ପ୍ରେମୀ ଯୁଗଳଙ୍କୁ ଦେବତା ମାନି ପୂଜାର୍ଚ୍ଚନା ସହ ଏଇଠି ଆୟୋଜନ ହୁଏ ଯାତ୍ରା

ମିଟକି ନିଜର ପ୍ରେମୀକୁ ଏଭଳି ଅବସ୍ଥାରେ ଦେଖି ତାଂକ ଭାଇଙ୍କର କାମ ବୋଲି ଜାଣିପାରିଥିଲା। ସେ ମଧ୍ୟ କାନ୍ଦି କାନ୍ଦି ସେଠାରେ ହିଁ ପ୍ରାଣ ତ୍ୟାଗ କରିଥିଲା। ଏହା ପରେ ଏହି ପ୍ରେମ କାହାଣୀର ଅନ୍ତ ଅତି ଦୁଃଖଦ ଥିଲା।

Bastar of Chhattisgarh

Bastar of Chhattisgarh Photograph: (sambad.in)

ମାଲକାନଗିରି: ଭାରତରେ ଯୁଦ୍ଧ କାହାଣୀ ଠାରୁ ବେଶୀ ପ୍ରେମକୁ ନେଇ ବହୁ ବଡ଼ବଡ ଘଟଣା ରହିଛି। ଯେପରି ହିର୍‌-ରାଞ୍ଝା, ଲୈଲା-ମଜୁନୁଙ୍କ ପ୍ରେମ କାହାଣୀ। କିନ୍ତୁ ସୀମାନ୍ତ ଛତିଶଗଡ଼ର ବସ୍ତର ଅଂଚଳରେ ଯେଉଁ ପ୍ରେମ କାହାଣୀ ଘଟିଛି ଏବଂ ଏଥିପାଇଁ ପ୍ରେମୀ ଯୁଗଳଙ୍କୁ ବଳିଦାନ ଦେବାକୁ ପଡିଛି। ଯାହାକୁ ନେଇ ବସ୍ତର ଆଦିବାସୀ ଏହି ପ୍ରେମୀଯୁଗଳଙ୍କୁ ବର୍ଷବର୍ଷ ଧରି ପୂଜାର୍ଚ୍ଚନା କରିବା ସହ ଏକ ପରଂପରାରେ ପରିଣତ ହୋଇଛି। 

ପରି ଦରପିଢି ବସ୍ତର ଅଂଚଳର ଲୋକେ ଏହି କାହାଣୀ ଶୁଣିଆସୁଥିବା ବେଳେ ନିଜର ଆଗାମୀ ପିଢିଙ୍କୁ ମଧ୍ୟ ଏହି କାହାଣୀ ଶୁଣାଉଛନ୍ତି। ଏ ହେଉଛି ଝିଟକୁ ଏବଂ ମିଟକିଙ୍କ ପ୍ରେମୀ ଯୁଗଳଙ୍କ କାହାଣୀ। କାହାଣୀଟି ଆରମ୍ଭ ହୁଏ ଗୋଟିଏ ମେଳାରୁ। କୋଣ୍ଡାଗାଓଁ ଜିଲ୍ଲାର ବିଶ୍ରାମପୁର ଗ୍ରାମର ଝିଟକୁ ନାମକ ଯୁବକ ମେଳା ବୁଲିବାକୁ ଆସିଥିଲା। ପେଣ୍ଡ୍ରାବନ ଗ୍ରାମର ମିଟକି ନାମକ ଝିଅ ସହ ସାକ୍ଷାତ ହୁଏ। ଦୁହେଁ ଦୁହିଁଙ୍କୁ ପ୍ରେମ କରିବସନ୍ତି। ଏହି ପ୍ରେମ କାହାଣୀ ଚାରିଆଡେ ପ୍ରଚାର ହୁଏ। ଏପରିକି ମିଟକିର ୭ ଜଣ ଭାଇ ଏହାକୁ ନାପସନ୍ଦ କରନ୍ତି। ମିଟକି ଭାଇଙ୍କୁ ବୁଝାଇବା ସହ ଝିଟକୁକୁ ଘରଜ୍ବାଇଁ କରିବା ପାଇଁ ପ୍ରସ୍ତାବ ଦେବାକୁ କହିଥିଲେ। ଝିଟକୁ ମଧ୍ୟ ରାଜି ହୋଇଥିଲା। ଝିଟକୁ ମିଟକିର ପରିବାର ସହ ମିଶି ଚାଷବାଷ କଲା।

ଦିନେ ଚାଷ ପାଇଁ ଏକ ବନ୍ଧ ନିର୍ମାଣ କରିବାକୁ ମିଟକିର ପରିବାର ଲୋକେ ଚିନ୍ତା କଲେ। ସମସ୍ତେ ମିଶି ବନ୍ଧ ତିଆରି କାମରେ ଲାଗିଗଲେ। ବନ୍ଧତ ତିଆରି ହେଲା କିନ୍ତୁ ଏହାର ମେଢ ତିଆରି ହୋଇପାରୁନଥିଲା। ମିଟକିର ଭାଇକୁ ସ୍ବପ୍ନାଦେଶ ହେଲା ଯେ ଯେତେବେଳ ପର୍ଯ୍ୟନ୍ତ ନରବଳୀ ଦିଆନଯାଇଛି,ସେତେଦିନ ପର୍ଯ୍ୟନ୍ତ ବନ୍ଧ ତିଆରି ହୋଇପାରିବ ନାହିଁ। 

ତେବେ ଭାଇମାନେ ଏହାକୁ ଏକ ସ୍ବପ୍ନ ଭାବି ବନ୍ଧର ମେଢକୁ ତିଆରି କରିବାକୁ ଆରମ୍ଭ କଲେ କିନ୍ତୁ କିଛି ଫଳ ହେଲା ନାହିଁ। ନରବଳୀ ପାଇଁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କିଏ ମିଳିଲେ ନାହିଁ। ଏହି ସମୟରେ ଗ୍ରାମବାସୀ ମିଟକିର ସାତ ଭାଇଙ୍କୁ କହିଥିଲେ ଯେ କାହିଁକି ଝିଟକୁକୁ ବଳି ଦିଆଯିବ ନାହିଁ। ତୁରନ୍ତ ୭ ଭାଇ ଝିଟକକୁ ବୁଝାଇ ବନ୍ଧ ନିକଟକୁ ନେଇ ତାକୁ ବଳି ଦେଇଥିଲେ। ଏହି ଘଟଣା ପରେ ସବୁ ବଦଳି ଯାଇଥିଲା। ଅନ୍ୟଦିଗରେ ମିଟକି ନିଜର ପ୍ରେମୀ ଝିଟକୁକୁ ଜଗି ରହିଥିଲା। ବିଳମ୍ବ ହେବାରୁ ସେ ତାକୁ ଖୋଜିବାକୁ ବାହାରିଥିଲା। ଖୋଜି ଖୋଜି ବନ୍ଧ ନିକଟରେ ପହଞ୍ଚିବା ପରେ ସେ ଝିଟକୁର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଥିବା ଦେଖିବାକୁ ପାଇଥିଲା।

ମିଟକି ନିଜର ପ୍ରେମୀକୁ ଏଭଳି ଅବସ୍ଥାରେ ଦେଖି ତାଂକ ଭାଇଙ୍କର କାମ ବୋଲି ଜାଣିପାରିଥିଲା। ସେ ମଧ୍ୟ କାନ୍ଦି କାନ୍ଦି ସେଠାରେ ହିଁ ପ୍ରାଣ ତ୍ୟାଗ କରିଥିଲା। ଏହା ପରେ ଏହି ପ୍ରେମ କାହାଣୀର ଅନ୍ତ ଅତି ଦୁଃଖଦ ଥିଲା। ଗ୍ରାମବାସୀ ଏହି ପ୍ରେମ ଯୁଗଳଙ୍କୁ ଦେବତା ରୂପେ ସେହି ଦିନ ଠାରୁ ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲେ। ଆଜି ବି ବସ୍ତର ଅଂଚଳରେ ଏହି ଦୁଇ ଜଣଙ୍କ ମୂର୍ତ୍ତି ତିଆରି କରି ପୂଜାର୍ଚ୍ଚନା କରାଯାଉଛି। ଲୋକେ ଏମାନଙ୍କ ନିକଟରେ ମାନସିକ କରିବା ପରେ ବଳି ମଧ୍ୟ ଦେଉଛନ୍ତି। ଆଜି କୋଣ୍ଡାଗାଓଁରେ ଝିଟକୁ ଓ ମିଟକି ସଂଗ୍ରହାଳୟ ରହିଛି। ପ୍ରତିବର୍ଷ ଏହି ସମୟରେ ପ୍ରେଣ୍ଡ୍ରାବନ ଓ ବିଶ୍ରାମପୁରରେ ବଡଯାତ୍ରା ହୁଏ। ହଜାର ହଜାର ଭକ୍ତ ଏହି ଦୁଇ ପ୍ରେମୀ ଯୁଗଙ୍କୁ ପୂଜାର୍ଚ୍ଚନା କରିବା ସହ ମାନସିକ କରିଥାନ୍ତି। ସାରା ଛତିଶଗଡରେ ଏହି ଦୁଇ ପ୍ରେମୀ ଯୁଗଳଙ୍କ ପ୍ରେମ କାହାଣୀ ଚର୍ଚ୍ଚା ସହ ପୂଜା କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe