ଜାତୀୟ ପାଞ୍ଚୟତିରାଜ ଦିବସ: ଯୋଗ ଦେଲେନି ଲୋକ ପ୍ରତିନିଧି

ରାଜ୍ୟରେ ସରକାର ବଦଳିବା ପରେ ଜାତୀୟ ପଞ୍ଚାୟତିରାଜ ଦିବସକୁ ରାଜ୍ୟସ୍ତରରେ ୩୧୪ ବ୍ଲକ ଓ ପଞ୍ଚାୟତସ୍ତରରେ ଏହାକୁ ପାଳନ ଧୁମଧାମରେ କରାଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉତ୍ସାହ ଦେଖାଯାଇ ନାହିଁ। 

kandhamal

kandhamal Photograph: (Sambad )

ବାଲିଗୁଡ଼ା: ରାଜ୍ୟରେ ସରକାର ବଦଳିବା ପରେ ଜାତୀୟ ପଞ୍ଚାୟତିରାଜ ଦିବସକୁ ରାଜ୍ୟସ୍ତରରେ ୩୧୪ ବ୍ଲକ ଓ ପଞ୍ଚାୟତସ୍ତରରେ ଏହାକୁ ପାଳନ ଧୁମଧାମରେ କରାଯାଇଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ପକ୍ଷରୁ ସ୍ଥାନୀୟ ଟାଉନ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଆଶାନୁସାରେ ଉତ୍ସାହ ଦେଖାଯାଇ ନାହିଁ। 

କାର୍ଯ୍ୟକ୍ରମରେ ସ୍ଥାନୀୟ ଆଇଟିଡିଏ ପ୍ରକଲ୍ପ ପ୍ରଶାସକ କୃପା ସିନ୍ଧୁ ବେହେରା, ବିଡ଼ିଓ ଅକ୍ଷୟ ମଲ୍ଲିକ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ସିଡିପିଓ କ୍ରିଷ୍ଣା ପଣ୍ଡା, ଏବିଡ଼ିଓ ପ୍ରଦୀପ ବାଗ, ବ୍ଲକ ଓ ଏନଏସି ସାଂସଦ ପ୍ରତିନିଧି ଯୋଗ ଦେଇଥିବା ବେଳେ ପଞ୍ଚାୟତ ସମିତର ଅଧକ୍ଷା, ଉପାଧକ୍ଷା, ଜିଲ୍ଲା ପରିଷଦ ସଭ୍ୟସଭ୍ୟା କି କୌଣସି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ନା କୌଣସି ଲୋକ ପ୍ରତିନିଧିଙ୍କ ଉପସ୍ଥିତି ଦେଖିବାକୁ ମିଳିନଥିଲା। 

ସଭାର ମଧ୍ୟ ଭାଗରେ ମିଡ଼ିଆକିଆ ସରପଞ୍ଚ ଅଶୋକ ମଲ୍ଲିକ ଆସି ଥିବା ବେଳେ କୌଣସି ଲୋକ ପ୍ରତିନିଧି ନଥିବା ଓ ପଞ୍ଚାୟତସ୍ତରର ଲୋକ ସଭାରେ କମ ଥିବାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ସ୍ଥାନୀୟ ପ୍ରଶାସନର ପ୍ରସ୍ତୁତି ଠିକ ନଥିବା କହିଥିଲେ। କେବଳ ସଭାରେ  ଅଙ୍ଗନୱାଡ଼ି କର୍ମୀ, ମହିଳା ସ୍ଵଂୟସହାୟକ ଗ୍ରୁପ, ମିସନ ଶକ୍ତିଙ୍କ ସହ ବିଜ୍ଞାପିତ ଅଞ୍ଚଳର କିଛି ଲୋକ ରହିଥିବା ଦେଖିବାକୁ ମିଳିଥିଲା।

ଜାତୀୟ ପାଞ୍ଚୟତରାଜ ଦିବସ ସଭାସ୍ତଳରେ ହୋଇଥିବା ଟେଣ୍ଟ ୬୦୦ ଲୋକଙ୍କ ପାଇଁ ଆୟୋଜନ କରାଯାଇଥିବା ବେଳେ ତାହା ମଧ୍ୟରେ ଖରରେ ବସିବା ମଧ୍ୟ ସମ୍ଭବ ନଥିଲା ଖରାର ତାପରେ କିଛି ଲୋକ ମଧ୍ୟ ସଭାସତଳ ଛାଡ଼ି ଚାଲିଯାଇଥିଲେ। ସଭାରେ ଅଳ୍ପ ସଖ୍ୟକ ଲୋକ ଉପସ୍ଥିତିକୁ ନେଇ ବିଡିଓ ଅକ୍ଷଯ ମଲ୍ଲିକଙ୍କୁ ପଚାରିବାରୁ ସେ କହିଥିଲେ ୬୦୦ ଲୋକଙ୍କ ପାଇଁ ବ୍ୟବସ୍ଥା କରଯାଇଥିଲା କିନ୍ତୁ ଅଧିକାଂଶ ଚେୟାର ଖାଲି ପଡିବାକୁ ନେଇ ବିଡିଓ କିଛି କହିପାରିନଥିଲେ। ପୁରୀଠାରୁ ସିଧା ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗୀୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟ ସରକାରଙ୍କ ୫ଟି ବିଭାଗର ୬ଟି ପ୍ରସ୍ତାବକୁ ଘୋଷଣା କରିଥିଲେ।

Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe