ଆପାର୍ଟମେଣ୍ଟରେ ପଶି କୁନିଝିଅ ଆଗରେ ମା’ଙ୍କୁ ଦୁଷ୍କର୍ମ କଲେ ୨ ଚୋର!

ଭୁ‌ବନେଶ୍ବରରେ ଏକ ଅଭବନୀୟ ଘଟଣା ଘଟିଛି। ଚୋରମାନେ  ସମ୍ପତ୍ତି ଲୁଟିବାକୁ ଆସି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଚର୍ଚ୍ଚା ହେଉଛି। ଦୁଇ ଜଣ ଚୋର ଭୁବନେଶ୍ବରରେ ସବୁଠି ସୁରକ୍ଷିତ କୁହାଯାଉଥ‌ିବା ଆପାର୍ଟମେଣ୍ଟରେ ଚୋରି କରିବାକୁ ଆସି ମହିଳାଙ୍କ ସହ ଦୁଷ୍କର୍ମ କରିଛନ୍ତି।

rape

ଭୁବନେଶ୍ବର: ରାଜଧାନୀ ଭୁ‌ବନେଶ୍ବରରେ ଏକ ଅଭବନୀୟ ଘଟଣା ଘଟିଛି। ଚୋରମାନେ  ସମ୍ପତ୍ତି ଲୁଟିବାକୁ ଆସି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଚର୍ଚ୍ଚା ହେଉଛି। ଦୁଇ ଜଣ ଚୋର ଭୁବନେଶ୍ବରରେ ସବୁଠି ସୁରକ୍ଷିତ କୁହାଯାଉଥ‌ିବା ଆପାର୍ଟମେଣ୍ଟରେ ଚୋରି କରିବାକୁ ଆସି ମହିଳାଙ୍କ ସହ ଦୁଷ୍କର୍ମ କରିଛନ୍ତି। ଏହି ଘଟଣା ସଂପର୍କରେ ଜାଣିଲେ ‌କୌଣସି ବ୍ୟକ୍ତିଙ୍କର ଛାତି ଥରି ଉଠିବ। ଭୁବନେଶ୍ବରର ଏକ ବ୍ୟସ୍ତବହୁଳ ଅଞ୍ଚଳରେ ଥ‌ିବା ଆପାର୍ଟମେଣ୍ଟରେ ଚୋରି କରିବାକୁ ପଶିଥିଲେ ଦୁଇ ଚୋର। ସୁଯୋଗ ଦେଖି ସେମାନେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ।

ଚର୍ଚ୍ଚା ହେଉଛି ଯେ, ରବିବାର ରାତି ପ୍ରାୟ ୨ଟାରେ ଭୁବନେଶ୍ବର ଯେତେବେଳେ ଶୁନଶାନ୍ ଥିଲା ସେହି ସମୟରେ ଚୋରମାନେ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ଥ‌ିବା ଗୋଟିଏ ଘରକୁ ଟାର୍ଗେଟ କରିଥିଲେ। ବାଲକୋନି କବାଟ ଖୋଲାଥିବାରୁ ସେମାନେ ଅତି ସହଜରେ ଘର ଭିତରକୁ ପଶିଥିଲେ। ଘରେ ଥ‌ିବା ଆଲମାରୀରେ ଖୋଜାଖୋଜି କରିଥିଲେ ଆଉ ଏତିକିବେଳେ ଘରେ ଥିଲେ ଜଣେ ବିବାହିତ ମହିଳା ଓ ତାଙ୍କର ୨ ବର୍ଷର କୁନି ଝିଆ ମହିଳା ଜଣଙ୍କ ଉଠିଥିବାରୁ ଚୋରଙ୍କ ସହ ହେଲା ମୁହାଁମୁହିଁ। ହାତରେ ଛୁରୀ ଧରିଥିବା ଚୋର ମହିଳାଙ୍କୁ ଧମକାଇବା ଆରମ୍ଭ କରିଥିଲେ। ଘରେ ରଖିଥ‌ିବା ସବୁ ସୁନା ଦେଇଦେବାକୁ ବାଧ୍ୟ କଲେ। ଚିତ୍କାର କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଘର ଯାକ ଖୋଜିଲେ, କିନ୍ତୁ କୌଣସି ଦାମୀ ଜିନିଷ ପାଇଲେ ନାହିଁ। ମହିଳା ଜଣକ ସୁନାର କାନ ଫୁଲ ପିନ୍ଧିଥ‌ିବାରୁ କାନ ଫୁଲ ଦେବାକୁ କହିଥିଲେ। କିନ୍ତୁ ଏତିକିରେ ସେମାନଙ୍କ ମନ ବୁଝିନଥୁଲା

ଅନ୍ୟ ଉପାୟ ନପାଇ ମହିଳା ଜଣକ ଝିଅ ହାତରେ ମୋବାଇଲଟିଏ ଧରାଇ ଦେଇଥିଲେ। ତାପରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଚୋର। ହାତରେ ଛୁରି ଧରିଥୁବାରୁ ପ୍ରତିବାଦ କଲେ କାଳେ ଝିଅକୁ ମାରିଦେବେ, ଏହି ଭୟରେ ଚୁପ ରହିଥିଲେ।

ଏଭଳି ସମ୍ବେଦନଶୀଳ ଘଟଣା କମିଶନରେଟ୍ ପୁଲିସ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ପୁଲିସ ଚୋରି ସହ ଦୁଷ୍କର୍ମ ମାମଲା ରୁଜୁ କରିଛି। ୨ ଚୋର ହିନ୍ଦୀରେ କଥା ହେଉଥ‌ିବାରୁ ରାଜ୍ୟ ବାହାରର ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe