ଗୁଳି-ବୋମା ଫୁଟାଇ ସୁନା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନରୁ ଆଜି ମଧ୍ୟାହ୍ନରେ ଲୁଟେରାମାନେ ଆସି ଦୋକାନରୁ ସର୍ବସ୍ବ ଲୁଟି ଥିବା ଜଣାପଡ଼ିଛି। ୪ଟି ପଲସରରେ ୮ ଜଣ ଦୁର୍ବୃତ୍ତ ଗୁଳି ଓ ବୋମା ଫୁଟାଇ ଭୟଭୀତ ଦୋକାନରେ ଥିବା କର୍ମଚାରୀଙ୍କୁ ଭୟଭୀତ କରିଥିଲେ।

loot

ଜଂକିଆ: ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନରୁ ଆଜି ମଧ୍ୟାହ୍ନରେ ଲୁଟେରାମାନେ ଆସି ଦୋକାନରୁ ସର୍ବସ୍ବ ଲୁଟି ଥିବା ଜଣାପଡ଼ିଛି। ୪ଟି ପଲସରରେ ୮ ଜଣ ଦୁର୍ବୃତ୍ତ ଗୁଳି ଓ ବୋମା ଫୁଟାଇ ଭୟଭୀତ ଦୋକାନରେ ଥିବା କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ପରେ ଦୋକାନରେ ଥିବା ସମସ୍ତ ସୁନା ଅଳଙ୍କାର ଲୁଟ୍‌ ନେଇଥିବା ସୂଚନା ମିଳିଛି। 

ଏହି ସମୟରେ ଦୋକାନରେ ନିକଟସ୍ଥ ସରପାରୀ ଗ୍ରାମର ରାଜା ପ୍ରଧାନ ନାମକ ଜଣେ ଯୁବକ ଦୋକାନରେ ଥିବାବେଳେ ଲୁଟେରାମାନେ ତାଙ୍କ ଦେହକୁ ଏକ ଗୁଳି ମାରିଥିବାରୁ ସେ ଗୁରୁତର ଆହତ ହୋଇ ପଡିଥିବାର ଜଣାପଡିଛି। ପରେ ଲୁଟେରାମାନେ ଦୋକାନ ବାହାରେ ଏକାଧିକ ବୋମା ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ସୂଚନା ପାଇ ଘଟଣାସ୍ଥଳରେ ଜଙ୍କିଆ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରଖିଛନ୍ତି। ଡକାୟତମାନେ ସମ୍ପୂର୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହି ଡକାୟତି କରିଥିବା ଆଲୋଚନା ହେଉଛି।

Khordha

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe