ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ପଦ୍ମନାଭପୁର ଗ୍ରାମରେ ବୁଧବାର ପଞ୍ଚମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ୧୦ ବର୍ଷ ବୟସର ଝିଅ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ଲାଗିଥିବା ଏକ ଦଉଡ଼ି ବେକରେ ଲଗେଇ ଝୁଲି ପଡ଼ିଥିଲା ନା ତାକୁ ହତ୍ୟା କରାଯାଇ ଏଭଳି ରୂପ ଦିଆଯାଇଛି ସେନେଇ ମଧ୍ୟ ଚର୍ଚ୍ଚା ହେଉଛିl ସମସ୍ତଙ୍କ ମୁହଁରେ ଗୋଟିଏ କଥା ହାତ ପାଉନଥିବା ଦଉଡ଼ି ବେକରେ କେମିତି ଲଗେଇ ଜୀବନ ହାରିଲା?
ଏହି ଦୁଖଦଃ ଘଟଣାର ତଦନ୍ତ ପୂର୍ବକ ଗୁରୁବାର ପୂର୍ବାହ୍ନରେ ତଦନ୍ତକାରୀ ଅଧିକାରୀ ବୈଶିଙ୍ଗା ଥାନା ସବଇନ୍ସପେକ୍ଟର ଦେବାଶିଷ ମଣ୍ଡଳ ବାରିପଦାରୁ ଆସିଥିବା ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଁଛି ତନାଘନା ଆରମ୍ଭ କରିଥିଲେ l
ସୂଚନା ଅନୁଯାଇ ଗଣ୍ଡର୍ଦା ଗ୍ରାମର ଲକ୍ଷ୍ମୀଧର ସାହୁ ତାଙ୍କ ସ୍ତ୍ରୀ ଫୁଲମଣୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଏହି କାରଣରୁ ଫୁଲମଣୀ ତାଙ୍କ ଗୋଟେ ପୁଅ ଓ ସାନ ଝିଅକୁ ଧରି ପଦ୍ମନାଭପୁରସ୍ଥିତ ଲକ୍ଷ୍ମୀଧରଙ୍କ ମାଉସୀ ବିଜୟଲକ୍ଷ୍ମୀଙ୍କ ଘରେ ଦୀର୍ଘ ଦିନରୁ ରହି ଆସୁଥିଲେl ଫୁଲମଣୀ ଘରେ ନରହି ପରିବାର ପ୍ରତିପୋଷଣ ପାଇଁ ପ୍ରାୟତଃ ଇଟାଭାଟିରେ କାମ କରିବାକୁ ଚାଲିଯାଏl ଲକ୍ଷ୍ମୀଧରର ମାଉସୀ ବିଜୟଲକ୍ଷ୍ମୀ ଜଣେ ଅଙ୍ଗନବାଡି ସହକର୍ମୀ ହୋଇଥିବାବେଳେ ଘରେ ଏକୁଟିଆ କେବଳ ନିଜ ୧୬ବର୍ଷର ନାତି ଓ ୧୦ବର୍ଷର ନାତୁଣୀ ଅମ୍ରିତାକୁ ନେଇ ରୁହେl
ଅମ୍ରିତା ସେଠାରେ ରହି ପାଠ ନପଢିବା କାରଣରୁ ଗାତବର୍ଷ ତାର ମା ତାକୁ ନେଇ ବାଲେଶ୍ୱର ଜିଲ୍ଲା କାଠସିଙ୍ଗଡ଼ାସ୍ଥିତ ମାମୁଁ ଘରେ ଛାଡି ଦେଇ ଆସିଥିଲାl ସେଠାରେ ସେ ଟିଉସନ ଓ ସ୍କୁଲ ଯିବା ସହିତ ଚଳିତ ବର୍ଷ ୫ମ ଶ୍ରେଣୀ ପରୀକ୍ଷା ଦେଇ ଉତୀର୍ଣ୍ଣ ହୋଇଥିଲା। ବୈଶିଙ୍ଗା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଉଡ଼ା ପର୍ବ ଚାଲିଥିବାବେଳେ ସେ କିଛି ଦିନ ପୂର୍ବରୁ ପଦ୍ମନାଭପୁରସ୍ଥିତ ନିଜ ଜେଜେମା ପାଖକୁ ପଳିଆସିଥିଲାl ମଙ୍ଗଳବାର ସନ୍ଧ୍ୟାରେ ଅମ୍ରିତାର ମାମୁଁ ତାଙ୍କ ପରିବାର ସହିତ ମଧ୍ୟ ମହୁରୀ ଉଡ଼ା ବୁଲିବାକୁ ଆସିଥିଲେ ଓ ଫେରିବାବେଳେ ଅମ୍ରିତାଙ୍କୁ ସାଙ୍ଗରେ ନେଇଯିବା ପାଇଁ କହିଥିଲେl କିନ୍ତୁ ଅମ୍ରିତା ଯିବ ନାହିଁ ବୋଲି ଜିଦ ଧରିବାରୁ ତାର ଜେଜେମା ଓ ମାମୁଁ ତାକୁ ଟିଉସନ ଓ ସ୍କୁଲ ଯିବ କହି ମାମୁଁ ଘରକୁ ବାଧ୍ୟ କରି ପଠାଇ ଦେଇଥିଲେl
/sambad/media/media_files/2025/04/17/4d5eadef-5b86-4671-a4c0-bb20ca046f71-909141.jpg)
ଅମ୍ରିତା ରାତିରେ ମାମୁଁ ଘରେ ଭଲରେ ଖାଇପିଇ ଶୋଇଥିଲାl ସକାଳୁ ସ୍କୁଲ ଯାଉଛି କହି ସାଇକେଲ ଧରି ବାହାରି ଥିଲା, କିନ୍ତୁ ସ୍କୁଲ ନଯାଇ ସିଧାସଳଖ ପଦ୍ମନାଭପୁର ସ୍ଥିତ ତା ଜେଜେମା ବିଜୟଲକ୍ଷ୍ମୀ ପାଖକୁ ପଳି ଆସିଥିଲା l ଜେଜେମାକୁ ଘରେ ନପାଇ ଗ୍ରାମ ଅଙ୍ଗନବାଡି ନିକଟରେ ପହଞ୍ଚିଥିଲା ଅମ୍ରିତା, ସେଠାରେ ତା ଜେଜେମା ତାକୁ କଣ ପାଇଁ ପୁଣି ପଳି ଆସିଲୁ କହି ତାଗିଦ ମଧ୍ୟ କରିଥିଲାl ବିଜୟଲକ୍ଷ୍ମୀ ଅଙ୍ଗନବାଡ଼ି ଶିଶୁଙ୍କୁ ଖାଇବାକୁ ଦେବା ପରେ ଜଣେ ଶିଶୁକୁ ନେଇ ରାସ୍ତା ଆରପାର୍ଶ୍ୱରେ ତାଙ୍କ ଘରକୁ ଛାଡିବାକୁ ଯାଇଥିଲାl ସେତେବେଳେ ଅମ୍ରିତା ଏକୁଟିଆ ଅଙ୍ଗନବାଡି କେନ୍ଦ୍ରରେ ଥିଲାl ହେଲେ ବିଜୟଲକ୍ଷ୍ମୀ ମାତ୍ର ୫ମିନିଟ ପରେ ପିଲାକୁ ଛାଡି ଫେରି ଦେଖିବାକୁ ପାଇଥିଲେ କି ଅମ୍ରିତା ଅଙ୍ଗନବାଡି ଗୃହ ଭିତରେ ଓଜନ କଣ୍ଟା ଟଙ୍ଗା ଯିବାକୁ ଫ୍ୟାନ ହୁକରେ ଲାଗିଥିବା ପ୍ଲାଷ୍ଟିକ ଦଉଡ଼ିରେ ଝୁଲି ପଡ଼ି ଛଟପଟ ହୋଉଛିl ସେ ସଙ୍ଗେ ସଙ୍ଗେ ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଅମ୍ରିତାକୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିଲେl ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେl
Mayurbhanj
Follow Us