କେନ୍ଦୁଝର: କେନ୍ଦୁଝରରେ ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ। ବିଫଳ ପ୍ରେମିକର ମନେ ପଡ଼ିଲା ୧୯୭୫ରେ ମୁକ୍ତିଲାଭ କରିଥିବା ‘ଶୋଲେ’ ସିନେମାର କଥା। ଯେପରି ବୀରୁ ବସନ୍ତୀକୁ ପାଇବାକୁ ପାଣି ଟାଙ୍କିରେ ଚଢ଼ି ବସନ୍ତୀ ଓ ତାର ମାଉସୀଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ। ସେହି ପରି ଆଜି ଜଣେ ବିଫଳ ପ୍ରେମିକ ନିଜ ପ୍ରେମିକାକୁ ପାଇବା ପାଇଁ କେନ୍ଦୁଝର ଟାଉନ ଥାନା ଜୁଡ଼ିଆଘାଟି ନିକଟରେ ନିର୍ମାଣାଧୀନ ଏକ ବିଦ୍ୟୁତ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଇଛି।
ମୋବାଇଲରେ କଥା କରାଇବା ପରେ ଯୁବକ ତଳକୁ ଓହ୍ଲାଇଥିଲେ
ପ୍ରେମିକ ଜଣକ ସାହାରପଡ଼ା ଅଞ୍ଚଳର ହୋଇଥିବା ବେଳେ ପ୍ରେମିକା ବାଂଶପାଳ ବ୍ଳକ ଯାତ୍ରା ଅଞ୍ଚଳର l ଆଜି ସକାଳେ ଯୁବକ ଜଣକ ଆସି ବିଦ୍ୟୁତ ଖୁଣ୍ଟରେ ଚଢ଼ି ପ୍ରେମିକା ତା ସହ କଥା ନ ହେଲେ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ | ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯୁବତୀ ଓ ଘର ଲୋକଙ୍କ ସହ ମୋବାଇଲରେ କଥା କରାଇବା ପରେ ଯୁବକ ତଳକୁ ଓହ୍ଲାଇଥିଲେI
ଆହୁରି ପଢ଼ନ୍ତୁ:Threat Kantabanjhi Mla Laxman Bag ଦାଦନ ଚାଲାଣ ରୋକିବା ବେଳେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ ଦେଲେ କାଉନସିଲର ବଣ୍ଟି ଖାନ୍
ପୁଲିସ ଯୁବକଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଥିବା ଜଣାଯାଇଛି।
ଆହୁରି ପଢ଼ନ୍ତୁ:Old Man Death Attack Elephant ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ, ମହିଳା ଗୁରୁତର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/04/untitled-4-2025-12-04-14-46-42.jpg)