ଜଳ ଯନ୍ତ୍ରଣା: ବିଶୁଦ୍ଧ ପାଣି ଟୋପାଏ ପାଇଁ ଡହଳ ବିକଳ ଗ୍ରାମବାସୀ

ଜାମପାଣି ଗ୍ରାମ ପାଇଁ ଚାପଲଠାରେ ଦୀର୍ଘ ଦିନରୁ ବସୁଧା ଟାଙ୍କି ନିର୍ମାଣ ହୋଇସାରିଛି। ମାତ୍ର ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ଗ୍ରାମରେ ଲମ୍ବା ଲମ୍ବା ପାଇପ ପଡି ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ବ ହେଲା ଅଧପନ୍ତରିଆ ପଡି ରହିଛି।

Water problem in Mayurbhanj

Water problem in Mayurbhanj Photograph: (Sambad.in )

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ହାତିଆ ଗ୍ରାମପଞ୍ଚାୟତର ଜାମପାଣି ଗ୍ରାମରେ ଜଳ ଯନ୍ତ୍ରଣା ଦେଖିବାକୁ ମିଳିଛି। ଏହି  ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ରାଇରଙ୍ଗପୁର ଜଳ ଯୋଗାଣ ଅଧୀନରେ ଥିବା ଜାମପାଣି ଗ୍ରାମ ପାଇଁ ଚାପଲଠାରେ ଦୀର୍ଘ ଦିନରୁ ବସୁଧା ଟାଙ୍କି ନିର୍ମାଣ ହୋଇସାରିଛି। ମାତ୍ର ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ଗ୍ରାମରେ ଲମ୍ବା ଲମ୍ବା ପାଇପ ପଡି ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ବ ହେଲା ଅଧପନ୍ତରିଆ ପଡି ରହିଛି। ଗ୍ରାମର ୮୦ରୁ ଅଧିକ ପରିବାର ସ୍କୁଲରେ ଥିବା ଏକ ନଳକୂପରୁ ପାଣି ନେଇ ବ୍ୟବହାର କରୁଛନ୍ତି। 

ଉକ୍ତ ଗ୍ରାମରେ ୩ଟି ନଳକୂପ ଥିବା ବେଳେ ସେଥିରୁ ଦୁଇଟି ଦୀର୍ଘଦିନ ହେଲା ଅଚଳ ଅଛି। ଗୋଟିଏ ନଳକୂପରୁ ପାନୀୟ ଜଳ ବ୍ୟବହାର କରୁଛନ୍ତି। ଗ୍ରାମବାସୀ ବାରମ୍ବାର ନଳକୂପ ମରାମତି ପାଇଁ ପଞ୍ଚାୟତ ଅଫିସ୍ ଠାରୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ସରକାର ଲୋକଙ୍କ ଜଳ କଷ୍ଟ ଦୂର କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଗ୍ରାମର ଶତାଧିକ ଲୋକେ ଭୋଗୁଛନ୍ତି ଜଳ ଦୁର୍ଦଶା। ପାଣି ପାଇବା ପାଇଁ ନଳକୂପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଇନ୍‌ରେ ରହୁଛନ୍ତି।  

ଶୁଦ୍ଧ ପାନୀୟ ଜଳ ଟୋପାଏ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଭାଗ କାହିଁକି ଦାୟିତ୍ୱ ହୀନତା ସାଜି ବସିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। କୋଟିକୋଟି ଟଙ୍କାର ବସୁଧା ଟାଙ୍କି କାହା ପାଇଁ ତାହା ବଡ ପ୍ରଶ୍ନ ଏବଂ ଯଦି ସାଧାରଣ ଲୋକଙ୍କ ପାଇଁ ହେଲେ କେବେ ମିଳିବ ବସୁଧାରୁ ପାଣି ତାହା ବଡ ପ୍ରଶ୍ନ ଏବଂ ଯଦି ଲୋକଙ୍କ ସ୍ୱାର୍ଥରେ ତେବେ କେବେ ମିଳିବ ବିଶୁଦ୍ଧ ପାନୀୟ ଜଳ ଏହା ମଧ୍ୟ ବଡ ପ୍ରଶ୍ନ? ତେଣୁ ଗ୍ରାମବାସୀ ନୂତନ ସରକାରଙ୍କୁ ଅନୁରୋଧ କରିଛନ୍ତି ଯଥା ଶୀଘ୍ର ଜଳ ଯାଗାଇ ଦିଆଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe