ରାଉରକେଲା: ନାଗାଲାଣ୍ଡ, ସିକିମ୍ର ଲଟେରି କିନ୍ତୁ ବିକ୍ରି ହେଉଥିଲା ରାଉରକେଲାରେ। ସମ୍ପୂର୍ଣ୍ଣ ପୁଲିସ ଜିଲ୍ଲା ଅଧୀନରେ ଚାଲିଥିଲା କାରବାର। ଛୋଟ ଛୋଟ ଦୋକାନ ସହ ଏହାଧିକ ସ୍ଥାନରେ ଟେବୁଲ ପକାଇ ଚାଲିଥିଲା ବେପାର। ଅଫର ଥିଲା ୬ ଟଙ୍କାରେ ଲଟେରି ଟିକଟ୍ କିଣନ୍ତୁ, ଲକ୍ଷପତି ହୁଅନ୍ତୁ। ସ୍ମାର୍ଟସିଟି ରାଉରକେଲାରେ ବର୍ଷବର୍ଷ ଧରି ଚାଲିଥିବା ଏହି ଅନ୍ତଃରାଜ୍ୟ ଲଟେରି ରାକେଟ୍କୁ ଠାବ କରିଛି ରାଉରକେଲା ପୁଲିସ।
ନଗଦ ୨୫ ଲକ୍ଷ ୩୭ ହଜାର ୨୬୦ ଟଙ୍କା ଜବତ
ରାକେଟ୍ର କିଙ୍ଗ୍ପିନ୍ ବିହାର ରୋହତାସ୍ ଜିଲ୍ଲାର ମୂଳନିବାସୀ ତଥା ରାଉରକେଲା ମେନ୍ରୋଡ୍ ଅଞ୍ଚଳରେ ରହୁଥିବା ସଞ୍ଜୟ ସାହୁ(୫୧)କୁ ଗିରଫ କରିଛି ପୁଲିସ। ତା’ର ୩ ଜଣ ସହଯୋଗୀ ପଶ୍ଚିମବଙ୍ଗ ଖୀରପାଇ ମୂଳନିବାସୀ ତଥା ସେକ୍ଟର-୧୬ ଅଞ୍ଚଳର ରଜେଶ କୁଣ୍ଡୁ(୫୦), କଟକ ରାଣୀଗୋଲା ମୂଳନିବାସୀ ତଥା ସେକ୍ଟର-୨ ଅଞ୍ଚଳର ଟୁକୁନା ମଲ୍ଲିକ(୪୮) ଓ ଝିରପାଣି ଅଞ୍ଚଳର ଉତ୍ତମ ଘୋଷ(୬୬)ଙ୍କୁ ମଧ୍ୟ ଗିରଫ କରାଯାଇଛି। ଉତ୍ତମ ସଞ୍ଜୟର ସହଯୋଗୀ ହୋଇଥିବାବେଳେ ଅନ୍ୟ ୨ ଜଣ ହେଉଛନ୍ତି ଏଜେଣ୍ଟ। ସେମାନଙ୍କ ଠାରୁ ନଗଦ ୨୫ ଲକ୍ଷ ୩୭ ହଜାର ୨୬୦ ଟଙ୍କା, ୮ ମୋବାଇଲ୍, ୫ଟି ଖାତା, ଗୋଟିଏ କମ୍ପ୍ୟୁଟର ଓ ଗୋଟିଏ ପ୍ରିଣ୍ଟର ଜବତ କରାଯାଇଛି। ସମସ୍ତଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ଏନେଇ ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Vigilance Raid Ranger ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭଜିଲାନ୍ସ ଚଢ଼ାଉ
ସୂଚନାନୁଯାୟୀ, ସଞ୍ଜୟ ସାହୁ ଓ ଉତ୍ତମ ବର୍ଷବର୍ଷ ହେଲା ରାଉରକେଲାରେ ଟେବୁଲ ପକାଇ ଲଟେରି ଟିକଟ କାରବାର ଆରମ୍ଭ କରିଥିଲେ। ରାଉରକେଲାରେ ନେଟ୍ୱର୍କ ବିସ୍ତାର କରିବାକୁ ରଖିଥିଲେ ୬୦ ଜଣ ଏଜେଣ୍ଟ। ଦିନକୁ ଜଣେ ଏଜେଣ୍ଟ ପ୍ରାୟ ୨୮ ହଜାର ଟଙ୍କାର ବେପାର କରୁଥିଲେ। ଅର୍ଥାତ୍ ସଞ୍ଜୟ ଓ ଉତ୍ତମ ଦିନକୁ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ କରୁଥିଲେ। ପ୍ରାୟ ୮ ବର୍ଷ ଭିତରେ ଦିନକୁ ୧୦ ଲକ୍ଷ ଅର୍ଥାତ୍ ହିସାବରେ ପ୍ରାୟ ୨୦୦ କୋଟିରୁ ଅଧିକ ଟଙ୍କାର ଠକେଇ କେବଳ ରାଉରକେଲାରେ ହୋଇଛି। ଏହି ରାକେଟ୍ର ନେଟ୍ୱର୍କ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଛି। ଏନେଇ ପ୍ଲାଣ୍ଟସାଇଟ୍ ପୁଲିସକୁ ସୂଚନା ମିଳିବା ପରେ ରାଉରକେଲା ଏସ୍ପିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଏହି ରାକେଟ୍ର ପର୍ଦାଫାସ୍ କରିଛି। ସାମ୍ବାଦିକ ସମ୍ମିଳନୀରେ ଏଏସ୍ପି ରାଜକିଶୋର ମିଶ୍ର, ଡିଏସ୍ପି ଯୋଗେଶ୍ବର ପଣ୍ଡା ଓ ପାନପୋଷ ଏସ୍ଡିପିଓ ରଶ୍ମିରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: Toy Seller Jhuma Majhi: ଜୀବନ କ’ଣ ଜାଣିବା ପୂର୍ବରୁ ଦାୟିତ୍ବ କ’ଣ ବୁଝିଥିଲେ ଝୁମା
ଏହି ଟିକଟ ନାଗାଲାଣ୍ଡ ରାଜ୍ୟ ଲଟେରି ନାମରେ ଛପା ହୋଇଥିଲା। ମୂଲ୍ୟ ଥିଲା ମାତ୍ର ୬ ଟଙ୍କା। ଅପରାହ୍ନ ୧ଟା, ସନ୍ଧ୍ୟା ୬ଟା ଓ ରାତି ୮ଟାରେ ଡ୍ର ହେଉଥିଲା। ନାଗାଲାଣ୍ଡଲଟେରିଜ୍ ଡଟ୍କମ୍ରେ ଲାଇଭ୍ ଡ୍ର କରାଯାଉଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/12/21/untitled-2025-12-21-08-42-56.png)