Low Pressure Area Created: ସୃଷ୍ଟି ହେଲା ନୂତନ ଲଘୁଚାପ କ୍ଷେତ୍ର , ୨୮ରେ ଭୀଷଣ ବାତ୍ୟାର ରୂପ ନେଇପାରେ

ନଭେମ୍ବର ୨୨ ତାରିଖରେ ବଙ୍ଗୋପସାଗରରେ ଏକ ନୂତନ Low Pressure Area ସୃଷ୍ଟି ହୋଇଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ଏବଂ ୨୬ରେ ବାତ୍ୟାରେ ପରିଣତ ହେବ। ଶୀଘ୍ର ଘନୀଭୂତ ହୋଇ ଉତ୍ତର କିମ୍ବା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇପାରେ।

Untitled-10

low-pressure-area Created today Photograph: (sambad.in)

ଭୁବନେଶ୍ୱର : ନଭେମ୍ବର ୨୨ ତାରିଖରେ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ୨୪ ତାରିଖରେ ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୪୮ ଘଣ୍ଟାରେ ଏହା ଅବପାତର ରୂପ ନେବ।  ଏହା ବାତ୍ୟାରେ ପରିଣତ ହେବ  ଏବଂ ତାହା ଓଡ଼ିଶାରେ ମାଡ଼ ହୋଇପାରେ ବୋଲି  ଭାରତୀୟ ପାଣିପାଗ ବିଭାଗ(IMD) ପକ୍ଷରୁ କୁହାଯାଇଛି

 ପାଣିପାଗ ବିଶେଷଜ୍ଞ ପ୍ର‌ଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମାଲାକ୍କାରେ ଆଜି ଏକ ଦୁର୍ବଳ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଏହା ୨୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଅବପାତ ରୂପ ନେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ସେହି ୨୪ ତାରିଖରେ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ଏବଂ ୨୬ରେ ବାତ୍ୟାରେ ପରିଣତ ହେବ। ଶୀଘ୍ର ଘନୀଭୂତ ହୋଇ ଉତ୍ତର କିମ୍ବା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇପାରେ। ବିଭିନ୍ନ ମଡେଲ୍‌ କହୁଛନ୍ତି ଯେ ୨୯ ଓ ୩୦ ତାରିଖରେ ଅତି ଭୀଷଣ ବାତ୍ୟା ହୋଇ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମୁହାଁଇବ। ଏହା ଆନ୍ଧ୍ର ଓ ଓଡ଼ିଶା ଉପକୂଳ ମୁହାଁଇବାର ଅଧିକ ସମ୍ଭାବନା ରହିଛି। ତେବେ ନିର୍ଦ୍ଦିଷ୍ଟ ଭାବେ ଏହା କେଉଁଠି ଲ୍ୟାଣ୍ଡଫଲ୍‌ କରିବ ତାହାର ସମୟ କିମ୍ବା ସ୍ଥାନ ଆକଳନ କରିବା ଏବେ ସମ୍ଭବପର ନୁହେଁ। କାରଣ  ଏହି ପ୍ରଣାଳୀ ବର୍ତ୍ତମାନ ପ୍ରାରମ୍ଭିକ ଅବସ୍ଥାରେ ରହିଛି। ଲ୍ୟାଣ୍ଡଫଲ୍‌ ପାଇଁ ଆହୁରି ସପ୍ତାହେ ସମୟ ରହିଥିବାରୁ ଆକଳନ ଠିକ୍‌ ଭାବେ ହୋଇ ପାରୁନାହିଁ। ସମ୍ଭାବ୍ୟ ବାତ୍ୟା ଯେଉଁଠାରେ ଲ୍ୟାଣ୍ଡଫଲ୍‌ କଲେ ମଧ୍ୟ ବର୍ଷାର ସମ୍ଭାବନା ରହିଥିବା ନେଇ ସେ ଆକଳନ କହିଛନ୍ତି।

୪୮ ଘଣ୍ଟାରେ ଶକ୍ତିଶାଳୀ ହେବା ସମ୍ଭାବନା

ଆଇଏମଡି ଅନୁଯାୟୀ, ନଭେମ୍ବର ୨୪ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ଅଛି। ଏହି ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି।

ଓଡ଼ିଶାରେ ଚାରି ଦିନ ପ୍ରବଳ ବର୍ଷା  ସମ୍ଭାବନା

ଏହାର ପ୍ରଭାବରେ, ଓଡ଼ିଶାରେ ଚାରି ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଏବଂ ଦକ୍ଷିଣ ଅଞ୍ଚଳରେ ସର୍ବାଧିକ ବର୍ଷା ହେବ ବୋଲି ଆଶା କରାଯାଉଛି।  ତେବେ ଏଯାଏ ଚାଷୀମାନଙ୍କ ଲାଗି ପାଣିପାଗର କୌଣସି ସତର୍କ ସୂଚନା କୃଷି ବିଭାଗ ପକ୍ଷରୁ ଦିଆଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe