loot from house of sarpanch Photograph: (sambad.in)
ବୈଶିଙ୍ଗା: ମାତ୍ର କେଇ ଦିନର ବ୍ୟବଧାନ ଭିତରେ ପୁଣି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଇଲାକାରୁ ଏକ ବଡ଼ ଧରଣର ଲୁଟ l ସରପଞ୍ଚଙ୍କ ଘର ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର l ଲୁଟେରାଙ୍କୁ ସୁହାଉଛି ବୈଶିଙ୍ଗା ଥାନା ଅଞ୍ଚଳ l ମାତ୍ର କେଇ ଦିନର ବ୍ୟବଧାନ ମଧ୍ୟରେ ଘଟିଲାଣି ଏକାଧିକ ବଡ଼ ଧରଣର ଲୁଟ l ହେଲେ ଆଜି ଵି ଲୁଟେରାଙ୍କ ସୁରାକ ପାଉନି ପୁଲିସ ପ୍ରଶାସନ l ସ୍ଥାନୀୟ ପୁଲିସର ତଦନ୍ତ ସହିତ ଜିଲ୍ଲା ମୁଖ୍ୟାଳୟରୁ ଆସୁଛି ସାଇଣ୍ଟିଫିକ ଟିମ ସହିତ ସନ୍ଧାନୀ କୁକୁର, ତଥାପି ପୁଲିସ ହାତ ଫାଙ୍କା l
ଗତକାଲି ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ପାଟୁଳିପୁରା ସରପଞ୍ଚଙ୍କ ଘରୁ ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାରୂପା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା l ସୂଚନା ଅନୁଯାୟୀ, ବେତନଟୀ ବ୍ଲକ ପାଟୁଳିପୁରା ପଞ୍ଚାୟତର ସରପଞ୍ଚ ମମତା ନାଏକ ତାଙ୍କ ସ୍ୱାମୀ ସଞ୍ଜୟ ଜେନାଙ୍କ ସହିତ ବୈଶିଙ୍ଗା-ମାଣତ୍ରୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଏକ ଭଡା ଘରେ ଦୀର୍ଘଦିନ ଧରି ରହି ଆସୁଛନ୍ତି l ଗତକାଲି ସନ୍ଧ୍ୟା ସମୟରେ ରହୁଥିବା ଭଡା ଘରେ ତାଲା ମାରି ନିଜ ସ୍ୱାମୀ ସଞ୍ଜୟଙ୍କ ସହିତ ମମତା କୌଣସି କାମରେ ଗାଁ ଭିତରକୁ ଯାଇଥିଲେ l ହେଲେ ଗାଁରୁ ଫେରି ଘର ମୁଖ୍ୟ ଫାଟକ ଖୋଲି ଭିତରକୁ ଯାଇ ଦେଖିବାକୁ ପାଇଥିଲେ କି ଘରର କବାଟ ତାଲା ଭଙ୍ଗାଯିବା ସହିତ ଶୋଇବା ଘରେ ଥିବା ଗଡରେଜ ଓ ଏକ ଟିଣ ବାକ୍ସ ତାଲା ଭଙ୍ଗାଯାଇ ଆସବପତ୍ର ଖିନଭିନ ହୋଇ ପଡିବା ସହିତ ଗହଣା ବାକ୍ସ ଓ ପ୍ୟାକେଟ ସବୁ ଖୋଲା ହୋଇ ବାହାରେ ପଲଙ୍କରେ ପଡିଛି l ମାତ୍ର ପ୍ୟାକେଟ ଆଉ ବାକ୍ସ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ସବୁ ଲୁଟ କରିନେଇଛନ୍ତି ଦୁର୍ବୃତ୍ତ l
ଆହୁରି ପଢ଼ନ୍ତୁ Lady Forester Demands Bribe ଖୋଲାଖୋଲି ଲାଞ୍ଚ ମାଗିଲେ ମହିଳା ଫରେଷ୍ଟର, ଟ୍ରାକ୍ଟର ଅଟକାଇଲେ
ମାମଲା ରୁଜୁ କରି ପୁଲିସର ତଦନ୍ତ
ଏନେଇ ବୈଶିଙ୍ଗା ପୁଲିସକୁ ଖବର ଦେବା ପରେ ପୁଲିସ ୩୧ନଂ ରେ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ଏବଂ ଜିଲ୍ଲା ମୁଖ୍ୟାଳୟରୁ ସନ୍ଧାନୀ କୁକୁର ସହିତ ଏକ ଟିମ ଆସି ମଧ୍ୟ ଘଟଣା ସ୍ଥଳରେ ତଦନ୍ତ କରି ଫେରିଯାଇଛନ୍ତି l ହେଲେ ସବୁଥର ଭଳିଆ ଏଥର ଵି ସନ୍ଧାନୀ କୁକୁର ଘର ଠାରୁ ଅଳ୍ପଦୁର ବୁଢ଼ାବଳଙ୍ଗ ନଦୀ ପର୍ଯ୍ୟନ୍ତ ଯାଇ ଫେରି ଆସିଥିଲା l
ସୂଚନା ଯୋଗ୍ୟ କି ଏହି ଥାନା ଇଲାକାରୁ ଏଇ କିଛିଦିନ ଭିତରେ ସମାନ ଢଙ୍ଗରେ ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ନଗଦ ଟଙ୍କା ମଧ୍ୟ ଲୁଟ ହୋଇ ଯାଇଛି l ମାତ୍ର ୧୦ଦିନ ପୁର୍ବରୁ ଉକ୍ତ ଥାନା ଅଧୀନ ଦୁର୍ଗାପୁର ଗ୍ରାମର ଜନୈକ ଶିକ୍ଷକ ବସନ୍ତ ସେନାପତି ନିଜ ଶ୍ୱଶୁର ଘରକୁ ଯାଇଥିବା ବେଳେ ବିଳମ୍ବିତ ରାତିରେ ଘର ତାଲା ଭାଙ୍ଗି ସର୍ବସ୍ବ ଲୁଟିନେଇଥିଲେ ଦୁର୍ବୃତ୍ତl ଆନୁମାନିକ ୫୦ଲକ୍ଷରୁ ଅଧିକ ସୁନା ରୁପା ଅଳଙ୍କାର ସମେତ ଆସବାପାତ୍ର ଓ ନଗଦ ୧୭ହଜାର ଟଙ୍କା ଲୁଟି ନେଇଥିଲେ l ସେହିଭଳି ଆଉ କିଛି ଦିନ ପୂର୍ବରୁ କଳମା ଅଞ୍ଚଳର ସୁଦର୍ଶନ ମହାଳିକଙ୍କ ପରିବାର ବର୍ଗ ଘରେ ତାଲା ଲଗେଇ ଡାକ୍ତରଖାନା ଯାଇଥିବା ବେଳେ ଘର ତାଲା ଭାଙ୍ଗି ଲୁଟିନେଇଥିଲେ ଦୁର୍ବୁତ୍ତ l ହେଲେ ସବୁ ମାମଲାର ପୁଲିସ ହାତ ଏବେବି ଖାଲି l ଯାହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ଝାଡିଛନ୍ତି l
Follow Us