ଟାଙ୍ଗିଆ ଦେଖାଇ ଭାଇଭଉଣୀଙ୍କ ଠାରୁ ୭ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଲେ ଲୁଟେରା

Advertisment

ବଲାଙ୍ଗୀର ଜିଲ୍ଲା ମୁରିବାହାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସେଠି ପୁଲିସକୁ ନାହିଁ ଅପରାଧୀଙ୍କ ଭୟ। ସ୍ପଷ୍ଟ ଦିବାଲୋକରେ ଭାଇଭଉଣୀଙ୍କ ଠାରୁ ୭ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଲେ ଲୁଟେରା। ଲୁଟର ଶିକାର ହୋଇଛନ୍ତି ଭାଇ ଲଳିତ ଗହୀର ଓ ଭଉଣୀ ହିମାନି ଗହୀର। 

ବଲାଙ୍ଗୀର ଜିଲ୍ଲା ମୁରିବାହାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସେଠି ପୁଲିସକୁ ନାହିଁ ଅପରାଧୀଙ୍କ ଭୟ। ସ୍ପଷ୍ଟ ଦିବାଲୋକରେ ଭାଇଭଉଣୀଙ୍କ ଠାରୁ ୭ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଲେ ଲୁଟେରା। ଲୁଟର ଶିକାର ହୋଇଛନ୍ତି ଭାଇ ଲଳିତ ଗହୀର ଓ ଭଉଣୀ ହିମାନି ଗହୀର। 

35863c48-a7d8-4017-8d43-1d03d43b20f7

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ମୁରିବାହାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସେଠି ପୁଲିସକୁ ନାହିଁ ଅପରାଧୀଙ୍କ ଭୟ। ସ୍ପଷ୍ଟ ଦିବାଲୋକରେ ଟାଙ୍ଗିଆ ଦେଖାଇ ଲୁଟ୍ ହୋଇଥିବାର ଅଭିଯୋଗ ଆସିଛି। ଭାଇଭଉଣୀଙ୍କ ଠାରୁ ୭ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଲେ ଲୁଟେରା। ଲୁଟର ଶିକାର ହୋଇଛନ୍ତି ଭାଇ ଲଳିତ ଗହୀର ଓ ଭଉଣୀ ହିମାନି ଗହୀର। 

ପଟାମରା ଗାଁରୁ ହଳଦୀ ଗାଁରେ ଥିବା ନିଜ କିୟୋସ ଵ୍ୟାଙ୍କକୁ ଲଳିତ ଗହୀର ଓ ହିମାନି ଗହୀର ଯାଉଥିବା ବେଳେ ରାସ୍ତାରେ ଟାଙ୍ଗିଆ ଦେଖାଇ ଟଙ୍କା ୭ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଲେ ଲୁଟେରା।

752-92c0-a9d02a18be04

ସୂଚନା ଅନୁଯାୟୀ, ପଟାମରା ଗାଁରୁ ହଳଦୀ ଗାଁରେ ଥିବା ନିଜ କିୟୋସ ଵ୍ୟାଙ୍କକୁ ଲଳିତ ଗହୀର ଓ ହିମାନି ଗହୀର ଯାଉଥିବା ବେଳେ ରାସ୍ତାରେ ଟାଙ୍ଗିଆ ଦେଖାଇ ଟଙ୍କା ଲୁଟିନେଇଛନ୍ତି ଲୁଟେରା।  

ହଳଦୀ ପଞ୍ଚାୟତ ପଟାମରା ଗ୍ରାମର ଲଳିତ ଗହୀର ଓ ତାଙ୍କ ଭଉଣୀ ସକାଳୁ ସମସ୍ତ ପଇସାପତ୍ର ଆଦି ସହ ନିଜ ହିରୋହୋଣ୍ଡା ପାସନ୍ ପ୍ରୋ ବାଇକ ଓଆର୍ ୦୩ ଏଏଚ ୯୧୧୪ଯୋଗେ ହଳଦୀ ବଜାର ଛକକୁ ଆସୁଥିଲେ। ପଟାମରା ରୁ ହଳଦୀ ମଝିରେ ଥିବା ଏକ ନିଛାଟିଆ ସ୍ଥାନରେ ସ୍କୁଟିରେ ଥିବା ୩ଜଣ ଦୁର୍ବୃତ୍ତ ହଠାତ୍ ଲଳିତ ଓ ତାଙ୍କ ଭଉଣୀଙ୍କ ବାଇକକୁ ଧକ୍କା ଦେଇଥିଲେ। ସେମାନେ ଧରିଥିବା ଏକ ଟାଙ୍ଗିଆରେ ଆକ୍ରମଣ କରିବାକୁ ଉଦ୍ୟମ କରିବା ସହ ଟଙ୍କା ଧରିଥିବା ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଟଙ୍କା ବ୍ୟାଗକୁ ଜୋର୍ କରି  ଛଡାଇନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବ୍ୟାଗରେ ନଗଦ ୭ଲକ୍ଷ ୩୦ହଜାର ୨ଶହ ଟଙ୍କା,ଏକ ଲାପଟପ,୧୫ଟି ଏଟିଏମ,ବହୁ ବ୍ୟାଙ୍କ୍ ପାସବୁକ୍ ଥିବା ଜଣାପଡିଛି। ଖବର ପାଇ ତୁରନ୍ତ ମୁରିବାହାଲ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe