ଭଦ୍ରକରେ ଘରୋଇ ଗ୍ୟାସ୍‌ର କୃତ୍ରିମ ଅଭାବ

Advertisment

ଭଦ୍ରକ ଜିଲ୍ଲାରେ ବିଶେଷ କରି ଭଦ୍ରକ ସହରରେ ଏବେ ଘରୋଇ ଗ୍ୟାସ୍‌ର ଏବେ କୃତ୍ରିମ ଅଭାବ ପରିଲକ୍ଷିତ ହୋଇଛି। ଉପଭୋକ୍ତାମାନେ ବହୁ ଅସୁବିଧାର ସାମ୍ନା କରୁଥିବା ପରିଲକ୍ଷିତ ହେଉଛି।

ଭଦ୍ରକ ଜିଲ୍ଲାରେ ବିଶେଷ କରି ଭଦ୍ରକ ସହରରେ ଏବେ ଘରୋଇ ଗ୍ୟାସ୍‌ର ଏବେ କୃତ୍ରିମ ଅଭାବ ପରିଲକ୍ଷିତ ହୋଇଛି। ଉପଭୋକ୍ତାମାନେ ବହୁ ଅସୁବିଧାର ସାମ୍ନା କରୁଥିବା ପରିଲକ୍ଷିତ ହେଉଛି।

Gas

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବିଶେଷ କରି ଭଦ୍ରକ ସହରରେ ଏବେ ଘରୋଇ ଗ୍ୟାସ୍‌ର ଏବେ କୃତ୍ରିମ ଅଭାବ ପରିଲକ୍ଷିତ ହୋଇଛି। ଲୋକମାନେ ବିଭିନ୍ନ ଗ୍ୟାସ ଏଜେନ୍‌ସିରୁ ଗ୍ୟାସ ବୁକିଂ କରୁଥିବା ବେଳେ ସେମାନଙ୍କୁ ଦୁଇଦିନରୁ ତିନି ଦିନି ଭିତରେ ଗ୍ୟାସ୍‌ ମିଳି ଯାଉଥିଲା। ମାତ୍ର ଏବେ ଗ୍ୟାସ ଉପଭୋକ୍ତା ମାନେ ୧୫ ରୁ ୨୦ ଦିନ ଧରି ଗ୍ୟାସ ବିକିଂ କରି ଥିଲେ ମଧ୍ୟ ସେମାନଙ୍କୁ ଗ୍ୟାସ ମିଳି ପାରି ନାହିଁ।

ଉପଭୋକ୍ତାମାନେ ବାରମ୍ବାର ଗ୍ୟାସ୍‌ ଅଫିସକୁ ଫୋନ କରୁଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡୁଛି। ଭଦ୍ରକ ଜିଲ୍ଲାରେ ଗ୍ୟାସର କୃତ୍ରିମ ଅଭାବ ପରିଲକ୍ଷିତ ହୋଇଥିବା ବେଳେ ଉପଭୋକ୍ତାଙ୍କୁ ଗ୍ୟାସ ବିତରଣ ଦାୟିତ୍ୱରେ ଏଜେନ୍ସି ଏ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାନ୍ତି। ଉପଭୋକ୍ତା ମାନେ ଗ୍ୟାସ ନପାଇ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ଗ୍ୟାସ୍‌ର ଏହି ପ୍ରକାର କୃତିମ ଅଭାବ ଯୋଗୁଁ ଏବେ ଗ୍ୟାସର କଳା ବଜାରି ବୃଦ୍ଧି ପାଇଥିବା ନେଇ ଲୋକେ ଅଭିଯୋଗ ଉଠାଇଛନ୍ତି। ଗ୍ୟାସ ଅଭାବରୁ ଅନେକ ଲୋକଙ୍କ ଘରେ ରୋଷେଇରେ ସମସ୍ୟା ସୃଷ୍ଠି ହୋଇଛି। ଗ୍ୟାସ ଖାଲି ପଡ଼ି ଥିବା ବେଳେ ଅନେକ ଲୋକ ଇଣ୍ଡକ୍ସନ ଚୁଲାରେ ରୋଷେଇ କରୁଥିବା ଦେଖିବାକୁ ମିଳିଛି। ଗ୍ୟାସ୍‌ ର ଅଭାବ ପଛରେ କାରଣ କ’ଣ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କେବଳ ସେତିକି ନୁହେଁ ଏବେ ଉପଭୋକ୍ତା ମାନେ ଗ୍ୟାସ ଅଭାବ ପାଇଁ ଗ୍ୟାସ ଯୋଗାଣକାରୀ ସଂସ୍ଥାର ଅଫିସ, ଜିଲ୍ଲା ଯୋଗାଣ ଅଫିସ ଓ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ପ୍ରତିବାଦ କଆରିବେ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଲା ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଏହି ଦିଗ ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି।

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe