ମଗଡ଼ିଙ୍ଗିଆ ଗ୍ରାମରେ ଖେଳ ପଡ଼ିଆର ଉନ୍ନତୀକରଣ କେବେ?

Advertisment

କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ମଗଡ଼ିଙ୍ଗିଆ ଗ୍ରାମର ଖେଳ ପଡ଼ିଆ ବ୍ଲକ ଓ ପଞ୍ଚାୟତ ଦ୍ୱାରା ନିର୍ମାଣ କରାଗଲା କିନ୍ତୁ ବର୍ତ୍ତମାନ ଖେଳ ପଡ଼ିଆର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।

କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ମଗଡ଼ିଙ୍ଗିଆ ଗ୍ରାମର ଖେଳ ପଡ଼ିଆ ବ୍ଲକ ଓ ପଞ୍ଚାୟତ ଦ୍ୱାରା ନିର୍ମାଣ କରାଗଲା କିନ୍ତୁ ବର୍ତ୍ତମାନ ଖେଳ ପଡ଼ିଆର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।

G Udayagiri

G Udayagiri Photograph: (Sambad )

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ମଗଡ଼ିଙ୍ଗିଆ ଗ୍ରାମର ଖେଳ ପଡ଼ିଆ ବ୍ଲକ ଓ ପଞ୍ଚାୟତ ଦ୍ୱାରା ନିର୍ମାଣ କରାଗଲା କିନ୍ତୁ ବର୍ତ୍ତମାନ ଖେଳ ପଡ଼ିଆର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ଷାରେ ଧୋଇ ହୋଇ ଯାଉଛି ଯାହା ଫଳରେ ଯୁବ ଗୋଷ୍ଠୀ ବର୍ତ୍ତମାନ ସେହି ଖେଳ ପଡ଼ିଆରେ ଖେଳିବା ପାଇଁ ମଧ୍ୟ ସୁରକ୍ଷିତ ମନେ କରୁନାହାଁନ୍ତି କାରଣ ପ୍ରାୟ ଦଶ ଫୁଟ ପାଖାପାଖି ରାସ୍ତାରୁ ଉପରେ ରହୁଥିବାରୁ ଖେଳ ପଡ଼ିଆର ମାଟି ଖସି ଖସି ଆସୁଛି। 

ଖେଳ ପଡ଼ିଆ ପାଇଁ ମୁଖ୍ୟ ଦାବି ଗୁଡ଼ିକ ହେଉଛି ଖେଳ ପଡ଼ିଆ ପାର୍ଶ୍ୱରେ ଗାଡ଼ୱାଲ୍ ପାନୀୟଜଳର ବ୍ୟବସ୍ଥା ଦର୍ଶକଙ୍କ ପାଇଁ ଗ୍ୟାଲେରୀ,ଖେଳାଳିଙ୍କ ପାଇଁ ଡ୍ରେସିଂ ରୁମ୍ ନିର୍ମାଣ ସହ ପାନୀୟଜଳ ବ୍ୟବସ୍ଥା। ପୂର୍ବରୁ ଏହି ବିଷୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଏବଂ ଜିଲ୍ଲାପାଳ ସମସ୍ତଙ୍କୁ ଦାବି ଦିଆଯାଇଥିଲା ବର୍ତ୍ତମାନ ବାଲିଗୁଡ଼ା ବିଧାୟକ  ଚକ୍ରମଣି କହଁରଙ୍କୁ ଏହି ଖେଳ ପଡ଼ିଆ ର ବିକାଶ ପାଇଁ ମଗଡ଼ିଙ୍ଗିଆ ଗ୍ରାମର ଯୁବ ଗୋଷ୍ଠୀ ଦାବି ଜଣେଇଛନ୍ତି।

ଆଜିର ସମୟରେ ଛୋଟ ଛୋଟ ଗ୍ରାମ ଗୁଡ଼ିକରେ ମଧ୍ଯ ଖେଳ ପଡ଼ିଆ ନିର୍ମାଣ ହୋଇଯାଇଛି ମଗଡ଼ିଙ୍ଗିଆ ଏକ ବଡ଼ ଗ୍ରାମ ହୋଇଥିବା ବେଳେ  ପ୍ରଶାସନ ଏହି ଖେଳ ପଡ଼ିଆକୁ କାହିଁକି ଅଣଦେଖା କରୁଛନ୍ତି ତାହା ଉପରେ ବିଚାର ବିମର୍ଶ କରିବା ଆବଶ୍ୟକ ରହିଛି। ଏହି ଖେଳ ପଡ଼ିଆର ବିକାଶ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe