ଗୋଟିଏ ଶାଢ଼ିର ଏପଟେ-ସେପଟେ ଝୁଲିପଡ଼ି ଜୀବନ ହାରିଲେ ପ୍ରେମୀଯୁଗଳ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଆମ୍ବ ଗ୍ରାମର ଦିନ ଜାନି ଓ ବଡନି ଗ୍ରାମର ପୂର୍ଣ୍ଣିମା ମେହେର ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ଚେପଟିଆମ୍ବ ଗ୍ରାମରେ ଦିନ ଜାନିଙ୍କ ଘରେ ଗତ ଦେଢ଼ ମାସ ହେଲା ରହି ଆସୁଥିଲେ।

Young man and woman end life.

Young man and woman end life. Photograph: (sambad.in)

ଡାବୁଗାଁ/ଝରିଗାଁ: ପରିବାର ମଧ୍ୟରେ ପ୍ରେମ ବିବାହକୁ ସ୍ଵୀକୃତି ନ ମିଳିବାରୁ ପ୍ରେମୀଯୁଗଳ ଚରମ ନିଷ୍ପତ୍ତି ନେଇ ବେକରେ ଗୋଟିଏ ଶାଢ଼ି ବାନ୍ଧି ଜୀବନ ହାରିଛନ୍ତି। ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚେପଟି ଆମ୍ବରେ ଘଟିଛି। ମୃତ ପ୍ରେମୀଯୁଗଳ ହେଲେ ଚେପଟିଆମ୍ବର ଦିନ ଜାନି ( ୨୧) ଓ ବଡନି ଗ୍ରାମର ପୂର୍ଣ୍ଣିମା ମେହେର (୧୯)।

ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଆମ୍ବ ଗ୍ରାମର ଦିନ ଜାନି (୨୧) ଓ ବଡନି ଗ୍ରାମର ପୂର୍ଣ୍ଣିମା ମେହେର (୧୯) ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ଚେପଟିଆମ୍ବ ଗ୍ରାମରେ ଦିନ ଜାନିଙ୍କ ଘରେ ଗତ ଦେଢ଼ ମାସ ହେଲା ରହି ଆସୁଥିଲେ। ତେବେ ଦୁଇ ଜଣଙ୍କ ପ୍ରେମ ସମ୍ପର୍କକୁ ଉଭୟ ପୁଅ ଓ ଝିଅ ଘର ପରିବାର ଲୋକେ ସ୍ଵୀକୃତି ଦେଇ ନ ଥିଲେ। ତେଣୁ  ପ୍ରେମୀଯୁଗଳ ଗୋଟିଏ ଘରେ ଅଲଗା ହୋଇ କୁଲି ମଜୁରୀ କରି ରହି ଆସୁଥିଲେ। ଉଭୟ ପରିବାର ପକ୍ଷରୁ ପ୍ରେମ ସ୍ଵୀକୃତି ନ ମିଳି ଵାରୁ ଦୁଇ ପ୍ରେମୀ ଯୁଗଳ ମାନସିକ ଅଶାନ୍ତିରେ ରହି ଆସୁଥିଲେ।

ପ୍ରେମ ବ୍ୟାପାରକୁ ଗ୍ରହଣ କରି ନ ଥିବା ପ୍ରେମୀ ପୂର୍ଣ୍ଣିମା ମେହେରଙ୍କ ପରିବାର ଲୋକେ ମୃତଦେହ ନେବାକୁ ମନା କରିବା ପରେ ଦୁଇଟି ଶବକୁ ଚେପଟିଆମ୍ବ ଗ୍ରାମରେ ସତ୍କାର କରାଯାଇଥିଲା। ଏନେଇ ଡାବୁଗାଁ ଥାନାରେ ଦୁଇଟି ପୃଥକ୍ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଏସ୍‌ଆଇ ବିକ୍ରମ କେଶରୀ ସାହୁ ଘଟଣାର ତଦନ୍ତ କରୁଛନ୍ତି।

ଗତକାଲି ଜାନି ଓ ପୂର୍ଣ୍ଣିମା ଘରୁ ବାହାରକୁ ବାହାରି ନ ଥିଲେ। ବହୁ ସମୟ ଧରି ଘରୁ ଦୁଇ ପ୍ରେମୀ ବାହାରି ନ ଥିବାରୁ ଦିନର ପରିବାର ଲୋକେ ସନ୍ଦେହ କରିଥିଲେ। ଅପରାହ୍ନ ୩ ଘଣ୍ଟ ସମୟରେ କବାଟ କାଡି ଦେଖିବା ବେଳକୁ ଦିନ ଜାନି ରହୁଥିବା ଘର ମଧ୍ୟ ଏକ ଦୁଲାମରେ ଗୋଟିଏ ଶାଢିର ଦୁଇଟି ପାର୍ଶ୍ଵରେ ବେକରେ ବାନ୍ଧି ଜୀବନ ହାରିଥିବା ଦିନର ପରିବାର ଲୋକେ ପ୍ରଥମେ ଜାଣିବାକୁ ପାଇଲେ। 

ବିଦ୍ୟୁତ୍ ବେଗରେ ଏହି ଖବର ଗ୍ରାମରେ ପ୍ରଚାରିତ ହୋଇଥିଲା। ମୃତ ଦିନ ଜାନିର ଭାଇ ନବୀନ ଜାନି ଓ ଚେପଟିଆମ୍ବ ଗ୍ରାମର ୱାର୍ଡ ମେମ୍ବର ମନମଥ ଜାନି ଡାବୁଗାଁ ଥାନାରେ ଉଭୟେ ପୃଥକ୍ ପୃଥକ୍ ଏତଲା ଦେଇଥିଲେ। ଡାବୁଗାଁ ପୁଲିସ ଆଜି ଏକ ସାଇନ୍ଟିଫିକ ଦଳ ସହ ତଦନ୍ତ କରିଥିଲେ। ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ଚେପଟିଆମ୍ବ ଗ୍ରାମର ମୃତ ଦିନ ଜାନିର ପରିବାର ଲୋକଙ୍କୁ ଦୁଇ ମୃତଦେହ ହସ୍ତାନ୍ତର କରିଥିଲେ। 

Nabarangpur | dead | love birds

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe