Loot at Kuchinda Photograph: (sambad.in)
କୁଚିଣ୍ଡା: ଭୁଜାଲିରେ ହାଣି ଓ ବନ୍ଧୁକମୁନରେ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା। ବୁଧବାର-ଗୁରୁବାର ରାତିରେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଧୀନ ଗୁଣ୍ଡିଚାମନ୍ଦିର ନିକଟସ୍ଥ ଦିନେଶ ଖେଣ୍ଡେଲୱାଲଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି।
/sambad/media/media_files/2025/03/27/kuchinda-loot-615942.jpg)
ଦୁର୍ବୃତ୍ତମାନେ ବୁଧବାର-ଗୁରୁବାର ରାତିରେ ଦିନେଶ ଖେଣ୍ଡେଲୱାଲଙ୍କ ଘରେ ପଶିଥିଲେ। ସେମାନେ ପରିବାରର ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପରେ ପରିବାର ଲୋକଙ୍କୁ ଶାଢ଼ି ଓ ଚୂନରୀରେ ବାନ୍ଧି ଦେଇଥିଲେ।
ସୂଚନା ଅନୁସାରେ ଦୁର୍ବୃତ୍ତମାନେ ବୁଧବାର-ଗୁରୁବାର ରାତିରେ ଦିନେଶ ଖେଣ୍ଡେଲୱାଲଙ୍କ ଘରେ ପଶିଥିଲେ। ସେମାନେ ପରିବାରର ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପରେ ପରିବାର ଲୋକଙ୍କୁ ଶାଢ଼ି ଓ ଚୂନରୀରେ ବାନ୍ଧି ଦେଇଥିଲେ। ଏଥି ସହ ଦୁଇପୁଅଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଲକ୍ଷଧିକ ଟଙ୍କା ଓ ସୁନା ଗହଣା ଲୁଟିନେଇଥିଲେ। ଘଟଣାସ୍ଥଳରେ ଗୋବିନ୍ଦପୁର ପୁଲିସ ସହ ସାଇଣ୍ଟିଫିକ ଟିମ୍ର ତନାଘନା। ସମସ୍ତେ ହିନ୍ଦୀରେ କଥାବାର୍ତ୍ତା ହେଉଥିବା ବେଳେ ସିସିଟିଭି ହାର୍ଡ ଡିସ୍କ ନେଇଗଲେ।
ଲୁଟ୍ର ଶିକାର ହୋଇଥିବା ଦିନେଶ ଖଣ୍ଡେଲୱାଲଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେଲା ପରେ ପୁଲିସ ଆଜି ଘଟଣାସ୍ଥଳରେ ପହଞ୍ଚି ଥିଲା। ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲା। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
Sambalpur
Follow Us