ନିର୍ମାଣ କାମ ଉପରେ ପ୍ରଶ୍ନବାଚୀ: ସୁରକ୍ଷା ପାଚେରୀରେ ବ୍ୟବହାର ହେଉଛି ନିମ୍ନମାନର ବାଲି

Advertisment

ରାଜ୍ୟ ଓ କେନ୍ଦ୍ର ସରକାର ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ଗମନାଗମନର ସୁବିଧା ପାଇଁ ରାଜ୍ୟ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ ପକ୍କା ସଡ଼କ ନିର୍ମାଣ କରିଚାଲିଛନ୍ତି।

Updated On

ରାଜ୍ୟ ଓ କେନ୍ଦ୍ର ସରକାର ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ଗମନାଗମନର ସୁବିଧା ପାଇଁ ରାଜ୍ୟ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ ପକ୍କା ସଡ଼କ ନିର୍ମାଣ କରିଚାଲିଛନ୍ତି।

ଅଦ୍ୟତନ ହୋଇଛି

ଘୁ.ଉଦୟଗିରି: ରାଜ୍ୟ ଓ କେନ୍ଦ୍ର ସରକାର ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ଗମନାଗମନର ସୁବିଧା ପାଇଁ ରାଜ୍ୟ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ ପକ୍କା ସଡ଼କ ନିର୍ମାଣ କରିଚାଲିଛନ୍ତିI କିନ୍ତୁ କିଛି ସ୍ଥାନରେ କିଛି ଅସାଧୁ ଠିକାଦାର ଓ କିଛି ବିଭାଗୀୟ ଅଧିକାରୀମାନଙ୍କ ପ୍ରିୟାପ୍ରୀତି ପୋଷଣ ସହ ଲାଭଖୋର ମନବୃତି ଯୋଗୁଁ ନିର୍ମାଣ ଧୀନ ପକ୍କା ରାସ୍ତା ଗୁଡିକ ଅତି ନିମ୍ନ ମାନର ହେଉଥିବା ବେଳେ ଏହି ରାସ୍ତା କାମ ଗୁଡିକର ସ୍ଥାୟୀତ୍ୱ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛିI ଏଭଳି ଏକ ନିମ୍ନମାନର ରାସ୍ତାକାମ ହେଉଥିବା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଅଧୀନରେ ଥିବା ବଣ୍ଡଗୁଡା ପଞ୍ଚାୟତରେI

ସୂଚନା ଅନୁସାରେ ୨୦୨୩/୨୪ ଆର୍ଥିକ ବର୍ଷରେ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ଏହି ପଞ୍ଚାୟତ ଅଧୀନରେ ଥିବା ପୂର୍ତ୍ତବିଭାଗ ରାସ୍ତା ଚଞ୍ଚଳା ସାହି ଛକ ଠାରୁ ଭାୟା ବିଲାବାଡି ହୋଇ ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା କରଣ୍ଡା ଗଡ଼ ପର୍ଯ୍ୟନ୍ତ ଗ୍ରାମ୍ୟ ରାସ୍ତାର ସମ୍ପୂର୍ଣ ଉନ୍ନତି କରଣ ପାଇଁ ବିଭାଗ ତରଫରୁ ଟ.୩୫୧. ୯୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲାI ଏହାସହ ଏହି ରାସ୍ତା ନିର୍ମାଣ ପାଇଁ ଗତ ୨୫/୦୫/୨୦୨୩ ତାରିଖ ଦିନ ତତ୍କାଳୀନ କନ୍ଧମାଳ ସାଂସଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବାଲିଗୁଡ଼ା ବିଧାୟକ, ପଞ୍ଚାୟତ ସମିତି ଅଧକ୍ଷା, ଜିଲ୍ଲା ପରିଷଦ ସଭ୍ୟା, ସ୍ଥାନୀୟ ସରପଞ୍ଚ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ରାସ୍ତା କାମର ଶୁଭ ଦିଆଯାଇଥିଲାI ଏହାର କିଛିଦିନ ପରେ ରାସ୍ତା କାମଟି ଆରମ୍ଭ ହୋଇଥିଲାI ତେବେ କାମ ଆରମ୍ଭ ହେବାର ପ୍ରାୟ ଦୁଇବର୍ଷ ବିତିଯାଇଥିଲେ ମଧ୍ୟ୍ୟ କାମଟି ସାରିପାରୁନଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କାମରେ କୌଣସି ସୂଚନା ଫଳକ ଲଗାଯାଇନାହିଁ। କାର୍ଯ୍ୟ ଟେଣ୍ଡର ସମୟରେ ସର୍ବସାଧାରଣଙ୍କ ନିମନ୍ତେ ସୂଚନା ଫଳକରେ ସମସ୍ତ ତଥ୍ୟ ଲିଖିତ ଫଳକ ଲଗେଇବା ନିମଣ୍ଟେ ଅର୍ଥ ପ୍ରଦାନ କରିବା ସହ କର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲଗେଇବା କୁ ବାଧ୍ୟ କିନ୍ତୁ ଏହି କାର୍ଯ୍ୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କାର୍ଯ୍ୟ ସାରିବାକୁ ବସିଲାଣି ସୂଚନା ଫଳକ ନାହିଁ।ବିଭାଗୀୟ ଅଧିକାରୀ ସବୁ ଜାଣି ଚୁପ କାରଣ ଠିକାଦାର ବିଭାଗୀୟ ଅଧିକାରୀଙ୍କ ପ୍ରିୟପ୍ରୀତି ତୋଷଣ।ଦୁହିଁଙ୍କ ମିଲି ଭଗତ ରେ ଚାଲିଛି ନିମ୍ନ ମାନର କାର୍ଯ୍ୟ କହିବାକୁ କେହି ନାହିଁ କହିଲେ କର୍ଣପାତ କରୁନାହାନ୍ତି ବିଭାଗୀୟ ଅଧିକାରୀ।I

କିଛିଦିନ ହେଲା କାମଟି ଶେଷ ପର୍ଯ୍ୟୟରେ ପହଂଚିଥିବା ବେଳେ କାମଟି ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତିI ସେପଟେ ରାସ୍ତାରେ ପିଚୁ ପଡ଼ିବାର ପାଞ୍ଚ ଦିନ ନଯାଉଣୁ ରାସ୍ତାଉପରେ କୌଣସି ଓଜନିଆ ଗାଡି ଗଲେ ପିଚୁ ସବୁ ଉଠିଯାଉଛିI 

publive-image

ଅନ୍ୟପଟେ ସବୁଠୁ ଆଶ୍ଚର୍ଯ୍ୟ ଓ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଏହି ରାସ୍ତାର ଶେଷ ମୁଣ୍ଡରେ ଅର୍ଥାତ କରଣ୍ଡାଗଡ଼ ଠାରେ ଚାଲିଥିବା ରାସ୍ତା ପାର୍ଶ୍ଵ ସୁରକ୍ଷା ପାଚେରୀ ନିର୍ମାଣ କାମରେI ଏହି ସୁରକ୍ଷା ପାଚେରୀ ନିର୍ମାଣ କାମରେ ନିମ୍ନମାନର ବାଲି ଓ କମ ପରିମାଣର ସିମେଣ୍ଟ ବ୍ୟବହାର ହେଉଥିବା ବେଳେ ପାଚେରୀରେ ପ୍ଲାଷ୍ଟିକ ପାଇପ ବଦଳରେ ବ୍ୟବହାର ହେଉଛି କଦଳୀ ବାହୁଙ୍ଗା ଯାହାକି ସମସ୍ତଙ୍କୁ ଚକିତ କରିଛି ଓ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତିବ୍ର ଅସନ୍ତୋଷ ମଧ୍ୟ ଦେଖାଦେଇଛିI ଏହି ନିମ୍ନ କାମକୁ ନେଇ ସ୍ଥାନୀୟ ଲୋକ ସମ୍ପୃକ୍ତ ଠିକା ସଂସ୍ଥା ର କର୍ମଚାରୀମାନଙ୍କୁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ୍ୟ ଠିକା ସଂସ୍ଥାର କର୍ମଚାରୀ ମାନେ ଶୁଣୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତିI

ଏହି ନିମ୍ନମାନର ରାସ୍ତା କାମ ବିଷୟରେ ଦାୟିତ୍ୱ ରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଧବଳେଶ୍ୱର ପାତ୍ରଙ୍କୁ ପଚାରିବାରୁ ଚିରାଚରିତ ଢଙ୍ଗରେ ତଦନ୍ତ ହେବ ଏବଂ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତିI ସେପଟେ ନିର୍ମାଣ ଧୀନ ରାସ୍ତା କାମ ଠିକ ଠାକ ନହଲେ ଆଗାମୀ ଦିନରେ କରଣ୍ଡାଗଡ଼ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ମଧ୍ୟ୍ୟ ଚେତାବନୀ ଦେଇଛନ୍ତି।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe