ତେଲେଙ୍ଗାନାରେ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: ୯ଘଣ୍ଟା ଧରି ରାଜପଥ ଅବରୋଧ

ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାର ଶିକାର କରିଥିବା ନବରଂଗପୁର ଜିଲ୍ଲାର ତିନି ଶ୍ରମିକଙ୍କ ମୃତଦେହ ଆଜି ଗାଁରେ ପହଚିଂବା ପରେ ଗ୍ରାମବାସୀ ଓ ବିଭିନ୍ନ ରାଜନୈତିକ ଦଳର ନେତାମାନେ ନବରଙ୍ଗପୁର-ଉମରକୋଟ ରାସ୍ତାକୁ ଅବରୋଧ କରି କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି।

NGP1

ନବରଙ୍ଗପୁର: ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାର ଶିକାର କରିଥିବା ନବରଂଗପୁର ଜିଲ୍ଲାର ତିନି ଶ୍ରମିକଙ୍କ ମୃତଦେହ ଆଜି ଗାଁରେ ପହଚିଂବା ପରେ ଗ୍ରାମବାସୀ ଓ ବିଭିନ୍ନ ରାଜନୈତିକ ଦଳର ନେତାମାନେ ନବରଙ୍ଗପୁର-ଉମରକୋଟ ରାସ୍ତାକୁ ଅବରୋଧ କରି କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି। ପୂର୍ବାହ୍‌ଣ ୧୧ଟାରୁ ରାତି ୮ଟା ଯାଏଁ ୯ଘଣ୍ଟା ଧରି ରାସ୍ତାରୋକ ହୋଇଥିଲା। ପ୍ରଶାସନ  ସହ କ୍ଷତିପୂରଣ ଆଦିକୁ ନେଇ ଆଲୋଚନା ପରେ ସବୁ ଧାରଣାରୁ ଉଠିଥିଲେ।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ଦିନ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତଥା ଉମରକୋଟ ଥାନା ଅର୍ନ୍ତଗତ ବକଡ଼ାବେଡ଼ା ଗ୍ରାମ ଚେତମନ ଭତ୍ରା, ଜୟରାମ ଭତ୍ରା, ନାରାୟଣ ଭତ୍ରା ରାସ୍ତାପାର୍ଶ୍ବରେ ଗଛ ଲଗାଉଥିବା ବେଳେ ପିକ୍‌ଅପ୍‌ ଧକ୍କା ଦେଇଥି‌ଲା। ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା। ଆଜି  ସମସ୍ତ ମୃତକଙ୍କ ଶବ ତେଲେଙ୍ଗାନାରୁ ନିଜ ଗ୍ରାମକୁ ପହଞ୍ଚିଥିଲା। ଗ୍ରାମବାସୀ, ବିଜେଡି ଓ କଂଗ୍ରେସ ସହ ଅନ୍ୟ କିଛି ରାଜନୈତିକ ଦଳ ନେତୃମଣ୍ଡଳୀ ମୃତକଙ୍କ ପରିବାରବର୍ଗକୁ ୨୦ଲକ୍ଷର କ୍ଷତି ପୂରଣ ପ୍ରଦାନ କରାଯାଉ ବୋଲିଦାବି କରି ଉମରକୋଟ-ନବରଙ୍ଗପୁର ରାଜପଥକୁ ଅବରୋଧ କରିଥିଲେ। ସକାଳ ୧୧ଟାରୁ ରାତି ୮ଟା ଯାଏଁ ରାସ୍ତା ଉପରେ ତିନି ଆମ୍ବୁଲାନସ ରଖି ରାସ୍ତା ଅବରୋଧ କରିଥିଲେ।

ଗତ ୧୧ ତାରିଖ ଦିନ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତଥା ଉମରକୋଟ ଥାନା ଅର୍ନ୍ତଗତ ବକଡ଼ାବେଡ଼ା ଗ୍ରାମ ଚେତମନ ଭତ୍ରା, ଜୟରାମ ଭତ୍ରା, ନାରାୟଣ ଭତ୍ରା ରାସ୍ତାପାର୍ଶ୍ବରେ ଗଛ ଲଗାଉଥିବା ବେଳେ ପିକ୍‌ଅପ୍‌ ଧକ୍କା ଦେଇଥି‌ଲା। ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା।

ଉପଜିଲ୍ଲାପାଳ ପ୍ରକାଶ ମିଶ୍ର, ଝରିଗାଁ ତହସିଲଦାର, ଉମରକୋଟ ଥାନା ଅଧିକାରୀ ଓ ଏସଡିପିଓ ଆଦି ବହୁ ବୁଝାସୁଝା କରିଥିଲେ ହେଁ କେହି ଶୁଣି ନଥିଲେ। ପରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଟିରୁ ଜଣକା ସାଢ଼େ ୨ଲକ୍ଷ, ରେଡକ୍ରସରୁ ୧୦ହଜାର, ଜାତୀୟ ପରିବାରମଙ୍ଗଳ ଯୋଜନାରେ ସହ‌ାୟତା ସହ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଘର ‌ ସହ ପିଲାଙ୍କୁ ଆଉଟସୋର୍ସିଂ ସଂସ୍ଥା ଜରିଆରେ ଚତୁର୍ଥ ଶ୍ରେଣୀ କର୍ମଚାରୀର ନିଯୁକ୍ତି ଦେବାକୁ ପ୍ରତିଶ୍ରୃତି ଦେବା ପରେ ରାସ୍ତାରୋକରୁ ଓହରିଥିଲେ। 

Nabarangpur | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe