ଯୁବକଙ୍କର ମୃତ୍ୟୁ ନେଇ ପ୍ରତିବାଦ: ଅଟକିଲା ଶତାଧିକ ଯାନବାହନ

ଢେଙ୍କାନାଳ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଥିବା ଜଣେ ବ୍ୟକ୍ତିଙ୍କ ହାଜତରୁ ବାହାରିବା ପରେ ମୃତ୍ୟୁ ହେବାକୁ ନେଇ ଅପ୍ରୀତକର ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବି କରି ଆଜି ୫୫ ନମ୍ବର ଜାତୀୟ ରାଜପଥର ଗଉଡ଼କାଟେଣି ଛକ ନିକଟରେ ଅବରୋଧ କରିଛନ୍ତି।

ac

ଓଡ଼ାପଡ଼ା: ଢେଙ୍କାନାଳ ଅବକାରୀ ବିଭାଗ ଦ୍ଵାରା ଗତ ୧୧ ତାରିଖ ଦିନ ଗିରଫ ହୋଇଥିବା ବେଣୁଧର ସେନାପତି (୪୯)ଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଲୋକେ ତାତିଛନ୍ତି। ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବି କରି ଆଜି ୫୫ ନମ୍ବର ଜାତୀୟ ରାଜପଥର ଗଉଡ଼କାଟେଣି ଛକ ନିକଟରେ ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ବରେ  ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। 

ଢେଙ୍କାନାଳ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଥିବା ଜଣେ ବ୍ୟକ୍ତିଙ୍କ ହାଜତରୁ ବାହାରିବା ପରେ ମୃତ୍ୟୁ ହେବାକୁ ନେଇ ଅପ୍ରୀତକର ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତିବାଦରେ ସ୍ଥାନୀୟ ଗଉଡ଼କାଟେଣି ଛକ ନିକଟରେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି। ରାତି ୯ଟାରେ ଖବର ପ୍ରସ୍ତୁତ ହେଲା ବେଳକୁ ମୋଟଙ୍ଗା ଆଇଆଇସି ଦୀପକ କୁମାର ଲେଙ୍କା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

ଖବର ନେବାରେ ଜଣାପଡ଼ିଛି ଯେ ନିଶା କାରବାର ନେଇ ଗତ ୧୧ ତାରିଖ ଢେଙ୍କାନାଳ ଅବକାରୀ ବିଭାଗ ବେଣୁଧର ସେନାପତି(୪୯) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ତେବେ ଗତକାଲି ବେଣୁଧର ହାଜତରୁ ବାହାରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଢେ଼ଙ୍କାନାଳ ଡାକ୍ତରଖାନା ପଠାଇଥିଲେ।

ଖବରପାଇ ବେଣୁଧରଙ୍କ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ଢେଙ୍କାନାଳ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବେଣୁଧରଙ୍କର ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ପରିବାର ଲୋକେ ମୃତଦେହକୁ ନେଇ ଆଜି ଗାଁକୁ ଆସିଥିଲେ। ଏହାପରେ ସ୍ଥାନୀୟ ଲୋକେ ମୃତଦେହକୁ ୫୫ ନମ୍ବର ଜାତୀୟ ରାଜପଥର ଗଉଡ଼କାଟେଣି ଛକ ନିକଟରେ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

ଆଜି ଅପରାହଣ ପ୍ରାୟ ୫ଟାରୁ ରାସ୍ତା ଅବରୋଧ ହୋଇଥିବାରୁ ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ିମଟର ଅଟକି ରହିଛି। ରାତି ୯ଟାରେ ଖବର ପ୍ରସ୍ତୁତ ହେଲା ବେଳକୁ ମୋଟଙ୍ଗା ଆଇଆଇସି ଦୀପକ କୁମାର ଲେଙ୍କା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

Dhenkanal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe