ତେଜରାତି ଦୋକାନରୁ ଚୋରି ପରେ ନିଆଁ ଲଗାଇଲେ ଦୁର୍ବୃତ୍ତ

Advertisment

ସିଙ୍ଗାଖୁଣ୍ଟା ବଜାରରେ ଥୁବା ଏକ ତେଜରାତି ଦୋକାନରୁ ଚୋରି କରିବା ପରେ ଦୋକାନରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ। ମାରଣାସ୍ତ୍ର ଦେଖାଇ  ୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ଦୁର୍ବୃତ୍ତମାନେ ତାଙ୍କ ଦୋକାନରେ ନିଆଁ ଲଗାଇଥିବା ଉପେନ୍ଦ୍ର ସନ୍ଦେହ କରୁଛନ୍ତି।

ସିଙ୍ଗାଖୁଣ୍ଟା ବଜାରରେ ଥୁବା ଏକ ତେଜରାତି ଦୋକାନରୁ ଚୋରି କରିବା ପରେ ଦୋକାନରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ। ମାରଣାସ୍ତ୍ର ଦେଖାଇ  ୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ଦୁର୍ବୃତ୍ତମାନେ ତାଙ୍କ ଦୋକାନରେ ନିଆଁ ଲଗାଇଥିବା ଉପେନ୍ଦ୍ର ସନ୍ଦେହ କରୁଛନ୍ତି।

୍ତି

ସୋର: ସିଙ୍ଗାଖୁଣ୍ଟା ବଜାରରେ ଥୁବା ଏକ ତେଜରାତି ଦୋକାନରୁ ଚୋରି କରିବା ପରେ ଦୋକାନରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ। ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡ଼ିହା ଗ୍ରାମର  ଉପେନ୍ଦ୍ର ଦୀକ୍ଷିତ ଦୀର୍ଘଦିନ ଧରି ଏହି ବଜାରରେ ଏକ ବଡ଼ ତେଜରାତି ଓ ଭେରାଇଟି ଷ୍ଟୋର କରିଛନ୍ତି। ପ୍ରତିଦିନ ଭଳି ଗତକାଲି ଦୋକାନ ବନ୍ଦ ଘରକୁ ଯାଇଥିଲେ। ମାତ୍ର ବିଳମ୍ବିତ ରାତିରେ ଚୋରମାନେ ଦୋକାନରେ ପଶି ଚୋରି କରିବାକୁ ଉଦ୍ୟମ କରି ଦୋକାନର ସଟରକୁ ଗ୍ୟାସ କଟରରେ କାଟିଥିଲେ। ଏହି ସମୟରେ ଦୋକାନରୁ ଚୋରି କରିବା ସହିତ ନିଆଁ ଲଗାଇଦେଇଥିଲେ।

୪ ଦିନ ତଳେ ଉପେନ୍ଦ୍ର ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ ୨ ଟି ବାଇକରେ ୪ ଜଣ ଯୁବକ ତାଙ୍କୁ ମାରଣାସ୍ତ୍ର ଦେଖାଇ  ୫ ହଜାର ଟଙ୍କା ଓ ମୋବାଇଲ ନେଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ରାଗରେ ଦୁର୍ବୃତ୍ତମାନେ ତାଙ୍କ ଦୋକାନରେ ନିଆଁ ଲଗାଇଥିବା ଉପେନ୍ଦ୍ର ସନ୍ଦେହ କରୁଛନ୍ତି।

ସ୍ଥାନୀୟ ଲୋକେ ଜାଣିପାରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ଗୋଟିଏ ଦମକଳ ଗାଡି  ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ଦୋକାନଟି ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଇଥିଲା। ଏଥିରେ ୧ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି।

ପ୍ରକାଶ ଥାଉକି ଗତ ୪ ଦିନ ତଳେ ଉପେନ୍ଦ୍ର ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ ୨ ଟି ବାଇକରେ ୪ ଜଣ ଯୁବକ ତାଙ୍କୁ ମାରଣାସ୍ତ୍ର ଦେଖାଇ  ୫ ହଜାର ଟଙ୍କା ଓ ମୋବାଇଲ ନେଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ରାଗରେ ଦୁର୍ବୃତ୍ତମାନେ ତାଙ୍କ ଦୋକାନରେ ନିଆଁ ଲଗାଇଥିବା ଉପେନ୍ଦ୍ର ସନ୍ଦେହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe