ନାଚ ଦେଖୁଥିଲେ ପରିବାର, ବାରିପଟେ ଘର ଭିତରେ ପଶି ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନାରୁପା ଲୁଟିନେଲେ ଦୁର୍ବୃତ୍ତ

ଲଷ୍ମୀପୂଜା ଉପଲକ୍ଷେ ଦାଣ୍ଡଦୁଆରେ ପରିବାର ସମସ୍ତ ସଦସ୍ୟ ନାଚ ଦେଖୁଥିଲାବେଳେ ବାରିପଟେ ଦୁର୍ବୃତ୍ତମାନେ ଘର ଭିତରେ ପଶି କଳାକନା ବୁଲାଇଦେଲେ। ନଗଦ ଦେଢ଼ ଲକ୍ଷ ଟଙ୍କା ସହିତ ୨୦ ଲକ୍ଷ ଟଙ୍କାରୁ ଅଧିକ ସୁନା ରୁପା ଅଳଙ୍କାର ଲୁଟିନେଇଥିବା ଘଟଣା ଥାନାରେ ଅଭିଯୋଗ ହୋଇଛି।

Untitled-3

ଭାପୁର: ଲଷ୍ମୀପୂଜା ଉପଲକ୍ଷେ ଦାଣ୍ଡଦୁଆରେ ପରିବାର ସମସ୍ତ ସଦସ୍ୟ ନାଚ ଦେଖୁଥିଲାବେଳେ ବାରିପଟେ ଦୁର୍ବୃତ୍ତମାନେ ଘର ଭିତରେ ପଶି କଳାକନା ବୁଲାଇଦେଲେ। ନଗଦ ଦେଢ଼ ଲକ୍ଷ ଟଙ୍କା ସହିତ ୨୦ ଲକ୍ଷ ଟଙ୍କାରୁ ଅଧିକ ସୁନା ରୁପା ଅଳଙ୍କାର ଲୁଟିନେଇଥିବା ଘଟଣା ଥାନାରେ ଅଭିଯୋଗ ହୋଇଛି। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ବାଉଁଶବାଟୀ ପଞ୍ଚାୟତ ନଟବରପୁର ଗ୍ରାମରେ ଥିବା ଅରୁଣ କୁମାର ନାୟକଙ୍କ ଘରେ।

ଅଭିଯୋଗରୁ ଜଣାପଡିଛି ଯେ ଭାପୁର ବ୍ଳକ ବାଉଁଶବାଟୀ ପଞ୍ଚାୟତ ନଟବରପୁର ଗ୍ରାମର ବିକ୍ରମରେ ଗତକାଲି କୁମାର ପୂର୍ଣ୍ଣିମା ପର୍ବ ଉପଲକ୍ଷେ ଗ୍ରାମରେ ଲଷ୍ମୀପୂଜା ହେଉଥିଲା। ଏହି ପୂଜା ଉପଲକ୍ଷେ ଗ୍ରାମର ଯୁବକ ସଙ୍ଘ ତରଫରୁ ନାଟକ ଆୟୋଜିତ ହେଉଥିଲା। ଡ୍ରାମା ଦେଖିବାପାଇଁ ବିକ୍ରମ ନାୟକଙ୍କ ପରିବାର ସମସ୍ତ ସଦସ୍ୟ ଘର ବନ୍ଦକରି ଦାଣ୍ଡ ଦୁଆରେ ନାଚ ଦେଖୁଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ବାରିପଟେ ଘର ମଧ୍ୟରେ ପ୍ରବେଶ କରିଥିଲେ। ଦାଣ୍ଡଦୁଆର କବାଟ ଭିତରପଟୁ ବନ୍ଦକରି ନିର୍ଭୟରେ ଘରଭିତରେ ଥିବା ଆଲମିରା ଭାଙ୍ଗି ନଗଦ ଦେଢଢ଼ ଲକ୍ଷ ଟଙ୍କା ସହିତ ପାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ସୁନାରୂପା ଲୁଟିନେଇଥିଲେ। କିଛି ସମୟ ପରେ ବିକ୍ରମ ପରିଶ୍ରା କରିବାପାଇଁ ଘରକୁ ଆସି ଦେଖନ୍ତି ଘରର କବାଟ ଘର ଭିତରୁ  ଦିଆଯାଉଛି। ସେ ବାରିପଟେ ବୁଲିକରି ଦେଖନ୍ତି ଘରର ସମସ୍ତ ବଖରା ଖୋଲାଥିବା ସହିତ ଗଦରେଜ ଆଲମିରା ଖୋଲାମେଲାରେ ଲୁଗାପଟା ବିଛାଡିହୋଇ ପଡିଛି। 

ଭାପୁର ବ୍ଳକ ବାଉଁଶବାଟୀ ପଞ୍ଚାୟତ ନଟବରପୁର ଗ୍ରାମର ବିକ୍ରମରେ ଗତକାଲି କୁମାର ପୂର୍ଣ୍ଣିମା ପର୍ବ ଉପଲକ୍ଷେ ଗ୍ରାମରେ ଲଷ୍ମୀପୂଜା ହେଉଥିଲା। ଏହି ପୂଜା ଉପଲକ୍ଷେ ଗ୍ରାମର ଯୁବକ ସଙ୍ଘ ତରଫରୁ ନାଟକ ଆୟୋଜିତ ହେଉଥିଲା। ଡ୍ରାମା ଦେଖିବାପାଇଁ ବିକ୍ରମ ନାୟକଙ୍କ ପରିବାର ସମସ୍ତ ସଦସ୍ୟ ଘର ବନ୍ଦକରି ଦାଣ୍ଡ ଦୁଆରେ ନାଚ ଦେଖୁଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ବାରିପଟେ ଘର ମଧ୍ୟରେ ପ୍ରବେଶ କରିଥିଲେ। ଦାଣ୍ଡଦୁଆର କବାଟ ଭିତରପଟୁ ବନ୍ଦକରି ନିର୍ଭୟରେ ଘରଭିତରେ ଥିବା ଆଲମିରା ଭାଙ୍ଗି ନଗଦ ଦେଢଢ଼ ଲକ୍ଷ ଟଙ୍କା ସହିତ ପାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ସୁନାରୂପା ଲୁଟିନେଇଥିଲେ। କିଛି ସମୟ ପରେ ବିକ୍ରମ ପରିଶ୍ରା କରିବାପାଇଁ ଘରକୁ ଆସି ଦେଖନ୍ତି ଘରର କବାଟ ଘର ଭିତରୁ  ଦିଆଯାଉଛି। ସେ ବାରିପଟେ ବୁଲିକରି ଦେଖନ୍ତି ଘରର ସମସ୍ତ ବଖରା ଖୋଲାଥିବା ସହିତ ଗଦରେଜ ଆଲମିରା ଖୋଲାମେଲାରେ ଲୁଗାପଟା ବିଛାଡିହୋଇ ପଡିଛି। ଏହି ଘଟଣା ଦେଖି ଦୁଆରେ ନାଚ ଦେଖୁଥିବା ବୋହୂମାନଙ୍କୁ ଏଭଳି ଘଟଣା କହିଥିଲେ। ବୋହୂମାନେ ଆସି ଦେଖନ୍ତି ଚୋରମାନେ ସର୍ବସ୍ବ ଲୁଟିନେଇଛନ୍ତି।

 ଏହି ଘଟଣା ଦେଖି ଦୁଆରେ ନାଚ ଦେଖୁଥିବା ବୋହୂମାନଙ୍କୁ ଏଭଳି ଘଟଣା କହିଥିଲେ। ବୋହୂମାନେ ଆସି ଦେଖନ୍ତି ଚୋରମାନେ ସର୍ବସ୍ବ ଲୁଟିନେଇଛନ୍ତି। ଏହି ଘଟଣାକୁ ନେଇ ବିକ୍ରମଙ୍କ ପୁଅ ଅରୁଣ ନାୟକ ଫତେଗଡ଼ ଥାନାରେ ଏନେଇ ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗକକୁ ଭିତ୍ତିକରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe