ୍ରକାର ଠପ୍ ହୋଇଯାଇଛି।

4e479b86-9f23-41b0-8839-7ec4f7155016

ରାୟଗଡ଼ା: ବଂଶଧାରା କୂଳରେ ଅବସ୍ଥିତ ଗୁଣପୁର ସହରରେ ପ୍ରାୟ ୫ ମାସ ହେଲା ବାଲିର ଅଭାବ ଦେଖା ଯାଇଥିବା ବେଳେ ବେଳକୁ ବେଳ ଗୃହ ନିର୍ମାଣ କାମ ଠାରୁ ଉନ୍ନୟନ କାର୍ଯ୍ଯ ଏକ ପ୍ରକାର ଠପ୍ ହୋଇଯାଇଛି। ନିର୍ମାଣ ଶ୍ରମିକମାନେ କାମ ନଥାଇ ହାତବାନ୍ଧି ବସିଛନ୍ତି। ଏଭଳି ସ୍ଥଳେ ଚେତିଛନ୍ତି ସାଧାରଣ ଲୋକେ ଓ ଶ୍ରମିକ। ବାଲି ସମସ୍ଯା ନେଇ ଜିଲ୍ଲାପାଳ ପାରୁଲ ପାଟାୱରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଆଜି ରାୟଗଡ଼ାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମରେ ଗୁଣପୁରରୁ ଶତାଧିକ ଲୋକ ଯାଇ ବାଲି ସମସ୍ଯାର ସମାଧାନ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ। 

ଗୁଣପୁରରେ ତିନୋଟି ବାଲୁକା ଶଯ୍ଯା ରହିଥିବା ବେଳେ ଦୁଇଟି ବନ୍ଦହୋଇ ପଡ଼ିଛି। ଅନ୍ଯ ଗୋଟିଏ କତ୍ତୁରୁ, ବିକ୍ରମପୁର, ହାରସିଂଗୁଡା ଗାଁକୁ ଲାଗିକରି ରହିଛି। ଏହି ବାଲୁକା ଶଯ୍ଯା ରେ ସବୁ ସୁବିଧା ଥିଲେ ମଧ୍ୟ ବାଲି ବାହାରି ପାରୁନି। ଉକ୍ତ ଅଞ୍ଚଳରୁ ବାଲି ଉତ୍ତୋଳନ କଲେ ନିକଟସ୍ଥ ଗାଁ ଗୁଡାକ ପାଇଁ କୌଣସି ଅସୁବିଧା ନଥିବା ବେଳେ ଅଜଥାରେ ବିରୋଧ କରାଯାଉଛି। ଏହି ବାଲୁକା ଶଯ୍ଯାରୁ ବାଲି ଉତ୍ତୋଳନ କଲେ ସହରବାସୀ ଶୁଲଭ ମୁଲ୍ଯ ରେ ବାଲି ପାଇବେ। ବାହାରୁ ଆସୁଥିବା ବାଲିକୁ ୨୫୦୦ ଟଙ୍କାରେ ଗୋଟିଏ ଟ୍ରାକ୍ଟର କିଣିବାକୁ ପଡୁଥିବା ସମସ୍ଯା ମଧ୍ୟ ଦୁରେଇବ ବୋଲି ସ୍ମାରକ ପତ୍ର ରେ ଉଲ୍ଲେଖ ରହିଛି। ତେବେ ଅତିଶିଘ୍ର ଏହି ସମସ୍ଯାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଜିଲ୍ଲାପାଳଙ୍କୁ ଭେଟିଥିବା ଲୋକଙ୍କ ମଧ୍ୟରେ ପୁର୍ବତନ କାଉନସିଲର ପୂର୍ଣ୍ଣ ବାଉରୀ, ଜିତେନ୍ଦ୍ର ନାୟକ, ଭୈରବ ବେହେରା, କେଶବ ମହାନ୍ତି ଙ୍କ ସମେତ ବହୁଲୋକ ସାମିଲ ଥିଲେ।

Rayagada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe