ଅଦା ବୋଝେଇ ଟ୍ରକ୍‌ରୁ ଲୁଟ୍‌ ଉଦ୍ୟମ ବିଫଳ: ବନ୍ଧା ହେଲେ ୪ ଅଭିଯୁକ୍ତ

ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୪୫ରେ ଏକ ଅଦା ବୋଝେଇ ଭ୍ୟାନ୍‌ (ଓଡି ୦୫ ବିଏଲ୍‌ ୭୭୦୬) ସିମିଳିଗୁଡ଼ା ଅଭିମୁଖେ ଯାଉଥିବା ସମୟରେ ଏକ ନାଲି ରଙ୍ଗର କାର ଯୋଗେ ୪ ଜଣ ଦୁର୍ବୃତ୍ତ ପହଞ୍ଚି ଥିଲେ।

New Project (37)

ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ପୁଲିସକୁ ଏକ ବଡ଼ ସଫଳ ମିଳିଛି। ଚାରି ଅଜଣ ନକଲି ପୁଲିସଙ୍କର ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। ପୁଲିସ ପରିଚୟ ଦେଇ ଏକ ଅଦା ବୋଝେଇ ଆଇଚର ଭ୍ୟାନ୍‌କୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିବା ବେଳେ ପୁଲିସ ହାତରେ ଧରାପଡିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ମଣ୍ଡୁ ପୁରିଆ, ବିଜୟ ଟାକ୍ରି, ଶୁଭକାନ୍ତ ନାୟକ ଓ ରାମ କୁଲଦୀପ।

ପଟ୍ଟାଙ୍ଗି ଆଇଆଇସି ପ୍ରଭାତ ବେହେରାଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୪୫ରେ ଏକ ଅଦା ବୋଝେଇ ଭ୍ୟାନ୍‌ (ଓଡି ୦୫ ବିଏଲ୍‌ ୭୭୦୬) ସିମିଳିଗୁଡ଼ା ଅଭିମୁଖେ ଯାଉଥିବା ସମୟରେ ଏକ ନାଲି ରଙ୍ଗର କାର ଯୋଗେ ୪ ଜଣ ଦୁର୍ବୃତ୍ତ ପହଞ୍ଚି ଥିଲେ। ପୁରିଆଖୁଡି ଗ୍ରାମର ମଣ୍ଡୁ ପୁରିଆ, ଦାମନଯୋଡି କଳାହାଣ୍ଡି କଲୋନିର ବିଜୟ ଟାକ୍ରି, ସିମିଳିଗୁଡ଼ା ଗ୍ରାମର ଶୁଭକାନ୍ତ ନାୟକ ଓ ସିମିଳିଗୁଡ଼ା ଗ୍ରାମର ରାମ କୁଲଦୀପ ଡ୍ରାଇଭରକୁ ପୁଲିସ ପରିଚୟ ଦେଇ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଭାରତମାଳା ରାସ୍ତାକୁ ଭ୍ୟାନ୍‌ଟିକୁ ନେବା ସହିତ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ। ତାଙ୍କ ଠାରୁ ନଗଦ ୮ ହଜାର ଟଙ୍କା ନେଇ ଅଧିକ ଟଙ୍କା ପାଇଁ ମାଲିକଙ୍କୁ ଫୋନ ଯୋଗେ ମୁଲଚାଳ କରୁଥିଲେ।

ଏହି ସମୟରେ ଉକ୍ତ ରାସ୍ତା ଦେଇ ପଟ୍ଟାଙ୍ଗି ପୁଲିସ ଗାଡ଼ି ପାଟ୍ରୋଲିଂ ପାଇଁ ଯାଉଥିବା ସମୟରେ ପୁଲିସ ଗାଡ଼ିକୁ ଦେଖି ଦୁର୍ବୃତ୍ତମାନେ ଦୌଡ଼ିଥିଲେ। ଏହା‌ ଦେଖି ପୁଲିସର ସନ୍ଦେହଜାତ ହୋଇଥିଲା। ଦୁର୍ବୃତ୍ତମାନଙ୍କୁ ପୁଲିସ ଗୋଡାଇଗୋଡାଇ ଧରିଥିଲା। ତଦନ୍ତ ପରେ ସମସ୍ତ ବିଷୟ ଡ୍ରାଇଭର ଠାରୁ ଜାଣିବାକୁ ପାଇଥିଲା। ତାଙ୍କୁ କାବୁକରି ପଟ୍ଟାଙ୍ଗି ଥାନାକୁ ଆଣିଥିଲା ଓ ସେମାନଙ୍କ ଠାରୁ ୬ ଗୋଟି ମୋବାଇଲ ଫୋନ, ନଗଦ ୮ହଜାର ଟଙ୍କା, ଗୋଟିଏ ପିସ୍ତଲ ଗୋଟିଏ କାର ଜବତ କରିଥିବା ଆଇଆଇସି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଆଜି ୪ ଜଣ ଦୁର୍ବୁତ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ରିପୋର୍ଟ: ପଟ୍ଟାଙ୍ଗିରୁ ପ୍ରଶାନ୍ତ

 Koraput 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe